Advertisment

ପାକିସ୍ତାନର ମାଟିରେ ଆତଙ୍କୀଙ୍କ ନରସଂହାର : ନିଜେ ପୋଷିଥିବା ସାପର ଚୋଟ ସହୁଛି ପାକିସ୍ତାନ

ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି

ଅଦ୍ୟତନ ହୋଇଛି
Pakistan Terror Attack

pakistan

Advertisment

ଆତଙ୍କୀଙ୍କୁ ପ୍ରଶ୍ରୟ ଦେଇ ନିଜେ ମଜା ଚାଖୁଛି ପାକିସ୍ତାନ। ହେଲେ ଖୋଇ ଛାଡ଼ୁନି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପାକିସ୍ତାନକୁ ଦେଇଥିବା ଚେତାବନୀ ସତ ପ୍ରମାଣିତ ହୋଇଛି । ରବିବାର ରାତିରେ ପାକ୍ ମାଟିରେ ଆତଙ୍କବାଦୀ ଭିଆଇଛନ୍ତି ବର୍ବର କାଣ୍ଡ । ପାକିସ୍ତାନରେ ଏକ ଥାନା ଉପରେ ଆକ୍ରମଣ ଯୋଗୁ ୪ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି । ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି ।

Advertisment

ରବିବାର ମଧ୍ୟରାତ୍ରରେ ଖାୟବର ପଖତୁନବା ପ୍ରଦେଶର ବୁର୍ଗାଇ ଥାନା ଉପରେ ହୋଇଛି ଆତଙ୍କୀ ହମଲା । ଏଥିରେ ୪ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଥାନାକୁ କାଉଣ୍ଟର-ଟେରୋରିଜିମ୍ ସେଣ୍ଟର ବା ଆତଙ୍କବାଦ ନିରୋଧ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା । ହେଲେ ସେହି ସ୍ଥାନକୁ ହିଁ ଟାର୍ଗେଟ୍ କଲେ ଆତଙ୍କବାଦୀ । ଆକ୍ରମଣ ସମୟରେ ଥାନାରେ ପ୍ରାୟ ୬୦ ପୋଲିସ କର୍ମଚାରୀ ଥିଲେ । ସେମାନଙ୍କ ଉପରେ ଅତର୍କିତ ଗୁଳି, ଗ୍ରେନେଡ୍ ଓ ରକେଟ୍ ଆକ୍ରମଣ କରିଥିଲେ ଆତଙ୍କୀ ।

ଅଧିକ ପଢ଼ନ୍ତୁ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ: ଏସ୍‌. ଜୟଶଙ୍କର

ପ୍ରାୟ ୪୫ ମିନିଟର ଆଖିବୁଜା ଗୁଳିମାଡ଼ ପରେ, ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଆକ୍ରମଣକାରୀ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ତେବେ କୌଣସି ଆତଙ୍କୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି । ସେହି ସମାନ ଅଞ୍ଚଳରେ କିଛି ସପ୍ତାହ ତଳେ ପୋଲିସ ପାଟ୍ରୋଲିଂ ଭ୍ୟାନ୍ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ ଆତଙ୍କବାଦୀ । ସେତେବେଳେ ଏହା ପଛରେ ତେହେରିକ୍ -ଇ-ତାଲିବାନ ପାକିସ୍ତାନର ହାତଥିବା ସ୍ପଷ୍ଟ ହୋଇଥିଲା ।

Advertisment

ପାକିସ୍ତାନ ଓ ଆତଙ୍କବାଦର ସଂପର୍କ ସାରା ବିଶ୍ୱରେ କାହାକୁ ଅଛପା ନୁହେଁ । ତେବେ ନିଜେ ଖୋଳିଥିବା ଗାତରେ ପାକିସ୍ତାନ ନିଜେ ପଡ଼ିବା ପରେ, ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ଜର୍ଦ୍ଦାରୀ । ଉଭୟ ନେତା ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଥିବା ବେଳେ, ଶେହବାଜ କହିଛନ୍ତି ଆତଙ୍କବାଦୀ ଆମ ଦେଶର ଖୋଲା ଶତ୍ରୁ । ଯେଉଁମାନେ ଆତଙ୍କୀ ଗୁଳିରେ ପ୍ରାଣତ୍ୟାଗ କରିଛନ୍ତି ସେମାନେ ଆମ ଦେଶ ପାଇଁ ହିରୋ ଥିଲେ । ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ମୂଳପୋଛ ଆମ ଦେଶର ପ୍ରାଥମିକତା । ତେବେ ପାକ୍ ପିଏମଙ୍କ ଏଭଳି ବୟାନ ଲଙ୍କାରେ ହରିନାମ ଭଳି ହୋଇଛି . ।

ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଛି ପାକିସ୍ତାନ । ୨୦୦୮ରେ ଇସାଲାମବାଦ ମାରିଅଟ୍ ହୋଟେଲ, ୨୦୦୯ରେ ପାକ୍ ଆର୍ମୀ ହେଡକ୍ୱାର୍ଟର, ୨୦୧୨ରେ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସଫଜାଇଙ୍କ ଉପରେ ଟିଟିପିର ଆକ୍ରମଣ ଚର୍ଚ୍ଚା ସୃଷ୍ଟି କରିଥିଲା । ୨୦୧୪ରେ ପେଶୱାରରେ ଆର୍ମୀ ପବ୍ଲିକ ସ୍କୁଲରେ ଆତଙ୍କୀ ଆକ୍ରମଣରେ ୧୫୦ ଜଣଙ୍କର ଜୀବନ ଯାଇଥିଲା, ଯେଉଁଥିରେ ସାମିଲ ଥିଲେ ୧୩୧ ପିଲା । ତେବେ ପାକ୍ ରାଜନେତାଙ୍କ ମନ୍ତବ୍ୟକୁ ଦେଖିଲେ, ଏସବୁ ଆକ୍ରମଣରୁ ପାକିସ୍ତାନ କିଛି ଶିକ୍ଷାଲାଭ କରିବା ଭଳି ମନେ ହେଉନି ।

Advertisment
Terror Attack Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ