• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିଜ ସମ୍ପର୍କରେ ହେଉଥିବା ଆଲୋଚନା ପାଇଁ ଭୟରେ ତାଲିବାନ୍

  • ଗଣମାଧ୍ୟମ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା

କାବୁଲ୍ : ମିଡ଼ିଆ ଉପରେ ପ୍ରତିବନ୍ଧକ । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ମିଡିଆ ଉପରେ ମଧ୍ୟ କଠୋର ପ୍ରତିବନ୍ଧକ ଲଗାଇଲା ତାଲିବାନ୍ । ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନ ଗୋଟିଏ ପରେ ଗୋଟିଏ ନିଷ୍ଠୁର ନିୟମ ଲାଗୁ କରିଚାଲିଛି । ଦିନକୁ ଦିନ ଦେଶରେ ରହିବା ମୁସ୍କିଲ ହୋଇପଡ଼ୁଛି, ପ୍ରତିବନ୍ଧକର ତାଲିକା ଦେଖିଲେ ଘରୁ ବାହାରିବା କଷ୍ଟକର ହୋଇପଡ଼ିବ । ଏବେ ତାଲିବାନ୍ ଟାର୍ଗେଟରେ ଆଫଗାନ୍ ମିଡିଆ । ଇସଲାମ ବିରୁଦ୍ଧରେ କୌଣସି ପ୍ରକାରର ରିପୋର୍ଟିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛି ତାଲିବାନୀ ସଂଗଠନ । କୌଣସିମତେ ତାଲିବାନ ନେତୃତ୍ୱକୁ ସମାଲୋଚନା କରାଯାଇପାରିବ ନାହିଁ । ଆଉ ଏଥିପାଇଁ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ତାଲିବାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ।

ତାଲିବାନଙ୍କ ନୂତନ ନିର୍ଦ୍ଦେଶ ପରେ ଗଣମାଧ୍ୟମ କୌଣସି ପ୍ରସଙ୍ଗରେ ସନ୍ତୁଳିତ ରିପୋର୍ଟ ପ୍ରଦାନ କରିପାରିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମିଡିଆ ନିକଟକୁ ସେପଟି କୌଣସି ନିର୍ଦ୍ଦେଶ ଆସିନାହିଁ । ତାଲିବାନ ଅଧିକାରୀଙ୍କ ପ୍ରତିକ୍ରିୟା ନଆସିବା ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କୌଣସି ପ୍ରକାରର ଖବର ପ୍ରକାଶ ପାଇବ ନାହିଁ ବୋଲି କହିଛନ୍ତି ହ୍ୟମାନ୍ ରାଇଟସ୍‌ର ଆସୋସିଏଟ୍ ଡାଇରେକ୍ଟର Patricia Gossman । ଅନ୍ୟପକ୍ଷରେ ବର୍ତ୍ତମାନ ମହିଳା ସାମ୍ବାଦିକଙ୍କ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ଆଫଗାନିସ୍ତାନକୁ ବନ୍ଧୁକ ମୁନରେ କବଜା କରିବା ପରଠାରୁ ଏପର୍ଯ୍ୟନ୍ତ ୭୦୦ ସାମ୍ବାଦିକ ଜେଲରେ ଅଛନ୍ତି ।

ତେବେ ତାଲିବାନ ଶାସନର ସବୁଠାରୁ ଅଧିକ କଷ୍ଟ ଭୋଗୁଛନ୍ତି ଆଫଗାନ୍ ମହିଳା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କ ଶିକ୍ଷା ସପକ୍ଷରେ ନାହିଁ ତାଲିବାନ୍ ସରକାର । ତେଣୁ ବିଶ୍ୱବିଦ୍ୟାଳୟ ଗୁଡ଼ିକରତ ଶ୍ରେଣୀକୁ ଡାକ୍ତରଖାନା ପରି ଛୋଟ ଛୋଟ କୋଠରୀରେ ବିଭାଜନ କରାଯାଇଛି । ଶ୍ରେଣୀ ଗୃହରେ ପରଦା, ଜାଲି ଲଗାଇ ଶିକ୍ଷାର ମନ୍ଦିରରକୁ ଭାଗ ଭାଗ କରି ଦିଆଯାଉଛି ।

ଅନ୍ୟପଟେ ମହିଳାମାନେ ସର୍ବସାଧାରଣରେ ଥଟ୍ଟା କରିପାରିବେ ନାହିଁ ବୋଲି କଡ଼ା ନିୟମ ଲାଗୁ ହୋଇଛି । ଏକୁଟିଆ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ନିଜକୁ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦନ କରିବା ବାଧ୍ୟତାମୂଳକ ଅଟେ । ମହିଳାମାନଙ୍କ ପାଇଁ ପ୍ରସାଧନ ସାମଗ୍ରୀର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । କେବଳ ଏତିକୁ ନୁହେଁ ମହିଳାମାନେ ପୁରୁଷଙ୍କ ସହ ହାତ ମିଳାଇ ପାରିବେ ନାହିଁ ଏବଂ ଅଧିକ ଜୋରରେ ହସି ପାରିବେ ନାହିଁ । ଟ୍ୟାକ୍ସିରେ ବସି ବାହାରକୁ ଯାଇପାରିବେନି । ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ବାଇକ୍, ସାଇକେଲ ଚଲାଇବା, କ୍ରୀଡା ଉପରେ ମଧ୍ୟ ନିଷେଧାଦେଶ ରହିଛି ।