• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରସନ୍ନ ହେଲେ ଭାଗ୍ୟଦେବୀ, ଲାଗିଗଲା ଲଟେରୀ । କିଛି ଟଙ୍କାର ଲଟେରୀ କିଣି କୋଟିପତି ହୋଇଗଲେ ଆମେରିକୀୟ ବ୍ୟକ୍ତି । ମାତ୍ର ୨ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୬୦ ଟଙ୍କା) ଖର୍ଚ୍ଚ କରି ୩ କୋଟି ରାଶି ଜିତି ଯାଇଛନ୍ତି ସ୍କଟ୍ ସ୍ନାଇଡର୍‌ । ଲଟେରୀ କିଣିବା ତାଙ୍କର ଅଭ୍ୟାସ ହୋଇଥିଲା ସୁଦ୍ଧା ସେ କେବେ ଜିତିପାରୁନଥିଲେ । ତେବେ ସେ ଗୋଟିଏ ନମ୍ବରର ହିଁ ଲଟେରୀ କିଣୁଥିବା ଜଣାପଡ଼ିଛି ।

ଲଟେରୀ ବିଜେତାଙ୍କ ନାମ ସ୍କଟ୍ ସ୍ନାଇଡର୍‌ । ତାଙ୍କର ବୟସ ୫୫ ବର୍ଷ । ସେ ଆମେରିକାରେ ରୁହନ୍ତି । ପୁରସ୍କାର ରାଶି ଜିତିବା ପାଇଁ ସେ ୨ ଡଲାର ଖର୍ଚ୍ଚ କରିଛନ୍ତି । ଫେବୃଆରୀରୁ ହିଁ ସେ ମିଚିଗାନ୍ ଲଟେରୀ କିଣିବା ଆରମ୍ଭ କରିଥିଲେ । ସେହି ଦିନଠାରୁ ସେ ପ୍ରତିଦିନ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ । ପ୍ରତିଦିନ କେବଳ ଏକ ନିର୍ଦ୍ଦିଷ୍ଟ ନମ୍ବର ସେଟ୍ (୭-୦୭-୧୨-୩୧-୩୭-୪୪)ରେ ବେଟିଂ କରୁଥିଲେ । ହେଲେ ପ୍ରତିଥର ତାଙ୍କୁ ପରାଜିତ ହେବାକୁ ପଡ଼ୁଥିଲା । ତଥାପି ସେ ଏହି ନମ୍ବରରେ ହିଁ ବେଟିଂ କରୁଥିଲେ ।

ଶେଷରେ ତାଙ୍କ ଭାଗ୍ୟ ଉଦୟ ହୋଇଛି । ପୁରସ୍କାର ରାଶି ରୂପରେ ସ୍କଟ୍ ସ୍ନାଇଡରଙ୍କୁ ମିଳିଛି ୩.୧୦ କୋଟି ଟଙ୍କା । ତେବେ ବାର୍ଷିକ ୨୦ ଲକ୍ଷ ଟଙ୍କା ନେବା ପାଇଁ ତାଙ୍କ ପାଖରେ ବିକଳ୍ପ ଥିଲା, କିନ୍ତୁ ସେ ଏକ ସଙ୍ଗେ ସମସ୍ତ ଟଙ୍କା ନେବାପାଇଁ ନିଷ୍ପତ୍ତି ନେଇଛନ୍ତି ।

ଅଗଷ୍ଟ ୭ରେ ସ୍କଟଙ୍କୁ ଖୁସି ଖବର ମିଳିଥିଲା । ସେ ଜାଣିବାକୁ ପାଇଲେ ପୁରସ୍କାର ଜିତିଥିବା ନମ୍ବର ସହିତ ତାଙ୍କ ଲଟେରୀ ନମ୍ବର ମେଳ ଖାଉଛି । ହେଲେ ଜିତିବା ପରେ ମଧ୍ୟ ସେ ଏତେ ବଡ଼ ପୁରସ୍କାର ରାଶି ଜିତିଛନ୍ତି ବୋଲି ବିଶ୍ୱାସ କରିପାରୁ ନଥିଲେ । ଏହି ଟଙ୍କାରେ ସେ ଏକ ଘର କିଣିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି ।