Advertisment

ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରିନେଲେ ତାଲିବାନ

ତାଲିବାନୀ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ଖୋଜି ଖୋଜି ବିରୋଧୀଙ୍କୁ ବନ୍ଧୁକମୁନରେ ସାବାଡ କରୁଛନ୍ତି ତାଲିବାନୀ ସେନା। ଏବେ ତାଲିବାନୀଙ୍କ କ୍ରୁରତାର ଶିକାର ପାଲଟିଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। କାବୁଲ୍‌ରେ ଥିବା ଏହି ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରୁ ତାଲିବାନୀମାନେ ଅପହରଣ କରି ନେଇଛନ୍ତି।

ଅଦ୍ୟତନ ହୋଇଛି
taliban kidnapped indian origin

taliban kidnapped indian origin

Advertisment

କାବୁଲ୍‌: ତାଲିବାନୀ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ଖୋଜି ଖୋଜି ବିରୋଧୀଙ୍କୁ ବନ୍ଧୁକମୁନରେ ସାବାଡ କରୁଛନ୍ତି ତାଲିବାନୀ ସେନା। ଏବେ ତାଲିବାନୀଙ୍କ କ୍ରୁରତାର ଶିକାର ପାଲଟିଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। କାବୁଲ୍‌ରେ ଥିବା ଏହି ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରୁ ତାଲିବାନୀମାନେ ଅପହରଣ କରି ନେଇଛନ୍ତି। ଏହି ଘଟଣା ନେଇ ଭାରତ ସରକାରଙ୍କ ସହ ଯୋଗାଯୋଗ କରାଯାଇଛି। 

Advertisment

PTI ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇଣ୍ଡିଆନ ୱାର୍ଲଡ ଫୋରମ ଅଧ୍ୟକ୍ଷ ପୁନୀତ ସିଂହ ଚଣ୍ଡୋକ ମଙ୍ଗଳବାର କହିଛନ୍ତି, ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇଛି। ଏ ନେଇ ଆଫଗାନ ହିନ୍ଦୁ-ଶିଖ ସମୁଦାୟ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି, ଆଫଗାନ ମୂଳ ଭାରତୀୟ ନାଗରିକ  ବଂସରୀ ଲାଲ ଅରେନ୍ଦେ(୫୦)ଙ୍କୁ କାବୁଲ୍‌ ସ୍ଥିତ ତାଙ୍କର ଦୋକାନ ନିକଟରୁ ସୋମବାର ସକାଳ ୮ଟାରେ ଅପହରଣ କରି ନିଆଯାଇଛି। 

Advertisment

ବଂସରୀ ଲାଲ ଫାର୍ମସ୍ୟୁଟିକାଲ ଉତ୍ପାଦର ବ୍ୟବସାୟ କରୁଥିଲେ। ତାଙ୍କର ପରିବାର ଦିଲ୍ଲୀ ଏନ୍‌ସିଆର୍‌ରେ ରୁହନ୍ତି। କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଏହି ଘଟଣାଟି ଘଟିଛି।   ଘଟଣା ସମୟରେ ସେ ନିଜ କର୍ମଚାରୀଙ୍କ ସହ ଦୋକାନ ଖୋଲିବାକୁ ଯାଉଥିଲେ। କିଛି କର୍ମଚାରୀଙ୍କ ସହ ବଂସରୀ ଲାଲ୍‌ଙ୍କୁ ସେମାନେ ଉଠାଇ ନେଇ ଯାଇଥିଲେ। ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀମାନେ ଗୋଟିଏ ସବୁଜ ରଙ୍ଗର ଟୋୟଟା କୋରୋଲା କାର୍‌ର ନେଇଯାଇଥିଲେ। ତେବେ କର୍ମଚାରୀମାନେ କୌଣସି ପ୍ରକାରେ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ।  ତାଲିବାନମାନେ ସେମାନଙ୍କୁ ନିସ୍ତୁକ ପିଟିଥିବା କୁହାଯାଉଛି। 
ତେବେ ସ୍ଥାନୀୟ ଯାଞ୍ଚ ଏଜେନ୍ସି ଅପହରଣ ସମ୍ବନ୍ଧୀୟ ମାମଲା ରୁଜୁ କରିବା ସହ ଛାନଭିନ ଚଳାଇଛନ୍ତି। ତେବେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିନି। 
ତେବେ ଏ ସମ୍ପର୍କିତ ତଥ୍ୟ ବିଦେଶ ମନ୍ତ୍ରାଳୟକୁ ଦିଆଯାଇଛି। ଏଥିସହିତ ମାମଲାରେ ହସ୍ତକ୍ଷେପ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି। 
ସେପଟେ ତାଲିବାନ ମୁଖପାତ୍ର ଏ ସଂକ୍ରାନ୍ତରେ କିଛି ଜାଣି ନ ଥିବା କହିଛନ୍ତି। କିନ୍ତୁ, ସମ୍ପୃକ୍ତ ଅଧିକାରୀମାନଙ୍କ ଠାରୁ ସେ ଏ ବାବଦରେ ସୂଚନା ପାଇଲେ ଜଣାଇବେ ବୋଲି କହିଛନ୍ତି।

Kidnapping Case Taliban Terrorists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ