Advertisment

ସବୁଠାରୁ ସଫା ପାଣି ଥିବା ହ୍ରଦ, କେବେ ହୁଏ ନାହିଁ ଅପରିଷ୍କାର

ପ୍ରକୃତିର ପୁଟୁଳିରେ ଆଜି ବି ଏଭଳି ଅନେକ ଆଶ୍ଚର୍ଯ୍ୟ ଭରପୁର ହୋଇ ରହିଛି ଯାହା ବିଷୟରେ ମଣିଷ ଜାଣିବାରେ ସକ୍ଷମ ହୋଇପାରିନାହିଁ । ଆଜି ବି ଦୁନିଆରେ ପ୍ରକୃତିର ଏଭଳି କାରାନାମା ସାମ୍ନାକୁ ଆସୁଥାଏ, ଯେ ଆଶ୍ଚର୍ଯ୍ୟ ହେବାକୁ ଆମେ ବାଧ୍ୟ ହେଉ । ସେହିଭଳି ଏକ ସ୍ଥାନ ହେଉଛି, ନ୍ୟୁଜିଲ୍ୟାଣ୍ଡର ବ୍ଲୁ-ଲେକ୍ ।

BLUE LAKE, NEW ZEALAND

BLUE LAKE, NEW ZEALAND

Advertisment

 ନ୍ୟୁଜିଲ୍ୟାଣ୍ଡ: ପ୍ରକୃତି କୋଳରେ ରହସ୍ୟର ଗନ୍ତାଘର କିଛି ରହସ୍ୟ ଆଶ୍ଚର୍ଯ୍ୟ କରାଏ, କିଛି ରହସ୍ୟ ଭୟଭୀତ କରାଏ । କିଛି ରହସ୍ୟ ସମ୍ପର୍କରେ ମଣିଷ ଆଜି ଯାଏଁ ଜାଣିପାରିଲା ନାହିଁ । ସେହିଭଳି ଆମ ଦୁନିଆଠାରେ ରହିଛି ସବୁଠାରୁ ସଫା ପାଣି ଥିବା ହ୍ରଦ । ଏହି ହ୍ରଦଟି ରହିଛି ନ୍ୟୁଜିଲ୍ୟାଣ୍ଡରେ, କିନ୍ତୁ ଏଯାଏଁ ଏହି ସ୍ଥାନ ସମ୍ପର୍କରେ ବିଶେଷ ତଥ୍ୟ ଲୋକଲୋଚନକୁ ଆସିପାରିନାହିଁ ।

Advertisment
Blue LakeBlue Lake, New Zealand

ନ୍ୟୁଜିଲ୍ୟାଣ୍ଡର ସାଉଥ୍ ଆଏଲ୍ୟାଣ୍ଡର । ଏହି ହ୍ରଦଟି ହେଉଛି ବ୍ଲୁ ଲେକ୍, ଯାହାର ପାଣି ଏତେ ସଫା ଯେ ଏହାର ୮୦ ମିଟର ଗଭୀରତା ପର୍ଯ୍ୟନ୍ତ ମଧ୍ୟ ଆପଣ ଦେଖିପାରିବେ । କୁହାଯାଏ ଏହି ହ୍ରଦର ପାଣି ବର୍ଷ ତମାମ ସ୍ୱଚ୍ଛ ରହେ ।  ଏହି ହ୍ରଦର ପାଣି ଡିଷ୍ଟିଲ୍ଡ୍ ଓ୍ୱାଟର ଠାରୁ ମଧ୍ୟ ସଫା । କାରଣ ଡିଷ୍ଟିଲ୍ଡ ଓ୍ୱାଟରରେ ମଧ୍ୟ ୭୬ ମିଟର ଗଭୀରତା ଯାଏଁ ହି ଦେଖିହୁଏ । ତେବେ ଏହାର ବିଶେଷତ୍ତ୍ୱ ହେଉଛି ଏହି ହ୍ରଦର ପାଣି କେବେ ବି ଅପରିଷ୍କାର ହୁଏ ନାହିଁ ଯଦି ବର୍ଷା କାରଣରୁ ଏଠାକାର ପାଣି ଅସ୍ୱଚ୍ଛ ହୋଇଗଲେ ବି କିଛି ସମୟ ମଧ୍ୟରେ ତାହା ପୁଣିଥରେ ସ୍ୱଚ୍ଛ ହୋଇଯାଏ କାରଣ କିଛି ଲୋକଙ୍କ ମତରେ ଏଠାରେ ଫିଲ୍ଟର ସିଷ୍ଟମ୍ ଲାଗିଛି । ଏହି ହ୍ରଦର ପାଣି ଦେଖି ଦୁନି‌ଆ ସାରା ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

Blue LakeBlue Lake

ଏହି ହ୍ରଦ ଏକ ସଂରକ୍ଷିତ କ୍ଷେତ୍ର ଓ ଏଠାକୁ ଏକା ଆସିବା କିମ୍ବା ହ୍ରଦରେ ପ୍ରବେଶ କରିବା ଉପରେ ରୋକ ଲଗାଯାଇଛି । ଏହି ବ୍ଲୁ ଲେକ୍ ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ଉଚ୍ଚତାରେ ରହିଛି । ଏହା ଉପରେ ଥିବା ଅନ୍ୟ ହ୍ରଦରୁ ପାଣି ନେଇଥାଏ । ଏହା ଗଛଲତାର ସ୍ତରଠାରୁ ଉପରେ ଥିବା କାରଣରୁ ଏଠାରେ ହ୍ରଦରେ ପତ୍ର ଇତ୍ୟାଦି ପଡିବାର ଭୟ ମଧ୍ୟ ନଥାଏ । ଏହି ହ୍ରଦର ବିଶେଷତ୍ତ୍ୱ ଦେଖି ଏଠାରେ ନ୍ୟାଚୁରାଲ ମସିନାରୀ ମଧ୍ୟ ଲାଗିଛି । ଏହାଦ୍ୱାର ପ୍ରାକୃତିକ ଭାବେ ହ୍ରଦ ପରିଷ୍କାର ରହିଥାଏ । ବ୍ଲୁ ଲେକରେ ଏକ ହୋଲ ମଧ୍ୟ ଦେଇ ପାଣି ବାହାରିଥାଏ ଓ ୨୪ ଘଂଟାରେ ତାହା ପରିଷ୍କାର ହୋଇଯାଏ ।

Advertisment
Bichitra Brahmanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ