Advertisment

ଆଫ୍‌ଗାନୀ ଶ୍ରମିକଙ୍କୁ ପାରିଶ୍ରମିକଦେବ ତାଲିବାନ୍‌

ଆଫଗାନିସ୍ତାନରେ ମୂଲିଆଙ୍କୁ ବଣ୍ଟାହେବ ଗହମ । ତାଲିବାନ୍‌ ସରକାର ଦେଶରୁ ଅନାହାର ଦୂର କରିବା ପାଇଁ ‘ଫୁଡ୍ ଫର ୱାର୍କ ସ୍କିମ୍‌’ର ଶୁଭାରମ୍ଭ କରିଛନ୍ତି । ଏହି ସ୍କିମ୍‌ ମାଧ୍ୟମରେ ମୂଲିଆଙ୍କୁ ତାଙ୍କ ପାରିଶ୍ରମିକ ଦିଆଯିବ ନାହିଁ ବରଂ ତା ବଦଳରେ ସେମାନଙ୍କୁ ଗହମ ଦିଆଯିବ ।

author-image
Otv Khabar Bureau
Taliban offers jobs in exchange for wheat to tackle hunger and unemployment

Taliban offers jobs in exchange for wheat to tackle hunger and unemployment

କାବୁଲ : ଆଫଗାନିସ୍ତାନରେ ମୂଲିଆଙ୍କୁ ବଣ୍ଟାହେବ ଗହମ । ତାଲିବାନ୍‌ ସରକାର ଦେଶରୁ ଅନାହାର ଦୂର କରିବା ପାଇଁ ‘ଫୁଡ୍ ଫର ୱାର୍କ ସ୍କିମ୍‌’ର ଶୁଭାରମ୍ଭ କରିଛନ୍ତି । ଏହି ସ୍କିମ୍‌ ମାଧ୍ୟମରେ ମୂଲିଆଙ୍କୁ ତାଙ୍କ ପାରିଶ୍ରମିକ ଦିଆଯିବ ନାହିଁ ବରଂ ତା ବଦଳରେ ସେମାନଙ୍କୁ ଗହମ ଦିଆଯିବ । ତାଲିବାନ୍‌ର ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ଆଫଗାନିସ୍ତାନର ସମସ୍ତ ପ୍ରମୁଖ ସହରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହା ଦ୍ୱାରା କାବୁଲରେ ଥିବା ପ୍ରାୟ ୪୦ ହଜାର ଲୋକମାନେ ଉପକୃତ ହୋଇପାରିବେ ।

Advertisment

ଏଅଏଇ ମୁଜାହିଦ୍ କହିଛନ୍ତି, ଦେଶରେ ବେକାରୀ ସମସ୍ୟା ଦୂର କରିବା ତଥା ଦେଶର ଆର୍ଥିକ ସ୍ଥିତି ସୁଧାରିବାରେ ଏହା ଏକ ବଡ ଅସ୍ତ୍ର ଭାବରେ ପ୍ରମାଣିତ ହୋଇପାରିବ । ହେଲେ ଏହି ଯୋଜନାରେ ଗହମ ନେବାକୁ ହେଲେ ମୂଲିଆମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଫଳରେ ଆଫଗାନ୍‌ରେ ଥିବା ସମସ୍ତ ବେରୋଜଗାରମାନେ ରୋଜଗାରର ପାଇପାରିବେ ।

Advertisment

ଆଫଗାନିସ୍ତାନ ଆନେକ ଦିନରୁ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା କାରଣରୁ ଦେଶ ମରୁଡ଼, ବିଦ୍ୟୁତ୍ ତଥା ଅନେକ ମୌଳିକ ଅସୁବିଧାର ସମ୍ମୁଖୀନ କରିଆସୁଛି । କେବଳ ଏତିକି ନୁହେଁ ବର୍ତ୍ତମାନ ଆଫଗାନ୍‌ରେ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିଛି । ତେଣୁ ସ୍ଥିତିକୁ କିଛି ମାତ୍ରାରେ ସୁଧାରିବା ପାଇଁ ତାଲିବାନ୍‌ ସରକାର ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି । 

ଏହି ‘ଫୁଡ୍ ଫର ୱାର୍କ ସ୍କିମ୍‌’କୁ ପୂର୍ବରୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ରହିଥିବା ଶ୍ରମିକମାନଙ୍କ ପାଇଁ ଉପଲବ୍ଧ କରାଯିବ ନାହିଁ ଏବଂ ଏହା କେବଳ ଶୀତ ଋତୁରେ ଅନାହାରର ଶିକାର ହେଉଥିବା ଗରିବ ଶ୍ରମିକମାନଙ୍କୁ ଦିଆଯିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି ।

କାବୁଲ୍‌ରେ ବଣ୍ଟାଯିବ ୧୧ ହଜାର ଟନ୍‌ ଗହମ

ତାଲିବାନ୍‌ ସରକାର ଦ୍ୱାରା ପ୍ରସ୍ତୁତ ‘ଫୁଡ୍ ଫର ୱାର୍କ ସ୍କିମ୍‌’ରେ ପ୍ରାୟ ୧୧,୬୦୦ ଟନ୍‌ ଗହମ ବଣ୍ଟନ କରାଯିବାର ଯୋଜନା ରହିଥିବାର ସୂଚନା ମିଳିଛି । ସେହିପରି ହେରାତ, ଜଲାଲାବାଦ, କଂନ୍ଦାର, ମଜାର-ଏ-ସରିଫ ଏବଂ ପୋଲ-ଇ-ଖୋମ୍‌ରି ସମେତ ଦେଶର ଅନ୍ୟାନ୍ୟ ସ୍ଥାନକୁ ପ୍ରାୟ ୫୫,୦୦୦ ଟନ ଗହମ ବଣ୍ଟନ କରାଯିବ । କାବୁଲ ମେୟର ହମଦୁଲ୍ଲା ନେତାମାନେ, ମୁଜାହିଦ୍ ଏବଂ କୃଷି ମନ୍ତ୍ରୀ ଅବଦୁଲ ରେହମାନ ରସିଦଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଯୋଜନାର ଆରମ୍ଭ କରିସାରିଛନ୍ତି ।

Unemployment Taliban Hunger Crisis
Advertisment
Advertisment