Advertisment

ପାକିସ୍ତାନକୁ ତାଲିବାନି ଝଟ୍‌କା; ଆଫଗାନିସ୍ତାନରେ ଚାଲିବନି ପାକ୍‌ ରୁପି

ତାଲିବାନକୁ ହାତ କରି ଆଫଗାନିସ୍ତାନରେ ନିଜର ରାଜ ଚଳାଇବା ପାଇଁ ମସୁଧା କରିଥିବା ପାକିସ୍ତାନର ଚାଲ ଫସର ଫାଟି ଯାଇଛି। ତାଲିବାନିଙ୍କୁ ସହାୟତାର ହାତ ବଢାଇ ସେଠିକାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ଯୋଜନା ରଖିଥିଲା। ହେଲେ ପାକିସ୍ତାନର ଏପରି ପ୍ରସ୍ତାବକୁ ତାଲିବାନ ଅଗ୍ରାହ୍ୟ କରି ଦେଇଛି।

taliban rejected pakistan proposal

taliban rejected pakistan proposal

Advertisment

କାବୁଲ:ତାଲିବାନକୁ ହାତ କରି ଆଫଗାନିସ୍ତାନରେ ନିଜର ରାଜ ଚଳାଇବା ପାଇଁ ମସୁଧା କରିଥିବା ପାକିସ୍ତାନର ଚାଲ ଫସର ଫାଟି ଯାଇଛି। ତାଲିବାନିଙ୍କୁ ସହାୟତାର ହାତ ବଢାଇ ସେଠିକାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ଯୋଜନା ରଖିଥିଲା। ହେଲେ ପାକିସ୍ତାନର ଏପରି ପ୍ରସ୍ତାବକୁ ତାଲିବାନ ଅଗ୍ରାହ୍ୟ କରି ଦେଇଛି। ପାକିସ୍ତାନ ଆଫଗାନିସ୍ତାନରେ ପାକିସ୍ତାନ ରୁପି (Pak Currency)ରେ ଦ୍ୱିପାକ୍ଷିକ ବ୍ୟବସାୟ ଚଳାଇବା ପାଇଁ ଘୋଷଣା କରିଥିଲା।  ହେଲେ ପାକିସ୍ତାନର ଏପରି ଅଫରକୁ ସିଧାସିଧା ମନା କରି ଦେଇଛନ୍ତି ତାଲିବାନୀ ନେତା। ନିଜର ହିତକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେବୁ। କାରଣ ଏହା ଆମ ପାଇଁ ସମ୍ମାନର ପ୍ରଶ୍ନ ବୋଲି ତାଲିବାନୀ ନେତା କହିଛନ୍ତି।  

Advertisment

ପାକିସ୍ତାନ ଅର୍ଥ ମନ୍ତ୍ରୀ ଶୌକତ ତାରିନ ଗୁରୁବାର କହିଥିଲେ, ତାଙ୍କ ସରକାର ଆ‍ଫଗାନିସ୍ତାନ ସହ ପାକିସ୍ତାନୀ ମୁଦ୍ରାରେ ବ୍ୟବସାୟ କରିବା ପାଇଁ ନିଷ୍ପତ୍ତି ନେଇଛି। ତାରିକ୍‌ କହିଥିଲେ, ଆଫଗାନିସ୍ତାନରେ ଡଲାର୍ସର ପରିମାଣ କମ୍‌ ଅଛି। ତେଣୁ ପାକିସ୍ତାନ ନିଜ ମୁଦ୍ରାରେ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଛି। ତେବେ ତିନିଦିନ ଚୁପ୍‌ ରହିବା ପରେ ତାଲିବାନିମାନେ ଏହାର ଉତ୍ତର ରଖିଛନ୍ତି। 
ତାଲିବାନ ନେତା ଅହମଦଉଲ୍ଲା ବାସିକ କହିଛନ୍ତି, ଦ୍ୱିପାକ୍ଷିକ ବ୍ୟବସାୟ ଆମର ମୁଦ୍ରା ଅର୍ଥାତ୍‌ ଆଫଗାନିସ୍‌ରେ ହେବ। ଦେଶରେ କରେନ୍ସିର ପରିବର୍ତ୍ତନ କରାଯିବ ନାହିଁ। ଆମେ ନିଜ ପରିଚୟର ମହତ୍ତ୍ୱ ବୁଝିଛୁ। ଏହାକୁ ଆମେ ବଜାୟ ରଖିବୁ। ଏହା ସହିତ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ।

ଏଠି କହିରଖିବୁ, ଗତ ସପ୍ତାହରେ ଶୌକତ ତାରିନ କହିଥିଲେ, ଆଫଗାନିସ୍ତାନ ନିକଟରେ ଏବେ ଡଲାର ଅଭାବ ରହିଛି। ଆମେରିକା ତାର ୯ ଅରବ ଡଲାରର ଫଣ୍ଡକୁ ବ୍ଲକ କରି ଦେଇଛି। ଏଥିପାଇଁ ଭଲ ହେବ ଯଦି ଆଫଗାନିସ୍ତାନ ଏବଂ ପାକିସ୍ତାନ ଉଭୟେ ପାକିସ୍ତାନୀ ମୁଦ୍ରାରେ ବ୍ୟବସାୟ କରିବେ। 

Advertisment

ଅଗଷ୍ଟରେ ପାକିସ୍ତାନୀ ଟଙ୍କାର ଦାମ୍‌ ଏକ ଡଲାର ତୁଳନାରେ ୧୬୪ ରୁପି ଥିଲା।  ଏବେ ଏହା ୧୬୯ରେ ପହଞ୍ଚିଛି। କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଫଗାନିସ୍ତାନରେ ସ୍ମଗଲିଂ ଜରିଆରେ ଅନେକ ଜିନିଷ ପାକିସ୍ତାନ ଆସୁଛି ଯଦ୍ୱାରା ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚୁଛି।
ଖାଲି ଏତିକି ନୁହେଁ, ତାଲିବାନଙ୍କ କାର୍ଯ୍ୟକଳାପରୁ ଲାଗୁଛି ଯେମିତି ତାଲିବାନ ପାକିସ୍ତାନ ସହ କୌଣସି ବ୍ୟାବସାୟିକ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି। କିଛି ଦିନ ତଳେ ପାକିସ୍ତାନ ପକ୍ଷରୁ କାବୁଲ ଏୟାରପୋର୍ଟକୁ ପୁଣି ଥରେ ସଜାଡିବା ପାଇଁ ଏବଂ ଅପରେଶନ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ତାଲିବାନ ପକ୍ଷରୁ ପାକିସ୍ତାନ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଥିଲା। ପରେ ଏହି କାମ ତୁର୍କୀ ଏବଂ କତରକୁ ଦିଆଯାଇଥିଲା। ଏପରିକି ପାକିସ୍ତାନ ଏପରି ପ୍ରସ୍ତାବ ଦେବା ସମୟରେ ‘ ଆମେ ଆମର କାମ ନିଜ ହିସାବରେ କରିବୁ’ ବୋଲି କହି ଆଫଗାନିସ୍ତାନ ଏହାକୁ ଏଡାଇ ଦେଇଥିଲା। 

Advertisment
Taliban Militants Afghanistan Taliban Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ