Advertisment

ଭୟଙ୍କର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ପ୍ରଭାବରେ ଏହି ୭ ବଡ଼ କ୍ଷତି ନିଶ୍ଚିତ

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହେବାକୁ ଯାଉଛି ମହାଯୁଦ୍ଧ। ଯାହାର ପ୍ରଭାବ ହୋଇପାରେ ଭୟଙ୍କର ।

ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

Advertisment

ଚରମ ସୀମାରେ ପହଁଞ୍ଚିଛି ରୁଷ-ୟୁକ୍ରେନ ବିବାଦ। ଯୁଦ୍ଧ ପାଇଁ ଏକ ପ୍ରକାର ପ୍ରସ୍ତୁତ ଉଭୟ ଦେଶ। ଏହା ଭିତରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ୟୁକ୍ରେନକୁ ପଠାଇ ସାରିଛନ୍ତି ସୈନିକ। ଡୋନେଟସ୍କକରେ ଯୁଦ୍ଧ ଟ୍ୟାଙ୍କ ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ଲାଗୁଛି, ଋଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା କମିବା ବଦଳରେ ବଢି ବଢି ଚାଲିଛି। ଆମେରିକା, ଫ୍ରାନସ ଭଳି କିଛି ଦେଶ ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଯୁଦ୍ଧ ଟଳିବା ପରିସ୍ଥିତି ଦେଖାଯାଉନାହିଁ। ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସାରା ଦୁନିଆ ଉପରେ ଏହାର ପ୍ରଭାବ ବ୍ୟାପକ ଭାବେ ପଡ଼ିବ। ଆସନ୍ତୁ ଜାଣିବା ଯୁଦ୍ଧ ହେଲେ କଣ ରହିବ ପ୍ରଭାବ?

Advertisment

ପ୍ରଭାବ ନଂ ୧

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲେ ପ୍ରଥମେ ଏହାର ପ୍ରଭାବ ତୈଳ ଏବଂ ପ୍ରାକୃତିକ ଗ୍ୟାସ ମୂଲ୍ୟ ଉପରେ ପଡ଼ିବ। କାରଣ ୟୁରୋପର ଅଧିକାଂଶ ଦେଶ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ଋଷ ଉପରେ ନିର୍ଭରଶୀଳ। ଯୁଦ୍ଧ ହେଲେ ଋଷ ଯଦି ତୈଳ ଯୋଗାଣ ବନ୍ଦ କରିଦିଏ, ତାହେଲେ ପଶ୍ଚିମ ୟୁରୋପ ଦେଶମାନଙ୍କ ଉପରେ ଏହା ପ୍ରଭାବ ପକାଇବ। ଯଦି ତୈଳ ଯୋଗାଣ ଜାରି ରହେ, ତାହେଲେ ମୂଲ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏବେ କେବଳ ଉତ୍ତେଜନା ପରିସ୍ଥିତି ପାଇଁ ତୈଳଦର ବ୍ୟାରେଲ ୧୦୦ ଡଲାରରେ ପହଞ୍ଚିଛି। ଯଦି ଯୁଦ୍ଧ ହେଲା ତାହେଲେ ତୈଳଦର ୨୫ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ।

ପ୍ରଭାବ ନଂ

ଋଷ ଓ ୟୁକ୍ରେନ ମୁହାଁମୁହିଁ ହେଲେ ସାରା ଦୁନିଆ ଆର୍ଥିକ ସଙ୍କଟର ସାମ୍ନା କରିପାରେ। ଯୁଦ୍ଧ ହେଲେ ବିଶ୍ୱ ବଜାରରେ ପ୍ରଭାବ ପଡ଼ିପାରେ। ବୈଦେଶିକ ମୁଦ୍ରା ବଜାରରେ ଅନିଶ୍ଚିତତା ପରିବେଶ କରିବା ସହ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଦେଖିବାକୁ ମିଳିପାରେ।

Advertisment

ପ୍ରଭାବ ନଂ ୩

ଯୁଦ୍ଧ ହେଲେ ଦୁନିଆ ଦୁଇ ଭାଗରେ ବିଭକ୍ତ ହୋଇଯିବ। ପ୍ରଥମରୁ ଆମେରିକା କହି ଦେଇଛି ଯଦି ଯୁଦ୍ଧ ହେଲା ତାହେଲେ କେବଳ ଋଷ ଉପରେ ନୁହେଁ ଋଷକୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଯିବ। ସେହିପରି ୟୁରୋପୀୟ ରାଷ୍ଟ୍ରମାନେ ମଧ୍ୟ ୟୁକ୍ରେନର ସାଥ ଦେବ। ୟୁରୋପ କହିଛି, ଯୁଦ୍ଧରେ ଅଂଶ ଗ୍ରହଣ ନକଲେ ମଧ୍ୟ ୟୁକ୍ରେନକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଇଂଲଣ୍ଡ ଓ ଫ୍ରାନସ ଭଳି ଦେଶ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ପଠାଇ ୟୁକ୍ରେନକୁ ସାହାଯ୍ୟର ହାତ ବଢାଉଛନ୍ତି। ଏପରି ଭାବେ ଋଷକୁ ସମର୍ଥନ କରୁଥିବା ଦେଶ ଓ ୟୁକ୍ରେନକୁ ସମର୍ଥନ କରୁଥିବା ଦେଶ ଦୁଇ ଭାଗ ହୋଇଯାଇ ପାରନ୍ତି ।

ପ୍ରଭାବ ନଂ

ଯଦି ଯୁଦ୍ଧରେ ୟୁକ୍ରେନକୁ ଋଷ ଦଖଲ କରିନିଏ, ତେବେ ୟୁକ୍ରେନ ଦ୍ୱିତୀୟ ଆଫଗାନିସ୍ତାନ ହୋଇ ଯାଇପାରେ। ଏପରି ସ୍ଥିତିରେ ଋଷର କ୍ଷତି ହୋଇପାରେ। ୧୯୯୨ ମସିହାରେ ଆଫଗାନିସ୍ତାନ ସହିତ ଯେପରି ହୋଇଥିଲା। ସେଠାରେ ଋଷ ବହୁତ ଦିନ ପର୍ଯ୍ୟନ୍ତ ଫସି ରହିବା ପରେ ଶେଷରେ ଖାଲି ହାତରେ ଫେରିଥିଲା। ଆଉ ସୋଭିଏତ ସଂଘ ଭାଙ୍ଗି ଯାଇଥିଲା।

Advertisment

ପ୍ରଭାବ ନଂ ୫

ଯଦି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲା ଏହାକୁ ରୋକିବା କାହାରି ପାଇଁ ସମ୍ଭବ ହେବ ନାହିଁ। ଏବେ ଋଷ ଆଉ ପୂର୍ବ ଭଳି ନାହିଁ। ଋଷ ନିଜକୁ ଶକ୍ତିଶାଳୀ କରି ସାରିଲାଣି। ଏମିତିକି ମଧ୍ୟ ଏସିଆରେ ଋଷର ଦବଦବା ରହିଛି। ଋଷ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପରମାଣୁ ଅସ୍ତ୍ର ମଧ୍ୟ ରହିଛି। ଯାହାକି ବିଶ୍ୱକୁ ଭାରି ପଡ଼ିପାରେ। ସେହିପରି ୟୁକ୍ରେନ ସହିତ ଆମେରିକା ଭଳି ବଡ଼ ରାଷ୍ଟ୍ର ରହିଛନ୍ତି। ଯେଉଁଥି ପାଇଁ ଯୁଦ୍ଧକୁ ଶୀଘ୍ର ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ।

ପ୍ରଭାବ ନଂ

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ୱ ଖାଦ୍ୟ ବଜାର ଉପରେ ପଡିପାରେ। ସାରା ଦୁନିଆରେ ଗହମ ସଙ୍କଟ ଦେଖାଦେବ। ପ୍ରକୃତରେ ୟୁକ୍ରେନ, ଋଷ, କାଜକିସ୍ତାନ ଓ ରୋମାନିଆ ଭଳି ରାଷ୍ଟ୍ର ଦୁନିଆକୁ ଅଧିକ ମାତ୍ରାରେ ଗହମ ରପ୍ତାନୀ କରନ୍ତି। ଯୁଦ୍ଧ ହେଲେ ଗହମ ରପ୍ତାନି ବାଧାପ୍ରାପ୍ତ ହୋଇପାରେ।

ପ୍ରଭାବ ନଂ ୭

ଯୁଦ୍ଧ ଦ୍ୱାରା ଆର୍ଥିକ ସଙ୍କଟ ସୃଷ୍ଟି ହେଲେ, ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। କିନ୍ତୁ ବୈଦେଶିକ ସମ୍ବନ୍ଧ ଦୃଷ୍ଟିରୁ ଭାରତ ଅଧିକ କ୍ଷତି ସହିବ ନାହିଁ। ଭାରତ ଏହି ମାମଲାରେ ପ୍ରଥମରୁ ଆଲୋଚନା ଉପରେ ଗୁରୁତ୍ୱ ଦେଇଛି। ଋଷ ମଧ୍ୟ ଭାରତର ତାରିଫ କରି ସାରିଛି।

ଆଗପଛ ନ ଭାବି ଯୁଦ୍ଧ ପାଇଁ ଗୋଡ କାଢି ସାରିଛି ଋଷ। କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ପାଶ୍ଚାତ୍ୟ ଦେଶଗୁଡିକ ଆଶଙ୍କା କରୁଛନ୍ତି। କାରଣ ୟୁକ୍ରେନ ସୀମାରେ ଋଷ ପ୍ରାୟ ଦେଢ ଲକ୍ଷ ସୈନିକ ସହ ଟ୍ୟାଙ୍କର ଓ ମାରଣାସ୍ତ୍ର ମୁତୟନ କରି ସାରିଛି।

Russia America Trump Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ