Advertisment

ଆଫଗାନିସ୍ତାନରେ ସ୍ୱାଧୀନତା ଦିବସରେ ପତାକା ରାଲି, ପତାକା ରାଲି ଉପରକୁ ଗୁଳି ଚଳାଇଲେ ତାଲିବାନୀ

ତାଲିବାନ ଆତଙ୍କ ମଧ୍ୟରେ ଆଜି ଆଫଗାନିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ । ୧୯୧୯ ମସିହା୧୯ ତାରିଖ ଆଜିର ଦିନରେ ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ ହୋଇଥିଲା । ତେବେ ଏହି ଅବସରରେ ତାଲିବାନ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ପାଳନ କରି ଆମେରିକାରେ ଏହା "ବିଶ୍ୱ ଶକ୍ତି କହିବାର ଅହଂକାର" କୁ ପରାସ୍ତ କରିଛି ବୋଲି ଘୋଷଣା କରିଛି। କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପ୍ରତିଶ୍ରୁତି ଦେଇଥିଲେ ବି ତାଲିବାନ ନିଜର ବର୍ବରତା ଦେଖାଇଛି ।

ଅଦ୍ୟତନ ହୋଇଛି
ଆଫଗାନିସ୍ତାନରେ ସ୍ୱାଧୀନତା ଦିବସରେ ପତାକା ରାଲି, ପତାକା ରାଲି ଉପରକୁ ଗୁଳି ଚଳାଇଲେ ତାଲିବାନୀ

Taliban fires on Independence Day in Afghanistan

Advertisment

କାବୁଲ : ତାଲିବାନ ଆତଙ୍କ ମଧ୍ୟରେ ଆଜି ଆଫଗାନିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ । ୧୯୧୯ ମସିହା୧୯ ତାରିଖ ଆଜିର ଦିନରେ ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ ହୋଇଥିଲା । ତେବେ ଏହି ଅବସରରେ ତାଲିବାନ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ପାଳନ କରି ଆମେରିକାରେ ଏହା "ବିଶ୍ୱ ଶକ୍ତି କହିବାର ଅହଂକାର" କୁ ପରାସ୍ତ କରିଛି ବୋଲି ଘୋଷଣା କରିଛି। କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପ୍ରତିଶ୍ରୁତି ଦେଇଥିଲେ ବି ତାଲିବାନ ନିଜର ବର୍ବରତା ଦେଖାଇଛି ।

Advertisment

ସ୍ୱାଧୀନତା ଦିବସରେ ‌ଆଫଗାନିସ୍ତାନବାସୀ ଜାତୀୟ ପତାକା ରାଲି କରି ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭ କରିବାରୁ ସେମାନଙ୍କୁ ଗୁଳି କରିଛି । ପାତାକା ରାଲିକୁ ଭଣ୍ଡୁର କରିବା ଲାଗି ତାଲିବାନୀମାନେ ଗୁଳି ଚଳାଇବାରୁ ଲୋକଙ୍କ ମଧ୍ୟ ଧାଁ ଦଉଡ଼ ହୋଇଥିଲା । କେତେକ ଲୋକ ଗୁଳିରେ ପ୍ରାଣ ହରାଇଥିବାବେଳେ ଆଉ କିଛି ଦଳାଚକଟାରେ ପ୍ରାଣ ହରାଇଛନ୍ତି । ଅସଦାବାଦରେ ଲୋକମାନେ ତାଲିବାନ ଶାସନ ବିରୋଧରେ ବିକ୍ଷୋଭ କରିଛନ୍ତି । ତାଲିବାନୀଙ୍କ ଧଳା ପତାକା ଚିରିବା ସହ ଜାତୀୟ ପତାକା ଉତ୍ତୋଳନ କରିବାରୁ ତାଲିବାନୀମାନେ ଗୁଳି ଚଳାଇଥିଲେ । ଘଟଣା ନେଇ ତାଲିବାନର ପ୍ରତିକ୍ରିୟା କିଛି ମିଳିପାରି ନାହିଁ ।

ସୂଚନା ଅନୁସାରେ ଗତକାଲି ମହିଳାଙ୍କ ସମେତ କିଛି ଲୋକେ ଜଲାଲବାଦରେ ତାଲିବାନ ବିରୁଦ୍ଧରେ ଆନ୍ଦୋଳନ କରିଥିଲା ବେଳେ ସ୍ୱାଧୀନତା ଦିବସରେ ମଧ୍ୟ ଲୋକେ ବାହାରକୁ ବାହାରି ପ୍ରତିବାଦ ଯାତ୍ରା କରିଛନ୍ତି । ଏହି ସମୟରେ ପ୍ରତିବାଦ କାରି ମାନେ ଆଫଗାନ ଜାତୀୟ ପତାକା ଉଡାଇବାକୁ ଚେଷ୍ଟା କରିବା ପ୍ରୟାସ କରିବାରୁ ତାଲିବାନ ପକ୍ଷରୁ କରାଯାଇଥିବା ଫାଙ୍କା ଗୁଳିଚାଳନାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନେକ ଆହତ ହୋଇଛନ୍ତି ।

Advertisment

ଗଣାମଧ୍ୟମରେ ପ୍ରକାଶ ହୋଇଥିବା ସୂଚନା ଅନୁସାରେ ଏକ ଭିଡିଓରୁ ଜଣା ପଡିଛି ଯେ, ଜଣେ ବ୍ୟକ୍ତି ଦୃଢତାର ସହିତ ତାଲିବାନର ସମ୍ମୁଖିନ ହୋଇଥିଲେ । ସେ କହିଥିଲେ ଯେ ମୁଁ ଏଠାରେ ଆପଣଙ୍କ ସାମ୍ନାରେ ଠିଆ ହୋଇଛି। ଆପଣ ମୋତେ ୩୦ଟି ଗୁଳିରେ ହତ୍ୟା କରିପାରିବେ, ମୋତେ ମାରି ପାରିବେ, ମୁଁ ଏହି ପତାକା ପାଇଁ ନିଜ ଜୀବନକୁ ବଳିଦାନ ଦେଇ ଦେବି। ଏହା ମୋର ପତାକା । ମୋ ସରକାର ଶୀଘ୍ର ଫେରି ଆସିବେ, ସବୁ ଭଗବାନଙ୍କ ଇଚ୍ଛା ।

Afghanistan Taliban Fires On Independence Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ