Advertisment

ଅଷ୍ଟ୍ରେଲୀୟ ସଂସଦରେ ପ୍ରଥମ, ଗୀତା ଛୁଇଁ ଶପଥ ନେଲେ ସିନେଟର୍

ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶୋଦ୍ଭୋବଙ୍କ ପ୍ରତିନିଧିତ୍ୱ ରହିଛି। ମାତ୍ର ବିଦେଶୀ ସଂସଦରେ ଗୀତା ପାଠ କରି ଶପଥ ନେବାରେ ବରୁଣ ପ୍ରଥମ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Indian Origin Senator Take Oath On Bhagavad Gita

Bhagavad Gita

Advertisment

ଇତିହାସ ରଚିଲେ ବାରିଷ୍ଟର ବରୁଣ ଘୋଷ। ଭାରତୀୟ ବଂଶୋଦ୍ଭବ ବରୁଣ ଅଷ୍ଟ୍ରେଲିଆ ସଂସଦରେ ଭଗବଦ୍‌ ଗୀତା ଛୁଇଁ ସାଂସଦ ବା ସିନେଟର ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ପାଇଁ ଗୀତା ଛୁଇଁ ପଦ ଓ ଗୋପନୀୟତାର ଶପଥ ନେଇ ଇତିହାସ ସୃଷ୍ଟି କରିଛନ୍ତି ବରୁଣ । ପଶ୍ଚିମ ଅଷ୍ଟ୍ରେଲିଆରୁ ବିଧାନସଭା ଏବଂ ବିଧାନ ପରିଷଦ ପାଇଁ ଫେଡେରାଲ ସଂସଦର ସିନେଟରେ ନୂତନ ସିନେଟର ଭାବରେ ବରୁଣ ଘୋଷଙ୍କୁ ମନୋନୀତ କରାଯାଇଛି ।

Advertisment

ସେ ଜଣେ ବଂଶାନୁକ୍ରମିକ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବାରୁ ନିଜ ଧାର୍ମିକ ଆସ୍ଥା ଅନୁସାରେ, ଭଗବତ ଗୀତା ପାଠ କରି ଶପଥ ଗ୍ରହଣ କରିଛନ୍ତି । ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ପାଇଁ ଗୀତା ଛୁଇଁ ଶପଥ ନେଇଛନ୍ତି ବାରିଷ୍ଟର ବରୁଣ ଘୋଷ । ପଶ୍ଚିମ ଅଷ୍ଟ୍ରେଲିଆର ବରୁଣଙ୍କୁ ଅଷ୍ଟ୍ରେଲିଆର ନୂତନ ସିନେଟର ଭାବେ ନିଯୁକ୍ତ କରାଯାଇଛି । ଏଥିସହ ବିଧାନ ପରିଷଦ ତାଙ୍କୁ ସଂଘୀୟ ସଂସଦର ସିନେଟରେ ଅଷ୍ଟ୍ରେଲିଆ ରାଜ୍ୟ ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିଛି ।

ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନୀ ଓ୍ୱାଙ୍ଗ, ବରୁଣ ଘୋଷଙ୍କୁ ସ୍ୱାଗତ କରି ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, ‘ଆପଣଙ୍କୁ ଲେବର ସିନେଟ ଦଳକୁ ସ୍ୱାଗତ। ଆପଣ ଲେବର ସିନେଟ୍‌ ଟିମ୍‌ରେ ଅଛନ୍ତି। ମୁଁ ଜାଣେ ସିନେଟ୍‌ ବରୁଣ ଘୋଷ ନିଜ ସମ୍ପ୍ରଦାୟ ଓ ପଶ୍ଚିମ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ପ୍ରେରଣାଦାୟୀ ରହିବେ। ସେମାନଙ୍କ ପାଇଁ ଦୃଢ଼ ସ୍ୱର ଉତ୍ତୋଳନ କରିବେ’। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥନୀ ଅଲବାନିଜ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ବରୁଣଙ୍କ ଜନ୍ମ ଭାରତରେ ହୋଇଥିଲା । ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିବା ବେଳେ ୧୯୮୦ ମସିହାରେ ତାଙ୍କ ପରିବାର ଅଷ୍ଟ୍ରେଲିଆ ଚାଲିଯାଇଥିବାରୁ ସେଠାରେ ବରୁଣ ଉଚ୍ଚଶିକ୍ଷା ଶେଷ କରିଥିଲେ। ଖ୍ରାଇଷ୍ଟ ଚର୍ଚ୍ଚ ଗ୍ରାମାର ସ୍କୁଲରେ ପାଠ ପଢ଼ିଥିଲେ। ସିନେଟର୍‌ ବରୁଣ ଘୋଷ ଜଣେ ଓକିଲ। ସେ ପଶ୍ଚିମ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ନ୍ୟୁୟର୍କରେ ଫାଇନାନ୍ସ ଓକିଲ ତଥା ୱାଶିଂଟନ ଡିସିରେ ୱାର୍ଲ୍ଡ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।ଅଷ୍ଟ୍ରେଲିଆର ଲେବର ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବରୁଣ। କିଛି ବର୍ଷ ଧରି ସେ ଜଣେ ବାରିଷ୍ଟର ଭାବରେ କାମ କରିଛନ୍ତି।

Advertisment

ପଶ୍ଚିମ ଅଷ୍ଟ୍ରେଲିଆରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବ୍ୟାଙ୍କ ସହିତ ଆଇନଗତ ମାମଲା ପରିଚାଳନା କରିଛନ୍ତି । ୨୦୧୯ ଫେଡେରାଲ ନିର୍ବାଚନରେ ବରୁଣ ପଶ୍ଚିମ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲୀୟ ଲେବର ପାର୍ଟି ସିନେଟ ଟିକେଟରେ ପଞ୍ଚମ ସ୍ଥାନ ପାଇଥିଲେ। ତେବେ ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶୋଦ୍ଭୋବଙ୍କ ପ୍ରତିନିଧିତ୍ବ ରହିଥିବା ବେଳେ ବିଦେଶୀ ସଂସଦରେ ଗୀତା ପାଠ କରି ଶପଥ ନେବାରେ ବରୁଣ ପ୍ରଥମ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି।

Oath Taking Ceremony Bhagavad Gita
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ