taliban in afghanistan
କାବୁଲ: ଆଫଗାନିସ୍ତାନରେ ଆରମ୍ଭ ହୋଇଗଲାଣି ତାଲିବାନ ଆତଙ୍କ। ପ୍ରତିଶୋଧ ମନୋବୃତ୍ତି ରଖିବୁ ନାହିଁ ବୋଲି ଯେତେ କହିଲେ ମଧ୍ୟ ନିଜ ପ୍ରବୃତ୍ତିକୁ ରୋକି ପାରିନାହାନ୍ତି ତାଲିବାନ। ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛନ୍ତି। ଯେଉଁମାନେ ଆମେରିକାର ସେନାକୁ ସହଯୋଗ କରୁଛନ୍ତି ସେମାନଙ୍କୁ ଚେତାବନୀ ଦେବା ସହ ହତ୍ୟା କରୁଥିବା ସୂଚନା ମିଳିଛି।
ଗତକକାଲି ଆଫଗାନ ସେନାର ତିନି ଜଣ କମାଣ୍ଡରଙ୍କୁ ତାଲିବାନ ସର୍ବସମ୍ମୁଖରେ ଫାଶି ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟପଟେ ତାଲିବାନ ବିରୋଧରେ ପ୍ରକାଶ ପାଉଥିବା ଖବର ପ୍ରସାରଣ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଏହି ଆତଙ୍କବାଦୀ ସଂଗଠନ। ଆଫଗାନୀ ଇମାମଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ମସଜିଦ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଇମାମ୍ ମାନେ ବୁଝାଇବେ ବୋଲି କୁହାଯାଇଛି । ଏହାସହ ଦେଶ ଛାଡ଼ି ନଯିବାକୁ ଲୋକଙ୍କୁ ବୁଝାଇବେ ଇମାମ।
Also Read
ଆଫଗାନିସ୍ତାନରେ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘର ଘର ବୁଲି ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ରେଡିଓ ଟେଲିଭିଜନ ଆଫଗାନିସ୍ତାନ (RTA) ଅନୁସାଯରେ କିଛି ଦିନ ମଧ୍ୟରେ ତାଲିବାନୀଙ୍କର କହିବା ଓ କରିବା ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳିଲାଣି। ତାଲିବାନୀ ସେନା ସହରରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗି ଦେଇଛନ୍ତି। ଆଫଗାନିସ୍ତାନର ଏକ ନ୍ୟୁଜ ଏଜେନ୍ସି ତଥ୍ୟ ଅନୁସାରେ, ତାଲିବାନମାନେ ପ୍ରାୟ ୧୮ ଜଣ ମହିଳା ରିପୋର୍ଟରଙ୍କୁ ନୂଆ ସରକାରଙ୍କ ନିୟମ ଲାଗୁ ନ ହେବା ପର୍ଯ୍ୟନ୍ତ ଘରୁ କାମ କରିବା ପାଇଁ କହିଛନ୍ତି।
ସେହିପରି ଦେଶର ଲୋକପ୍ରିୟ ମହିଳା ନ୍ୟୁଜ ଆଙ୍କର ଶବନମ ଦାଭରାଂଙ୍କ ଚାକିରିରୁ ବାହାର କରି ଦିଆଯାଇଛି। କାରଣ ବର୍ତ୍ତମାନ ସ୍ଥିତିରେ ମହିଳା ଆଙ୍କରଙ୍କ ପାଇଁ ଏବେ କାମ କରିବା କଷ୍ଟକର ହୋଇପଡିଛି।
ସେହିପରି ଆଫଗାନିସ୍ତାନରେ ଚୀନ ପୁଞ୍ଜିନିବେଶ କରିବ ବୋଲି ତାଲିବାନ ସୂତ୍ରରୁ ସୂଚନା ମିଳିଛି । ତେବେ ଚୀନ ଆଫଗାନିସ୍ତାନର ବିକାଶ ପାଇଁ ପୁଞ୍ଜିନିବେଶ କଲେ ଏହାକୁ ସ୍ବାଗତ କରାଯିବ ବୋଲି ତାଲିବାନ ମୁଖପାତ୍ର ସୁହାଲି ସାହିନ୍ କହିଛନ୍ତି । ଗତମାସରେ ଚୀନ ବିଦେଶ ମନ୍ତ୍ରୀ ଓ ତାଲିବାନ ପ୍ରତିନିଧିଦଳ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us

