Sudan Air Strike
Advertisment
ସୁଦାନର ରାଜଧାନୀ ଖାର୍ତୂମରେ ବିମାନ ଆକ୍ରମଣ ଯୋଗୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଅନେକ ଆହତ ହୋଇଥିବା କୁହାଯାଉଛି। ଖାର୍ତୂମ ନିକଟ ନୀଳନଦୀର ଅପରପାର୍ଶ୍ୱ ଓମ୍ ଦୁର୍ ମାନ୍ ଜିଲ୍ଲାର ଦର୍ -ଏସ୍ -ସଲାମ୍ ରେ କରାଯାଇଥିବା ଏହି ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଛନ୍ତି କେତେକ ମହିଳା ଓ ପିଲା। ଏହା ସହ ଏହି ବିମାନ ଆକ୍ରମଣରେ ବହୁ ଘରଦ୍ୱାରା ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ଗତ ଏପ୍ରିଲ୍ ମାସଠାରୁ ସୁଦାନରେ ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688878105.jpg)