Advertisment

‘କାବୁଲରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଆଗାମୀ କିଛି ଦିନ ଆହୁରି ଭୟଙ୍କର ହେବ ସ୍ଥିତି’

ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଆମେରିକାକୁ ଭିତରୁ ଦୋହଲାଇ ଦେଇଛି । ଏମିତିକି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଇସ୍ତଫା ଦାବି ମଧ୍ୟ କରାଯାଇଛି ।

US President Joe Biden

US President Joe Biden

Advertisment

ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଆମେରିକାକୁ ଭିତରୁ ଦୋହଲାଇ ଦେଇଛି । ଏମିତିକି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଇସ୍ତଫା ଦାବି ମଧ୍ୟ କରାଯାଇଛି । ଆଉ ଗତକାଲି ଏହି ଘଟଣାକୁ ନେଇ ବାଇଡେନ୍‌ ଦେଶକୁ ସମ୍ବୋଧନ କରୁଥିବା ବେଳେ କାନ୍ଦି ପକାଇଥିଲେ । ତେବେ ଏହାରି ଭିତରେ ଆମେରିକାକୁ ଆଉ ଏକ ବଡ଼ ସୂଚନା ମିଳିଛି । ଯାହାକୁ ନେଇ ଆମେରିକା ଅଧିକ ସତର୍କ ହେବା ଆବଶ୍ୟକ ।

Advertisment

ଜୋ ବାଇଡେନ୍‌ଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି ଯେ, କାବୁଲ ବିମାନବନ୍ଦରରେ ପୁଣି ଥରେ ଆତଙ୍କୀ ହମ୍‌ଲା ହେବାର ସମ୍ଭାବନା ରହିଛି । ଏନେଇ ଆମେରିକା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୁଇନ୍ଦା ଏଜେନ୍ସିର ଇନପୁଟ୍ ଅନୁଯାୟୀ, ଆସନ୍ତା କିଛି ଦିନ ମଧ୍ୟରେ ଆମେରିକୀୟ, ସହଯୋଗୀ କର୍ମଚାରୀ ଏବଂ ଆଫଗାନିସ୍ତାନ ସହଭାଗୀମାନଙ୍କୁ ସ୍ଥାନାନ୍ତର କରିବା ସବୁଠାରୁ ବିପଜ୍ଜନକ ହେବ।

Joe BidenJoe Biden

ଆମେରିକାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ଆମର ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ମାତ୍ରେ ଆମେ କାବୁଲ ବିମାନବନ୍ଦରକୁ ଆଫଗାନିସ୍ତାନ ଲୋକଙ୍କୁ ହସ୍ତାନ୍ତର କରିଦେବୁ । ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ଯେ, କାବୁଲରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତିଙ୍କୁ ସୂଚନା ଦିଆଯାଇଛି । ଆକ୍ରମଣ ସମ୍ଭାବନା ଥିବାରୁ ଆମେରିକା ପକ୍ଷରୁ କାବୁଲ ବିମାନବନ୍ଦରରେ ସେନା ବୃଦ୍ଧି କରାଯାଇଛି କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।

Advertisment

ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବାର ଯେଉଁ ମିଶନ ଚାଲିଛି, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହା ଅଧିକ ବିପଦଜ୍ଜନକ ରହିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କାବୁଲ ବିମାନବନ୍ଦରରେ ଦିନକୁ ଦିନ ବିପଦ ବଢ଼ିବାରେ ଲାଗିଛି । ରାଷ୍ଟ୍ରପତି ବାଇଡେନ୍‌ ଅଧିକାରୀମାନଙ୍କୁ ଅଶ୍ୱାସନା ଦେଇ କହିଛନ୍ତି ଯେ, ଅପରେସନ୍ ସମ୍ପୂର୍ଣ୍ଣ କରିବା ଏବଂ ଆମେରିକୀୟ ସୈନ୍ୟଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ସେପଟେ ଏହି ବିସ୍ଫୋରଣ ଘଟଣା ପରେ ବାଇଡେନ୍‌ଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି । ରିପବ୍ଲିକ୍ ପାର୍ଟି କଂଗ୍ରେସଓ୍ୱମେନ୍ ଏଲିସ୍ ଷ୍ଟିଫାନିକ୍ କହିଛନ୍ତି, ବାଇଡେନ୍ କମାଣ୍ଡର୍-ଇନ୍-ଚିଫ୍ ହେବାକୁ ଅଯୋଗ୍ୟ । ରିପବ୍ଲିକାନ୍ ସିନେଟର୍ ମାର୍ଶା ବ୍ଲାକ୍‌ବର୍ଣ୍ଣ ଟୁଇଟ୍ କରି ବାଇଡେନ୍‌ଙ୍କ ଇସ୍ତଫା ଦାବି କରିଛନ୍ତି । କେବଳ ବିରୋଧୀ ଦଳ ନୁହେଁ, ଏହି ଘଟଣା ପରେ ଆଜି ବିଭିନ୍ନ ଜନମତ ସର୍ଭେରେ ମଧ୍ୟ ବାଇଡେନ୍‌ଙ୍କ ଲୋକପ୍ରିୟତା କମିଥିବା ଦେଖିବାକୁ ମିଳିଛି ।

Advertisment

ଆଫ୍‌ଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହ, ଯଥାଶୀଘ୍ର ସେମାନଙ୍କୁ ସେଠାରୁ ଆମେରିକା ଅଣାଯିବ ବୋଲି ଘୋଷଣା କରିବା ପରେ, ବାଇଡେନ୍‌ଙ୍କ ପ୍ରତି ଆମେରିକୀୟଙ୍କ ଶ୍ରଦ୍ଧା ଓ ସମର୍ଥନ ବଢ଼ିଥିଲା । ତେବେ ଆମେରିକୀୟ ଓ ନାଟୋ ସୈନ୍ୟ ଆଫଗାନିସ୍ତାନ ଛାଡ଼ୁ ଛାଡ଼ୁ ମାତ୍ର ଦିନ କେଇଟା ଭିତରେ ତାଲିବାନ୍ ପୂରା ଦେଶକୁ ଦଖଲ କରିନେଇଥିଲା । ଏମିତିକି ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କୁ ଦେଶ ଛାଡ଼ିବାକୁ ପଡ଼ିଲା ।

Afghanistan Joe Biden America Kabul Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ