Advertisment

ଭାରତ ସହ ଏମିତି ସମ୍ପର୍କ ରଖିବାକୁ ସଙ୍କେତ ଦେଲେ ତାଲିବାନ

ତାଲିବାନୀମାନଙ୍କର ଭାରତ ସହ  କିପରି ସମ୍ପର୍କ ରହିବ ? ତାଲିବାନର ଜଣେ ଶୀର୍ଷ ନେତା କତାରର ରାଜଧାନୀ ଦୋହାରେ କହିଛନ୍ତି, ଭାରତ ଉପମହାଦ୍ୱୀପ ତାଲିବାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ହେଲେ କାହିଁକି ?

Sher Mohammad Abbas Stanekzai)

Sher Mohammad Abbas Stanekzai)

Advertisment

କାବୁଲ୍‌: ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନୀମାନଙ୍କର ଭାରତ ସହ  କିପରି ସମ୍ପର୍କ ରହିବ ? ଆତଙ୍କବାଦୀରେ ଥରହର ଭାରତ ପାଇଁ ଏହା ଏକ ବଡ ପ୍ରଶ୍ନ। ତେବେ ଭାରତ ସହ କିପରି ସମ୍ପର୍କ ରହିବ ସେ ନେଇ ତାଲିବାନମାନେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ତାଲିବାନର ଜଣେ ଶୀର୍ଷ ନେତା କତାରର ରାଜଧାନୀ ଦୋହାରେ କହିଛନ୍ତି, ଭାରତ ଉପମହାଦ୍ୱୀପ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତାଲିବାନମାନେ ପୂର୍ବପରି ଭାରତ ସହ ସାଂସ୍କୃତିକ, ଆର୍ଥିକ, ରାଜନୈତିକ ଏବଂ ବ୍ୟାବସାୟିକ ସମ୍ପର୍କ ରଖିବାକୁ ଚାହେଁ ବୋଲି ସେ କହିଛନ୍ତି।

Advertisment

ମିଡିଆ ସୂଚନା ଅନୁସାରେ, ଦୋହାର ତାଲିବାନ କାର୍ଯ୍ୟାଳୟରେ ଡେପୁଟି ହେଡ ଶେର ମହମ୍ମଦ ଅବ୍ବାସ ଷ୍ଟେନକଜଇ (Sher Mohammad Abbas Stanekzai) ଏହି ବୟାନ ଦେଇଛନ୍ତି। ଶନିବାର ତାଲିବାନ ସୋଶାଲ ମିଡିଆ ଆକାଉଣ୍ଟ ଏବଂ ଆଫଗାନିସ୍ତାନର ମିଲ୍ଲି ଟେଲିଭିଜନରେ ୪୬ ମିନିଟ୍‌ର ଏକ ଭିଡିଓରେ ତାଲିବାନର ଭାରତ ସହ ସମ୍ପର୍କକୁ ନେଇ ଷ୍ଟେନକଜଇ ଏପରି କହିଥିଲେ।

ତାଲିବାନଙ୍କର ଏହି ବୟାନ ଭାରତ ପାଇଁ ବେଶ ଗୁରୁତ୍ୱ ବହନ କରେ । କାରଣ ପାକିସ୍ତାନର ସମ୍ପର୍କ ତାଲିବାନ ସହ ବହୁତ ଘନିଷ୍ଠ। ହେଲେ ଇସ୍‌ଲାମବାଦ ଭାରତ ସହ ଆଫଗାନିସ୍ତାନର ମଜବୁତ୍‌ ସମ୍ପର୍କକୁ ନକାରାତ୍ମକ ଦୃଷ୍ଟିରେ ଦେଖିଥାଏ।  ଅଗଷ୍ଟ ୧୫ରେ ତାଲିବାନମାନେ କାବୁଲ୍‌କୁ କବ୍‌ଜା କରିନେବା ପରେ ପ୍ରଥମ ଥର ପାଇଁ ତାଲିବାନର ଜଣେ ବରିଷ୍ଠ ନେତା ଏପରି ବୟାନ ଦେଇଛନ୍ତି। ମିଡିଆ ସାମ୍ନାରେ ସିଧାସଳଖ ଭାରତ ସହ ସମ୍ପର୍କ ରଖିବାକୁ ଚାହୁଁଥିବା କହିଛନ୍ତି ।

Advertisment

ଏଠି କହିରଖିବୁ, ଭାରତ ଅଧ୍ୟକ୍ଷତାରେ ହୋଇଥିବା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ରେ ଆଫଗାନିସ୍ତାନ ନିଜ ବୟାନରେ ତାଲିବାନ ପ୍ରସଙ୍ଗ ନ ଉଠାଇ କହିଥିଲା, ଆଫଗାନ ସମୂହ ଆତଙ୍କବାଦକୁ ସମର୍ଥନ କରନ୍ତୁ ନାହିଁ ଏବଂ କୌଣସି ଦେଶ ବିରୋଧରେ ନିଜ ମାଟିକୁ ବ୍ୟବହାର ହେବାକୁ ଦିଅନ୍ତୁ ନାହିଁ। 
ସୂଚନାଥାଉ କି,  ଷ୍ଟେନକଜଇ ୧୯୮୦ରେ ଆଫଗାନ ଆର୍ମି କ୍ୟାଡେଟ ଭାବେ ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟ୍ରି ଏକାଡେମୀରେ ଟ୍ରେନିଂ ନେଇଥିଲେ। ୧୯୯୬ରେ କାବୁଲ୍‌ ଉପରେ ତାଲିବାନ କବ୍‌ଜା କରିବା ପରେ କେୟାର ଟେକର ସରକାରରେ ସେ ଉପ ବିଦେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି। ଭାରତ କାବୁଲ୍‌ରୁ ତାର ସମସ୍ତ ରାଜନେତାଙ୍କୁ ଫେରାଇ ନେଇ କାବୁଲ୍‌ ଦୂତାବାସ ଖାଲି କରିବା ପରେ ଷ୍ଟେନକଜଇ ଏପରି ବୟାନ ଦେଇଛନ୍ତି। 
 ଷ୍ଟେନକଜଇ କହିଛନ୍ତି, ଆମେ ଭାରତ ସହ ଆମର ରାଜନୈତିକ, ବ୍ୟାବସାୟିକ ଏବଂ ଆର୍ଥିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଉଛୁ ଏବଂ ଏହାକୁ ଆଗକୁ ବଢାଇବାକୁ ଚାହୁଁଛୁ। ଏ ନେଇ ଭାରତ ସହ କାମ କରିବା ପାଇଁ ଆମେ ବିଚାର କରୁଛୁ। 

ସେ ଆହୁରି କହିଥିଲେ, ‘ପାକିସ୍ତାନ ପରି ଭାରତ ସହିତ ମଧ୍ୟ ଆମର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାରତ ସହ ବାଣିଜ୍ୟିକ ସମ୍ପର୍କ ରଖିବା ପାଇଁ ଆମର ଆକାଶ ପଥ ଖୋଲା ରହିବ।’ ତେବେ ଆଫଗାନିସ୍ତାନ-ଭାରତ ମଧ୍ୟରେ ଯୋଗାଯୋଗର ରାସ୍ତା ପାକିସ୍ତାନ ବନ୍ଦ କରି ଦେଇଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ଉଭୟ ବ୍ୟବସାୟ ଏବଂ ଯୋଗାଯୋଗ ସମ୍ପର୍କକୁ  ଛିନ୍ନ ହୋଇଯାଇଛି। ଏପରି ସମୟରେ  ତାଲିବାନ ନେତାଙ୍କର ଏପରି ବୟାନ ବେଶ ମହତ୍ୱପୂର୍ଣ୍ଣ ।

Advertisment
Afghanistan Taliban Militants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ