Texas Floods
ଆମେରିକାରେ ବନ୍ୟାର ତାଣ୍ଡବ। ଜଳ ପ୍ରଳୟରେ ଆମେରିକାରେ ହାହାକାର। ଭୀଷଣ ବନ୍ୟାରେ ଏଯାଏଁ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୨୮ ଜଣ ଛୋଟ ପିଲା ଅଛନ୍ତି । ଟେକ୍ସାସର ଅନେକ ଅଞ୍ଚଳ ବନ୍ୟା ପାଣିରେ ବୁଡ଼ି ରହିଛି ।
ଟେକ୍ସାସ ବନ୍ୟା ଯୋଗୁଁ ଏକ ସମର କ୍ୟାମ୍ପରୁ ଅନେକ ପିଲା ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ପତ୍ତା ମିଳିନଥିବା ବେଳେ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ଅନେକ ଲୋକଙ୍କ ଘର ପାଣିରେ ବୁଡ଼ିଯିବାରୁ ଲୋକେ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି ।
କେର୍ଭିଲ୍ କାଉଣ୍ଟିରେ ଲଗାତାର ବର୍ଷା ଯୋଗୁଁ ନଦୀର ଜଳସ୍ତର ହଠାତ୍ ବଢ଼ି ଯାଇଥିଲା । ହଣ୍ଟ ନିକଟରେ ଗୁଆଡାଲୁପ୍ ନଦୀର ଜଳସ୍ତର ମାତ୍ର 45 ମିନଟ ବର୍ଷାରେ ୨୬ ଫୁଟ ବୃଦ୍ଧି ପାଇଥିଲା । ନଦୀର ଜଳ ସ୍ତର ଏତେ ଶିଘ୍ର ବଢିଲା ଯେ ଲୋକଙ୍କୁ ସଜାଗ ହେବା ପାଇଁ ସୁଯୋଗ ମିଳିଲା ନାହିଁ। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢି ରହିଥିବା ଦେଖିବାକୁ ମିଳିଛି।
ଡଙ୍ଗା ଏବଂ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟେକ୍ସାସରେ ବନ୍ୟା ପରେ ୮୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।