Advertisment

ତାଲିବାନ୍‌ କହିଲା ପାକିସ୍ତାନ ଆମର ୨ୟ ଘର, ଧର୍ମ ମଧ୍ୟ ସମାନ, ତେଣୁ ...

‘ପାକିସ୍ତାନ ଆମର ୨ୟ ଘର ଏବଂ ଆମର ଧର୍ମ ମଧ୍ୟ ଏକ। ତେଣୁ ପାକିସ୍ତାନ ସହ ଆମର ସମ୍ପର୍କ ଭଲ ରହିବ ବୋଲି ଆମେ ଆଶା କରୁଛୁ।’

ଅଦ୍ୟତନ ହୋଇଛି
taliban says pakistan is our second home

taliban says pakistan is our second home

Advertisment

କାବୁଲ୍‌: ତାଲିବାନ ଆତଙ୍କୀଙ୍କ ହାତରେ ଏବେ ଆଫଗାନିସ୍ତାନ ଶାସନ କ୍ଷମତା। ତାଲିବାନିଙ୍କ ଭୟରେ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ବିଦେଶୀ ନାଗରିକ ସମେତ ଆଫଗାନ ନାଗରିକମାନେ ନିଜ ଘର, ବାସସ୍ଥାନ ଛାଡ଼ି ପଳାଇ ଯିବାକୁ ବ୍ୟଗ୍ର। ଅନ୍ୟପକ୍ଷେ କ୍ଷମତାକୁ ଆସିବା ପରେ ତାଲିବାନୀମାନେ ବେଶ ଉତ୍ସାହିତ। ଖାଲି ଆଫଗାନିସ୍ତାନ ନୁହେଁ ପାକିସ୍ତାନରେ ମଧ୍ୟ ନିଜର ସ୍ଥିତି ଜାହିର କରିବାକୁ ବସିଛନ୍ତି। ପାକିସ୍ତାନକୁ ନିଜର ଦ୍ୱିତୀୟ ଘର ବୋଲି କହିଛନ୍ତି ତାଲିବାନୀ ଆତଙ୍କୀ। 
ତାଲିବାନୀମାନେ କହିଛନ୍ତି, ପାକିସ୍ତାନ ଆମର ୨ୟ ଘର ଏବଂ ଆମର ଧର୍ମ ମଧ୍ୟ ଏକ। ତେଣୁ ପାକିସ୍ତାନ ସହ ଆମର ସମ୍ପର୍କ ଭଲ ରହିବ ବୋଲି ଆମେ ଆଶା କରୁଛୁ ବୋଲି କହିଛନ୍ତି ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ । ଏଥିରୁ  ତାଲିବାନୀ ଆତଙ୍କୀଙ୍କ ସହ ପାକିସ୍ତାନର କି ସମ୍ପର୍କ ରହିଛି ତାହା ସ୍ପଷ୍ଟ ଅନୁମେୟ। 

Advertisment

 ଜବିହୁଲ୍ଲାହ ମୁଜାହିଦ କହିଛି, ‘ଆଫଗାନିସ୍ତାନର ସୀମା ପାକିସ୍ତାନକୁ ଲାଗିଛି। ଧର୍ମ ଦୃଷ୍ଟିରୁ ଦେଖିଲେ ପାରମ୍ପରିକ ଭାବେ ଆମେ ପାକିସ୍ତାନର ବହୁତ ନିକଟତର। ଦୁଇ ଦେଶର ଲୋକଙ୍କ ଭିତରେ ପାରସ୍ପରିକ ସମ୍ପର୍କ ମଧ୍ୟ ବେଶ ଭଲ। ତେଣୁ ଆମେ ପାକିସ୍ତାନ ସହ ଭଲ ସମ୍ପର୍କ ଚାହୁଁଛୁ।’
ଏହାବ୍ୟତୀତ ତାଲିବାନମାନେ ଭାରତ ସହ ଭଲ ସମ୍ପର୍କ ରହିବ ବୋଲି ମଧ୍ୟ ଆଶା ରଖିଛନ୍ତି। ତେବେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମଧ୍ୟ ତାଲିବାନ ନିଜର ମତ ରଖିଛି। ତାଲିବାନ କହିଛି, ଭାରତ-ପାକିସ୍ତାନ ନିଜ ନିଜ ମଧ୍ୟରେ ବସି ସମସ୍ୟାର ସମାଧାନ କରିବା ଉଚିତ। 

Advertisment

ସେ ଆହୁରି କହିଛନ୍ତି, ‘ତାଲିବାନ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହେଁ। ପାକିସ୍ତାନ ଚାନେଲ ARY ନ୍ୟୁଜ ସହ ଆଲୋଚନା କରି ମୁଜାହିଦ କହିଛନ୍ତି,  ଆଫଗାନିସ୍ତାନରେ ତାଲିବାନ ନିଜ କ୍ଷମତା ଜାହିର କରିବା ପଛରେ ପାକିସ୍ତାନର କୌଣସି ଭୂମିକା ନାହିଁ। ଏପରିକି ଆଫଗାନିସ୍ତାନ ମାମଲାରେ ପାକିସ୍ତାନ କେବେ ବି ଦଖଲ ଦେଇ ନାହିଁ। 
ଆଫଗାନିସ୍ତାନରେ ସରକାର ଗଠନ ନେଇ ତାଲିବାନ କହିଛି ‘ଆମେ ଦେଶରେ ଏକ ମଜବୁତ୍‌ ସରକାର ଗଠନ କରିବାକୁ ଚାହୁଁଛୁ ଯାହା ଇସ୍‌ଲାମ ଉପରେ ଆଧାରିତ ହୋଇଥିବ। ସମସ୍ତ ଆଫଗାନି ଏହି ସରକାରରେ ସାମିଲ ହୁଅନ୍ତୁ। ଇତି ମଧ୍ୟରେ ଅଲ ଜଜିରା ଏକ ରିପୋର୍ଟରେ କହିଛି, ଆମେରିକା ଜେଲ୍‌ରେ ବନ୍ଦୀ ଥିବା ମୁଲ୍ଲା ଅବ୍‌ଦୁଲ କୟୁମ ଜାକିରଙ୍କୁ କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ କରିବାକୁ ଚାହୁଁଛି। ତେବେ ତାଲିବାନ ସରକାର ଗଠନ ନେଇ ଏ ଯାଏ କୌଣସି କଥା ସ୍ପଷ୍ଟ କରିନାହାନ୍ତି। ତେବେ ଅଗଷ୍ଟ ୩୧ରେ ଆମେରିକୀୟ ସୈନ୍ୟ ବିମାନ ବନ୍ଦର ଛାଡ଼ିବା ପୂର୍ବରୁ  ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଜାହିଦ ପକ୍ଷରୁ କୁହାଯାଇଛି। 
ଅନ୍ୟପକ୍ଷେ ତାଲିବାନୀ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି, ଆମେରିକା ତାର ସେନା ହଟାଇବାର ତାରିଖକୁ ଆଉ ଘୁଞ୍ଚାଇବା ଉଚିତ୍ ନୁହେଁ। ଆମେ ନିଜ ଦେଶର ମାଟିକୁ ଅନ୍ୟ କୌଣସି ଦେଶ ବିରୋଧରେ ପ୍ରୟୋଗ କରିବାକୁ ଆମେ ଚାହିଁବି ନାହିଁ।’

Taliban Militants Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ