tariff
ଭାରତ ପ୍ରତି ଟ୍ରମ୍ପ ପ୍ରଶାସନର ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କୀ ହେଲି। ଆମେରିକା-ଭାରତର ସମ୍ପର୍କରେ ତିକ୍ତତାକୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।ହେଲି ଏକ ଲେଖା ମାଧ୍ୟମରେ କହିଛନ୍ତି, ଟ୍ରମ୍ପ ପ୍ରଶାସନର ଲକ୍ଷ୍ୟ ହେଉଛି ଚୀନ୍ର ମୁକାବିଲା କରିବା ଏବଂ ଶକ୍ତି ମାଧ୍ୟମରେ ଶାନ୍ତି ବଜାୟ ରଖିବା। ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ଆମେରିକା-ଭାରତ ସମ୍ପର୍କକୁ ପୁଣିଥରେ ଟ୍ରାକ୍କୁ ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ହେଲି ଲେଖିଛନ୍ତି ଯେ ଭାରତକୁ ଚୀନ ଭଳି ଶତ୍ରୁ ଦୃଷ୍ଟିରେ ନୁହେଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ସହଯୋଗୀ ଭାବରେ ଦେଖିବା ଉଚିତ। ଯଦି ଭାରତ ସହିତ ସମ୍ପର୍କ ଖରାପ ହୁଏ, ତେବେ ଆମେରିକା ପାଇଁ ମହଙ୍ଗା ପଡିବ କାରଣ ଭାରତ ହିଁ ଏସିଆର ଏକମାତ୍ର ଦେଶ ଯିଏ ଚୀନ୍ ସହିତ ମୁକାବିଲା କରିପାରିବ। ଏହା ସହ ଶତ୍ରୁତା ଆମେରିକା ପାଇଁ ଏକ ବଡ଼ ରଣନୈତିକ ଭୁଲ ହେବ ବୋଲି ହେଲି କହିଛନ୍ତି।
କେବଳ ଏମିତି ନୁହେଁ, ହେଲି ପୁଣି କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତର ଗୁରୁତ୍ୱ ବୃଦ୍ଧି ପାଉଛି। ଆମେରିକା, ଇସ୍ରାଏଲ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ସହିତ ଭାରତର ସଂପର୍କ ବଢ଼ୁଛି। ଏହା ତାକୁ ମୁକ୍ତ ବିଶ୍ୱର ସୁରକ୍ଷା ଆଡକୁ ନେଉଛି। ମଧ୍ୟପ୍ରାଚ୍ୟରେ ଭାରତର ବଢ଼ୁଥିବା ପ୍ରଭାବ ଏବଂ ଚୀନ୍ର ବାଣିଜ୍ୟ ଏବଂ ଶକ୍ତି ପ୍ରବାହ ମଧ୍ୟରେ ଏହାର ଭୌଗୋଳିକ ସ୍ଥିତି ଏହାକୁ ରଣନୈତିକ ଭାବରେ ଅଧିକ ଶକ୍ତିଶାଳୀ କରୁଛି ବୋଲି ସେ କହିଛନ୍ତି।
ଏଭଳି ପରିସ୍ଥିତିରେ ହେଲି ଉପଦେଶ କହିଛନ୍ତି ଯେ ଆମେରିକା ଏବଂ ଭାରତ ଚୀନ୍ ବିରୁଦ୍ଧରେ ସେମାନଙ୍କର ସହଭାଗୀତାକୁ ମଜବୁତ କରିବା ଉଚିତ ଏବଂ ବର୍ତ୍ତମାନର ମତଭେଦକୁ ଗଭୀର କରିବା ଉଚିତ ନୁହେଁ। ଯଦି ବାଣିଜ୍ୟ ବିବାଦ ବୃଦ୍ଧି ପାଏ, ତେବେ ଚୀନ୍ ଏହାର ଫାଇଦା ନେବ ଏବଂ ଆମେରିକା-ଭାରତକୁ ପରସ୍ପର ବିରୁଦ୍ଧରେ ଠିଆ କରାଇବ। ଫଳରେ ଏହି ସମ୍ପର୍କରେ ଥିବା ତିକ୍ତତାକୁ ଦୂର କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ଜରୁରୀ ବୋଲି ହେଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tariff_1756092230.jpg)