Advertisment

Storm Turns Deadly: ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୩୪ ମୃତ

ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍...ଦୁର୍ଘଟଣାରେ ୩୪ ମୃତ, ୧୧ ଉଦ୍ଧାର...ବୋଟରେ ଥିଲେ ୪୮ ପର୍ଯ୍ୟଟକ ଓ ୫ କ୍ରିଉ ମେମ୍ବର...ଏବେବି ଅନେକ ନିଖୋଜ, ରେସ୍କ୍ୟୁ ଅପରେସନ୍ ଜାରି...

ଅଦ୍ୟତନ ହୋଇଛି
Storm Turns Deadly

Storm Turns Deadly

Advertisment

କାଳ ସାଜିଲା ଝଡ଼ବର୍ଷା। ସମୁଦ୍ରରେ ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍। ଦୁର୍ଘଟଣାରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଭିଏତନାମରେ ଏହି ମର୍ମନ୍ତୁଦ ବୋଟ୍ ଟ୍ରାଜେଡି ହୋଇଛି। କ୍ୱାଙ୍ଗ ନିନ୍ହ ପ୍ରଦେଶର ହା ଲଙ୍ଗ ବେ'ରେ ଏହି ଅଘଟଣ ଘଟିଛି।

Advertisment

ବୋଟରେ ଥିଲେ ୪୮ ଜଣ ପର୍ଯ୍ୟଟକ ଓ ୫ ଜଣ କ୍ରିଉ ମେମ୍ବର। ଏମାନଙ୍କ ଭିତରେ ଥିଲେ ପ୍ରାୟ ୨୦ ଛୋଟ ପିଲା। ଘୂର୍ଣ୍ଣିଝଡ଼ ପ୍ରଭାବରେ ବୋଟ ଓଲଟି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା। କିଛି ପର୍ଯ୍ୟଟକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଚାଲିଛି ରେସକ୍ୟୁ ଅପରେସନ୍। ବୋଟରେ ଏକାଧିକ ପରିବାରର ସଦସ୍ୟ ଥିବା ସୂଚନା ମିଳିଛି। ସେମାନେ ଭିଏତନାମର ରାଜଧାନୀ ହାନୋଇକୁ ବୁଲି ଆସିଥିଲେ। 

Boat Tragedies Vietnam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ