Advertisment

ଆମେରିକା ସ୍କୁଲରେ ପୁଣି ଗର୍ଜିଲା ବନ୍ଧୁକ; ଗୁଳିମାଡ଼ରେ ୧୯ କୁନି ପିଲାଙ୍କ ସହ ୨୧ ମୃତ

କଣ ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ରାମୋସ? କଣ ହୋଇଥାଇପାରେ କୁନି ପିଲାଙ୍କ ଉପରେ ତା ଆକ୍ରୋଶର କାରଣ?

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Texas school shooting

ବିଦ୍ୟାର ମନ୍ଦିରରେ ଭୟ ଓ ଆତଙ୍କର ବାତାବରଣ । ଟେକ୍ସାସ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଗୁଳିକାଣ୍ଡ ଭୟାଭୟ ବାତାବରଣ ସୃଷ୍ଟି କରିଛି । ଆତଙ୍କିତ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ଶିକ୍ଷକ ଶିକ୍ଷୟିତ୍ରୀ ନେଉଯାଉଥିବା ବେଳେ ଅନ୍ୟପଟେ ଶୋକରେ ଡୁବି ରହିଛନ୍ତି ଅଭିଭାବକ । ପରସ୍ପରକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି । ସ୍ଥାନୀୟ ୟୁଭାଲ୍ଡେ ହାଇସ୍କୁଲରୁ ଡ୍ରପ୍ ଆଉଟ୍ ୧୮ ବର୍ଷୀୟ ଯୁବକ ସାଲ୍‌ଭାଡର ରାମୋସର ଗୁଳିମାଡ଼ରେ ଯାଇଛି ୧୯ କୁନି ପିଲାଙ୍କୁ ମିଶାଇ ୨୧ ଜଣଙ୍କ ଜୀବନ ।

Advertisment

ବନ୍ଧୁକ ଧରି ସ୍କୁଲରେ ପହଞ୍ଚିବା ପୂର୍ବରୁ ଘରେ ନିଜ ବୁଢୀ ମାଁ ଉପରକୁ ଗୁଳି ଚଳାଇଥିଲା ରାମୋସ । ସେହିପରି ଏହି ଉନ୍ମତ୍ତକାଣ୍ଡ ଭିଆଇବାର କିଛି ସମୟ ଆଗରୁ ନିଜର ଜଣେ ବାନ୍ଧବୀକୁ ଇଷ୍ଟାଗ୍ରାମରେ ମ୍ୟାସେଜ୍ ଦେବା ସହ ମୁଁ କିଛି କରିବାକୁ ଯାଉଛି ବୋଲି ବି ଲେଖିଥିଲା ବାନ୍ଧବୀ ଜଣଙ୍କ କଣ ବୋଲି ପଚାରିଥିଲେ ମଧ୍ୟ ସେ ଉତ୍ତର ଦେଇନଥିବା ପୋଲିସ କହିଛି । ଅନ୍ୟପକ୍ଷରେ ପୋଲିସ ଗୁଳିରେ ରାମୋସର ମୃତ୍ୟୁ ଘଟିଛି।

କଣ ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ରାମୋସ? କଣ ହୋଇଥାଇପାରେ କୁନି ପିଲାଙ୍କ ଉପରେ ତା ଆକ୍ରୋଶର କାରଣ? ପଡୋଶୀଙ୍କ ଅନୁସାରେ ରାମୋସ ବଦ୍ରାଗୀ ଘରେ ମାଆଙ୍କ ସହ ସବୁବେଳେ ଝଗଡ଼ା କରୁଥିଲା । ତାକୁ ଜାଣିଥିବା ଆଉ କିଛି ଲୋକଙ୍କ ମତରେ ସେ ହସଖୁସିଆ ଥିଲା, ଥଟ୍ଟାମଜା କରୁଥିଲା ଓ ହସକଥା କହୁଥିଲା । ମାତ୍ର ସ୍କୁଲରେ ପଢୁଥିବା ବେଳେ ତାପ୍ରତି ଖରାପ ବ୍ୟବହାର ହୋଇଥିବା ନେଇ ସୂଚନା ବି ମିଳିଛି ।

Advertisment

ମାତ୍ର ସେ ଏତେବଡ଼ କାଣ୍ଡ ଘଟାଇପାରିବ ବୋଲି କେହି ବି ବିଶ୍ୱାସ କରୁନାହାନ୍ତି । ତେବେ ରାମୋସର ଉଦ୍ଦେଶ୍ୟ ଯାହା ବି ଥାଉ ନା କାହିଁକି ଟେକ୍ସାସ ସ୍କୁଲର ଏହି ହୃଦୟ ବିଦାରକ ଘଟଣାର ଆମେରିକାର ବନ୍ଧୁକ ଆଇନ୍‌କୁ ନେଇ ପୁଣି ଠିଆ କରିଛି ବିତର୍କ । ଗତ ବର୍ଷ ସେପ୍ଟେମ୍ବରରେ ପାସ୍ ହୋଇଥିବା ଟେକ୍ସାସ ବନ୍ଧୁକ ଆଇନ ଅନ୍ତର୍ଗତ ଜୀବନ ପ୍ରତି ବିପଦ ଥିବା ୧୮ରୁ ୨୧ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିପାରିବେ ।

ଆମେରିକା ସ୍କୁଲରେ ଏଭଳି ସୁଟିଂ ଘଟଣା ନୁଆ ନୁହେଁ, ଗତ ୧୦ ବର୍ଷ ଭିତରେ ଆମେରିକାର ବିଭିନ୍ନ ସ୍କୁଲରେ ଘଟିଥିବା ବଡ଼ ଧରଣର ସୁଟିଂ ଘଟଣା ଘଟିଛି ।

  • ୩୦ ନଭେମ୍ବର ୨୦୨୧-ମିଚିଗାନ୍ ସ୍ଥିତ ଅକ୍ସଫୋର୍ଡ ହାଇସ୍କୁଲରେ ଜଣେ ନୌଯୁବକ ଗୁଳି ଚଳାଇବାରୁ ୪ ଛାତ୍ରଙ୍କ ମୃତ୍ୟୁ ହେବା ସହ ଅନ୍ୟ ୭ ଆହତ ହୋଇଥିଲେ ।
  • ୧୮ ମେ ୨୦୧୯- ହୋଷ୍ଟନ୍ ସ୍କୁଲର ଜଣେ ୧୭ ବର୍ଷୀୟ ଛାତ୍ରର ଗୁଳିମାଡ଼ରେ ୯ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା ।
  • ୧୪ ଫେବ୍ରୁଆରୀ ୨୦୧୮- ଫ୍ଲୋରିଡାର ଷ୍ଟୋନମ୍ୟାନ୍ ଡଗାଲ୍ସ ହାଇସ୍କୁଲରେ ଜଣେ ପୂର୍ବତନ ଛାତ୍ର ଗୁଳି ଚଳାଇବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ମିଶାଇ ୧୭ ଜଣଙ୍କ ଜୀବନ ଯାଇଥିଲା ।
  • ୧୪ ଡିସେମ୍ବର ୨୦୧୨- କନେକ୍ଟିକଟ୍ ସ୍ଥିତ ସ୍ୟାଣ୍ଡି ହୁକ୍ ଏଲିମେଣ୍ଟାରୀ ସ୍କୁଲରେ ପଶି ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୫ରୁ ୧୦ ବର୍ଷର ୨୦ ପିଲାଙ୍କୁ ମିଶାଇ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ଏଯାଏଁ ଆମେରିକା ସ୍କୁଲରେ ୯ ଶହରୁ ଅଧିକ ସୁଟିଂ ଘଟଣା ଘଟିଲାଣି ।
Special Story Texas School Shooting
Advertisment
Advertisment