Advertisment

ପୁଟିନ୍‌ଙ୍କୁ ବିରୋଧ କରିବାରୁ ଏହି ୧୦ ଜଣଙ୍କ ମୃତ୍ୟୁ ରହସ୍ୟରେ

ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Strange these 10 people who opposed putin thei death mystery

Strange these 10 people who opposed putin thei death mystery

ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଡେନିସ୍ ଭୋରୋନେଙ୍କୋଭଙ୍କୁ ଗୁଳି କରାଯାଇଥିଲା। ଡେନିସ୍ ଭୋରୋନେଙ୍କୋଭଙ୍କୁ ହତ୍ୟା କରାଯାଇଥିବା ୟୁକ୍ରେନ୍‌ ଅଭିଯୋଗ କରିଛି। ୟୁକ୍ରେନ୍‌ର ଅପଦସ୍ତ ନେତା ଭିକ୍ଟର୍ ୟାଙ୍କୋଭିଚ୍‌ ଏକ ଦେଶଦ୍ରୋହ ମାମଲାର ସମ୍ମୁଖୀନ ହୋଇଛନ୍ତି ଯେଉଁଥିରେ ଭୋରୋନେଙ୍କୋଭ ଏକ ପ୍ରମୁଖ ସାକ୍ଷୀ ଥିଲେ। ୟୁକ୍ରେନ୍‌ରୁ କ୍ରିମିୟାକୁ ଅଲଗା କରିବା ନେଇ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିଥିଲେ।

Advertisment

ଏବେ ତାଙ୍କ ହତ୍ୟା ପରେ ପୁଟିନଙ୍କ ନୀତିକୁ ବିରୋଧ କରୁଥିବା ଲୋକଙ୍କୁ ହତ୍ୟା କରାଯାଉଛି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଆଉ ୯ ଜଣ ବ୍ୟକ୍ତିଙ୍କ ବିଷୟରେ ଯେଉଁମାନେ ପୁଟିନଙ୍କୁ ବିରୋଧ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ୟୁରୀ ସେକିଭୋଚିନ୍:

ୟୁରୀ ସେକିଭୋଚିନ୍ ଜଣେ ଅନୁସନ୍ଧାନକାରୀ ସାମ୍ବାଦିକ ତଥା ଲେଖକ ଥିଲେ ଏବଂ ଋଷ୍‌ର ଖବରକାଗଜ ନୋଭାୟା ଗେଜେଟା ପାଇଁ ଲେଖୁଥିଲେ। ସେ ଅପରାଧ ଏବଂ ଦୁର୍ନୀତି ବିରୋଧରେ ଅନେକ ଖବର ଲେଖିଥିଲେ। ୧୯୮୮ରେ ସୋଭିଏତ୍ ସଂଘରେ ହୋଇଥିବା ଭ୍ରଷ୍ଟାଚାରକୁ ସେକିଭୋଚିନ୍ ଖବରକାଗଜରେ ଲେଖି ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ଏହା ବ୍ୟତୀତ ୧୯୯୯ରେ ଏକ ଆପାର୍ଟମେଣ୍ଟରେ ହୋଇଥିବା ବିସ୍ଫୋରଣକୁ ସେ ଅନୁସନ୍ଧାନ କରୁଥିଲେ। ୨୦୦୩ରେ ଏକ ସନ୍ଦିଗ୍ଧ ରୋଗରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା ଯାହା ଏକ ରହସ୍ୟ ହୋଇ ରହିଛି।

Advertisment

ଆଲେକ୍ସଜାଣ୍ଡାର୍ ଲିଟଭିନେଙ୍କୋ:

ଋଷର ଅନେକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଜାଣିଥିବା ପୂର୍ବତନ କେଜିବି ଏଜେଣ୍ଟ ଆଲେକ୍ସଜାଣ୍ଡାର୍ ଲିଟଭିନେଙ୍କୋଙ୍କୁ ହତ୍ୟା କରାଯାଇଥିଲା, ଯାହାର ଅଭିଯୋଗ ପୁଟିନଙ୍କ ଉପରକୁ ଯାଏ। ରିପୋର୍ଟ ଅନୁଯାୟୀ, ଲିଟଭିନେଙ୍କୋଙ୍କୁ ଚା’ରେ ମିଶେ‍ଇ ବିଷ ଦିଆଯାଇଥିଲା। କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ସର୍ଗେଇ ୟୁଶେନକୋଭ:

ସର୍ଗେଇ ୟୁସେନକୋଭ ଋଷ୍‌ର ସେନାରେ ଜଣେ କର୍ଣ୍ଣେଲ ଥିଲେ। ସେ ଉଦାରବାଦୀର ଜଣେ ପକ୍ଷଧର ଥିଲେ। ଏନେଇ ସେ ଏକ ଦଳ ମଧ୍ୟ ଗଠନ କରିଥିଲେ। ମସ୍କୋରେ ସେ ଉଦାରବାଦକୁ ସମର୍ଥନ କରିବାକୁ ଆନ୍ଦୋଳନ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଆନ୍ନା ପୋଲିତକୋଭସ୍କାଭା:

ଆନ୍ନା ଲିତକୋଭସ୍କାଭା ଜଣେ ସାମ୍ବାଦିକ ତଥା ସମାଜସେବୀ ଥିଲେ। ସେ ଚେଚନ୍ୟାରେ ମାନବିକ ଅଧିକାରର ଉଲ୍ଲଂଘନକୁ ନେଇ ଖବରକାଗଜରେ ଲେଖୁଥିଲେ। ଖବରକାଗଜର ଡେପୁଟି ଏଡିଟର୍ ଏବଂ ଅନ୍ୟମାନେ ବିଶ୍ୱାସ କରନ୍ତି ଯେ ଏହା ସରକାର ତାଙ୍କୁ ହତ୍ୟା କରିଥିଲା।

ନତାଲିଆ ଏଷ୍ଟେମିରୋଭା:

୨୦୦୯ରେ ଋଷ୍‌ର ମାନବାଧିକାର କର୍ମୀ ନତାଲିଆ ଏଷ୍ଟେମିରୋଭାଙ୍କୁ ହତ୍ୟା କରାଯାଇଥିଲା। କୁହାଯାଏ ଯେ ତାଙ୍କୁ ଏକ ଭ୍ୟାନ୍‌ରେ ଉଠେଇ ନିଆଯାଇଥିଲା। ତାଙ୍କ ମୁଣ୍ଡ ଏବଂ ଛାତିରେ ବୁଲେଟ୍ ଚିହ୍ନ ଦେଖିବାକୁ ମିଳିଥିଲା। ଏକ ସଂସ୍ଥା ପାଇଁ ସେ ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ଅନୁସନ୍ଧାନ କରୁଥିଲେ।

ସର୍ଗେଇ ମ୍ୟାଗ୍ନିଟସ୍କି:

୨୦୦୯ରେ ଟ୍ୟାକ୍ସ କନ୍‌ସଲ୍‌ଟାଣ୍ଟ୍ ଓ ଓକିଲ ସର୍ଗେଇ ମ୍ୟାଗ୍ନିଟସ୍କିଙ୍କ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା। ପୋଲିସ ତାଙ୍କୁ ମାଡ଼ ମାରିବା କାରଣରୁ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ରିପୋର୍ଟ ଅନୁଯାୟୀ, ବ୍ରିଟିଶ-ଆମେରିକୀୟ ବ୍ୟବସାୟୀ ୱିଲିୟମ୍ ବ୍ରୋଡର୍ଙ୍କ ଟିକସ ଫାଙ୍କିବା ମାମଲାର ସେ ଅନୁସନ୍ଧାନ କରୁଥିଲେ।

ଷ୍ଟାନିସ୍ଲାଭ ମାର୍କେଲୋଭ ଓ ଆନାସ୍ତାସିଆ ବାବରୋଭା:

ମାନବ ଅଧିକାର ଆୟୋଗର ଓକିଲ ଷ୍ଟାନିସ୍ଲାଭ ମାର୍କେଲୋଭ ଚେଚନ୍ୟାର ସାଧାରଣ ନାଗରିକଙ୍କ ଉପରେ ଋଷର ସୈନିକଙ୍କ ଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ଲଢୁଥିଲେ। ସାମ୍ବାଦିକ ଆନାସ୍ତାସିଆ ବାବରୋଭା ଖବରକାଗଜରେ ପ୍ରବନ୍ଧ ଲେଖି ତାଙ୍କୁ ସାହାଯ୍ୟ କରୁଥିଲେ। ୨୦୦୬ରେ ମାର୍କେଲୋଭଙ୍କୁ ହତ୍ୟା କରାଯାଇଥିଲା। ତାଙ୍କୁ ସାହାଯ୍ୟ କରୁଥିବା ସାମ୍ବାଦିକ ଆନାସ୍ତାସିଆଙ୍କୁ ମଧ୍ୟ ସେହି ବର୍ଷ ହତ୍ୟା କରାଯାଇଥିଲା।

ବୋରିସ୍ ବେରେଜୋଭସ୍କି:

ଋଷର ପ୍ରସିଦ୍ଧ ବ୍ୟବସାୟୀ ତଥା ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋରିସ୍ ବେରେଜୋଭସ୍କିଙ୍କ ମୃତଦେହ ଲଣ୍ଡନରେ ଥିବା ତାଙ୍କ ଘର ବାହାରେ ମିଳିଥିଲା। ସେ ଲଣ୍ଡନରେ ନିର୍ବାସନରେ ରହୁଥିଲେ। କ୍ଷମତାରେ ତାଙ୍କର ଏକ ପ୍ରମୁଖ ଭୂମିକା ଥିଲା, କିନ୍ତୁ ପୁଟିନଙ୍କ ଅଧୀନରେ ତାଙ୍କର ପତନ ହୋଇଥିଲା। ୨୦୦୨ରେ, ସେ ବ୍ରିଟେନ୍‌କୁ ଚାଲିଗଲେ।

ବୋରିସ୍ ନେମ୍‌ସ୍ତୋଭ୍‌:

୨୦୧୫ରେ ବୋରିସ୍ ନେମ୍‌ସ୍ତୋଭ୍‌ଙ୍କୁ ହତ୍ୟା କରାଯାଇଥିଲା। କୁହାଯାଏ ଯେ ସେ ଯୁବକମାନଙ୍କର ଜଣେ ଲୋକପ୍ରିୟ ନେତା ଥିଲେ। ସେ ଋଷର ପ୍ରଧାନମନ୍ତ୍ରୀ ପଦ ପାଇଁ ଏକ ଦାବିଦାର ଭାବରେ ବିବେଚିତ ହୋଇଥିଲେ। ନେମ୍‌ସ୍ତୋଭ୍‌ ମଧ୍ୟ ପୁଟିନଙ୍କ ଜଣେ ଦୃଢ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ୨୦୧୧ ମସିହାରେ ସେ ନିର୍ବାଚନ ଫଳାଫଳ ବିରୁଦ୍ଧରେ ଋଷର ରାସ୍ତାରେ ଆନ୍ଦୋଳନ କରିଥିଲେ। ସେ ପୁଟିନ ସରକାର ବିରୋଧରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା।

International Link
Advertisment
Advertisment