Advertisment

ତାଲିବାନ ଆମକୁ ମାରିଦେବ, ସେଠି ଝିଅଙ୍କ ଅଧିକାର କିଛି ନାହିଁ: କାବୁଲ ଫେରନ୍ତା ମହିଳା

ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ, ସଂଗଠନର ଟପ୍ ନେତା ମୁଲ୍ଲା ବରାଦର୍ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
ତାଲିବାନ ଆମକୁ ମାରିଦେବ, ସେଠି ଝିଅଙ୍କ ଅଧିକାର କିଛି ନାହିଁ: କାବୁଲ ଫେରନ୍ତା ମହିଳା

Afghan woman

Advertisment

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ୨୦ ବର୍ଷ ପରେ ପୁଣି ତାଲିବାନ କବଜାରେ ଆଫଗାନିସ୍ତାନ ରାଜଧାନୀ କାବୁଲ। ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା ସୂଚନା ମିଳିଛି। କାବୁଲରୁ ସେ ପଡ଼ୋଶୀ ଦେଶ ତାଜିକିସ୍ତାନକୁ ପଳାଇଥିବା କୁହାଯାଉଛି। ତାଲିବାନ ସେନା ରାଷ୍ଟ୍ରପତି ପ୍ୟାଲେସକୁ ନିଜ କବଜାକୁ ନେଇଛନ୍ତି। ଏହାରି ଭିତରେ କାବୁଲ ବିମାନ ବନ୍ଦରରେ ଗୁଳିମାଡ ହୋଇଥିବା ଆମେରିକା ଦୂତାବାସ ପକ୍ଷରୁ ସୂଚନା ମିଳିଛି। ଆଫଗାନିସ୍ତାନର ବଗ୍ରାମ ଏୟାରବେସ୍‌କୁ ଅକ୍ତିଆର୍‌କୁ ନେବା ସହ ୫ ହଜାର ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ।

Advertisment

ତେବେ ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ, ସଂଗଠନର ଟପ୍ ନେତା ମୁଲ୍ଲା ବରାଦର୍ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ ଆମେରିକା ନିଜ ଦୂତାବାସ କର୍ମଚାରୀଙ୍କୁ ଏୟାରଲିପ୍ଟ କରିଛି ଏହାରି ଭିତରେ ଭାରତୀୟ ଦୂତାବାସରେ ଫସିଥିବା ୧୨୯ ଜଣ କର୍ମଚାରୀଙ୍କୁ ଏୟାର ଇଣ୍ଡିଆ ବିମାନରେ କାବୁଲରୁ ନୂଆ ଦିଲ୍ଲୀ ଅଣାଯାଇଛି। ଭାରତରେ ସୁରକ୍ଷିତ ଭାବେ ପହଁଚିବା ପରେ ଆଫଗାନିସ୍ତାନର ଭୟାବହ ସ୍ଥିତି ବାବଦରେ ବର୍ଣ୍ଣନା କରିଛନ୍ତି ସେଠାରେ ରହୁଥିବା ଭାରତୀୟ ନାଗରିକ। 

Advertisment

ବିମାନ ବନ୍ଦରରେ ଓହ୍ଲାଇବା ପରେ ଯାତ୍ରୀ ବଖାଣିଛନ୍ତି ତାଲିବାନ କିଭଳି ଆଫଗାନିସ୍ତାନରେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ବିମାନରୁ ଓହ୍ଲାଇବା ପରେ ଜଣେ ମହିଳା କାନ୍ଦି କାନ୍ଦି କହିଛନ୍ତି, ‘ମୁଁ ବିଶ୍ୱାସ କରିପାରୁନି ଯେ ଆମେ ଆଫଗାନିସ୍ତାନ ଛାଡି ଦେଇଛୁ। ସେଠାରେ ଆମର ସାଙ୍ଗମାନଙ୍କୁ ହତ୍ୟା କରାଯାଉଛି। ସେମାନେ (ତାଲିବାନ) ଆମକୁ ମାରିବାକୁ ଯାଉଛନ୍ତି। ଆମର ମହିଳାମାନଙ୍କର ଆଉ ଅଧିକାର ନାହିଁ’। ଏବେ ଆଫଗାନିସ୍ତାନରେ ରହୁଥିବା ବିଦେଶୀ ନାଗରିକ ପ୍ରାଣ ଭୟରେ ନିଜ ନିଜ ଦେଶକୁ ଫେରିଯାଉଛନ୍ତି। ଅଧିକାଂଶ ସ୍ଥାନରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

Advertisment

India News Taliban Militant Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ