Advertisment

ଭାରତ ସହ ରପ୍ତାନୀ-ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

ଭାରତ-ଆଫଗାନିସ୍ତାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ହେଲେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ସହ ବ୍ୟାବସାୟିକ ସମ୍ପର୍କ ((Export-Import)ଉପରେ ପ୍ରତିବନ୍ଧକ ଲଗାଇଲା।

ଅଦ୍ୟତନ ହୋଇଛି
ଭାରତ ସହ ରପ୍ତାନୀ-ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

taliban stop import-export route to india

Advertisment

କାବୁଲ୍‌: ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ତାଲିବାନ ଦେଶର ଅର୍ଥନୀତି ଉପରେ ନିଜର ପ୍ରଭାବ ଜାହିର କରିଛି। ତାଲିବାନ କ୍ଷମତାକୁ ଆସିବା ପରେ ପଡୋଶୀ ଦେଶ ସମେତ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କରେ ପରିବର୍ତ୍ତନ ଆସିଛି। ପୂର୍ବରୁ ଭାରତ-ଆଫଗାନିସ୍ତାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ହେଲେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ସହ ବ୍ୟାବସାୟିକ ସମ୍ପର୍କ ((Export-Import)ଉପରେ ପ୍ରତିବନ୍ଧକ ଲଗାଇଲା।

Advertisment

ଆରମ୍ଭରୁ ଭାରତ ପ୍ରତି ତାଲିବାନ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛି। ଭାରତରୁ ଆଫଗାନିସ୍ତାନକୁ ଉଭୟେ ରପ୍ତାନୀ ଓ ଆମଦାନୀ ଉପରେ କଟକଣା ଲଗାଇଛି ତାଲିବାନ । ଫେଡେରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନର ମହାନିର୍ଦ୍ଦେଶକ ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । 

Advertisment

ବର୍ତ୍ତମାନ ସମୟରେ ପାକିସ୍ତାନ ଦେଇ କୌଣସି କାର୍ଗୋ ବିମାନକୁ ଓଡାଣ ନେଇ ଅନୁମତି ଦେଇନି ଆଫଗାନିସ୍ତାନ  । ଏପଟେ ଆଫଗାନିସ୍ତାନ ଦଖଲ ପରେ ନୂଆ ସରକାର ଗଢିବାକୁ ଯାଉଥିବା ତାଲିବାନକୁ ଶକ୍ତ ଧକ୍କା ଲାଗିଛି।  ହଜାରେ କୋଟି ଡଲାରର ଆଫଗାନ ମୁଦ୍ରା ଭଣ୍ଡାରକୁ ବନ୍ଦ  କରିଛି ଆମେରିକା।  ଆମେରିକା କହିଛି, ଆଫଗାନ ରିଜର୍ଭ ବ୍ୟାଙ୍କରେ ଆମେରିକାର ଯେଉଁ ସମ୍ପତ୍ତି ରହିଛି ତାହା ତାଲିବାନକୁ ଦିଆଯିବନି ।

ନିଉଜ ଏଜେନ୍ସି ANI ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ତାଲିବାନ ପାକିସ୍ତାନ ଦେଇ ସମସ୍ତ କାର୍ଗୋ ବିମାନକୁ ବନ୍ଦ କରି ଦେଇଛି। ଭାରତର ମାଲ ପାକିସ୍ତାନ ରାସ୍ତା ଦେଇ ସପ୍ଲାଇ ହୋଇଥାଏ। ହେଲେ ବିମାନ ଉଡାଣକୁ ବନ୍ଦ କରିବା ପରେ ମାଲ ପରିବହନ ଏକପ୍ରକାର ବନ୍ଦ ହୋଇଯିବ। ତେବେ ଆଫଗାନସ୍ଥିତି ଉପରେ ଆମର ନଜର ରହିଛି, ସପ୍ଲାଇ କେମିତି ଆରମ୍ଭ ହେବ ସେ ନେଇ ଆମେ ଉଦ୍ୟମ କରିବୁ। ତେବେ ବର୍ତ୍ତମାନ ପାଇଁ ତାଲିବାନ ଆମଦାନୀ-ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି ବୋଲି ଫେଡେରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନର ମହାନିର୍ଦ୍ଦେଶକ ଅଜୟ ସହାୟ କହିଛନ୍ତି। 

Advertisment

ଅଜୟ ସହାୟଙ୍କ କହିବା ଅନୁଯାୟୀ, ଭାରତ ଆଫଗାନିସ୍ତାନର ସବୁଠାରୁ ବଡ ପାର୍ଟନର। ୨୦୨୧ରେ ଆମର ରପ୍ତାନୀ ୮୩୫ ମିଲିଅନ ଡଲାର ଥିଲାବେଳେ ଆମଦାନୀ ଥିଲା ୫୧୦ ମିଲିଅନ ଡଲାର। ଆମଦାନୀ-ରପ୍ତାନୀକୁ ବାଦ୍‌ ଦେଲେ ଭାରତ ଆଫଗାନିସ୍ତାନରେ ବହୁତ ବଡ ଇନ୍‌ଭେଷ୍ଟମେଣ୍ଟ କରିଛି। ପ୍ରାୟ ୪୦୦ ପ୍ରୋଜେକ୍ଟରେ ୩ ବିଲିୟନ ଡଲାର ଇନ୍‌ଭେଷ୍ଟ କରିଛି ଭାରତ। 

ସୂଚନାଥାଉ କି, ଭାରତ ଚିନି, ଚା, କଫି, ମସଲା ସମେତ ଅନ୍ୟ ଜିନିଷ ଆଫଗାନିସ୍ତାନକୁ ରପ୍ତାନୀ କରେ। ଅନ୍ୟପକ୍ଷେ ଡ୍ରାଏ ଫ୍ରୁଟ୍‌ସ, ପିଆଜ ଇତ୍ୟାଦି ଆମଦାନୀ କରେ। କାରବାର ବନ୍ଦ ହେଲେ ଡ୍ରାଏ ଫ୍ରୁଟ୍‌ସର ଦାମ ଆଗାମୀ ଦିନରେ ବଢିପାରେ। 

ତେବେ  ଭାରତ ସହ ଭଲ ସମ୍ପର୍କ ରଖିବେ ବୋଲି କିଛିଦିନ ପୂର୍ବରୁ ତାଲିବାନ ପକ୍ଷରୁ କୁହାଯାଇଥିଲା। ଏପିରିକି ଭାରତ ଏଠାରେ ତା’ର ବ୍ୟାବସାୟିକ କାମ ନିର୍ବିଘ୍ନରେ କରିପାରିବ ବୋଲି ତାଲିବନ ପକ୍ଷରୁ କୁହାଯାଇଥିଲା। ଏବେ ବ୍ୟାବସାୟିକ ସମ୍ପର୍କ ବନ୍ଦ ହୋଇଯିବା ପରେ ଦୁଇ ଦେଶ ମଧ୍ୟରେ ସମସ୍ୟା ଦେଖାଦେବ। 

Afghanistan Taliban Militants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ