• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଛରେ ପାକିସ୍ତାନ, ଆଗରେ ଟାଟା ଗ୍ରୁପ୍ । ସତରେ କଣ ଟାଟା ଗ୍ରୁପ୍ ପାକିସ୍ତାନର ଅର୍ଥନୀତିକୁ ପଛରେ ପକାଇ ଦେଇଛି ? ହଁ ଅନ୍ୟ ଏକ ସଫଳତା ଟାଟା ଗ୍ରୁପ୍ ନାମରେ ସାମିଲ ହୋଇଛି । ଯାହା ଭାରତର ଅଗ୍ରଣୀ ବ୍ୟବସାୟ ସଂସ୍ଥା ମଧ୍ୟରେ ଗଣାଯାଏ । ଟାଟା ଗ୍ରୁପ୍ ପଡୋଶୀ ଦେଶ ପାକିସ୍ତାନର ସମଗ୍ର ଅର୍ଥନୀତିକୁ ପଛରେ ପକାଇ ଦେଇଛି । ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିକରଣ ୩୬୫ ବିଲିୟନ ଡ଼ଲାରରେ ପହଞ୍ଚିଛି । ଅନ୍ୟପକ୍ଷରେ, ଆଇଏମ୍ଏଫ୍ ଆକଳନ ଅନୁଯାୟୀ ଅର୍ଥନୌତିକ ଓ ରାଜନୌତିକ ସଙ୍କଟରେ ପଡ଼ିଥିବା ପାକିସ୍ତାଡିପି ନର ଜିମାତ୍ର ୩୪୧ ବିଲିୟନ ଡ଼ଲାର୍ ରହିଛି ।

ଟିସିଏସ୍‌ର ବଜାର ମୂଲ୍ୟ ପାକିସ୍ତାନର ଜିଡିପିର ଅଧା ରହିଛି...

ଗତ ବର୍ଷ ଟାଟା ଗ୍ରୁପ୍ କମ୍ପାନୀଗୁଡିକର ସେୟାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସେ ନିବେଶକମାନଙ୍କୁ ମଧ୍ୟ ଭଲ ରିଟର୍ଣ୍ଣ ଦେଇଛନ୍ତି । ଏହି କାରଣରୁ ଟାଟା ଗ୍ରୁପର ବଜାର କ୍ୟାପରେ ତୀବ୍ର ବୃଦ୍ଧି ଘଟିଛି । ଟାଟା ଗ୍ରୁପ୍ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍‌ର ମୂଲ୍ୟ ୧୭୦ ବିଲିୟନ ଡ଼ଲାର ଅତିକ୍ରମ କରିଛି । ଏହା ପାକିସ୍ତାନର ଜିଡିପିର ଅଧା ରହିଛି ।

ଋଣର ପାଉଁଶ ଗଦାରେ ଅଟକି ରହିଛି ପାକିସ୍ତାନ...

ଏକ ରିପୋର୍ଟରେ କୁହାଯାଇଛି ଯେ ଜିଡିପି ତୁଳନାରେ ପାକିସ୍ତାନର ଋଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ, ଉତ୍ପାଦନ ବୃଦ୍ଧି ପାଇଁ ଅର୍ଥନୀତିର କ୍ଷମତା ବାଧାପ୍ରାପ୍ତ ହେଉଛି । ବଡ଼ ପରିବର୍ତ୍ତନ ପାଇଁ ପାକିସ୍ତାନର ଆବଶ୍ୟକତା ରହିଛି । ଯଦି ଏହା ନହୁଏ, ତେବେ ପାକିସ୍ତାନ ଋଣରେ ଗଭୀର ହୋଇ ଡିଫଲ୍ଟ ଆଡକୁ ଯିବ । ୨୦୧୧ ପରଠାରୁ ପାକିସ୍ତାନର ବୈଦେଶିକ ଋଣ ପ୍ରାୟ ଦ୍ୱିଗୁଣିତ ହୋଇଛି ଏବଂ ଘରୋଇ ଋଣ ୬ ଗୁଣ ବୃଦ୍ଧି ପାଇଛି । ୨୦୨୪ ଆର୍ଥିକ ବର୍ଷରେ ପାକିସ୍ତାନକୁ ପ୍ରାୟ ୪୯.୫ ବିଲିୟନ ଡଲାରର ଋଣ ପରିଶୋଧ କରିବାକୁ ପଡିବ ।

ଟାଟା ଗ୍ରୁପ୍‌ର ୮ଟି କମ୍ପାନୀର ଧନ ଦ୍ୱିଗୁଣିତ ହୋଇଛି...

ଟାଟା ଗ୍ରୁପର ଟାଟା ମୋଟର୍ସ, ଟ୍ରେଣ୍ଟ, ଟାଇଟାନ୍‌, ଟିସିଏସ୍ ଓ ଟାଟା ପାୱାରର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି  । ଗତ ଏକ ବର୍ଷ ମଧ୍ୟରେ, ସଂସ୍ଥାର ୮ଟି କମ୍ପାନୀର ସମ୍ପତ୍ତି ପ୍ରାୟ ଦ୍ୱିଗୁଣିତ ହୋଇଛି । ଏଥିମଧ୍ୟରେ ବେନାରସ ହୋଟେଲ, ଟିଆରଏଫ, ଗୋଆର ଅଟୋମୋବାଇଲ କର୍ପୋରେସନ, ଆର୍ଟସନ ଇଞ୍ଜିନିୟରିଂ ଓ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ବଜାର ମୂଲ୍ୟ ପ୍ରାୟ ୨.୭ ଲକ୍ଷ କୋଟି ଟଙ୍କା ଥିବା ଟାଟା କ୍ୟାପିଟାଲ ଆସନ୍ତା ବର୍ଷ ଏହାର ଆଇପିଓ ଲଞ୍ଚ କରିପାରିବ ।