Advertisment

Special Story: ଏଣିକି ନୋ ଟେନ୍‌ସନ୍‌, ଘର କାମ ପାଇଁ ଆସିଲା ରୋବଟ୍‌ !

ଆପଣଙ୍କ ହାତ ଧରି ଚାଲିବ... ଆପଣଙ୍କ ପୋଷାକର ଯତ୍ନ ନେବ... ଆପଣ ଖାଇଛନ୍ତି କି ନାହିଁ ତାହା ବି ପଚାରି ବୁଝିବ... ଆଉ ଯଦି ଆପଣ କ୍ଳାନ୍ତ ଅନୁଭବ କରନ୍ତି ଘରେ କିଛି କାମ କରିନାହାନ୍ତି ତା’ ବି କରିଦେବ ଏ ନୂଆ ଅତିଥି ।

the robot

the robot

Advertisment

ଆପଣଙ୍କ ହାତ ଧରି ଚାଲିବ... ଆପଣଙ୍କ ପୋଷାକର ଯତ୍ନ ନେବ... ଆପଣ ଖାଇଛନ୍ତି କି ନାହିଁ ତାହା ବି ପଚାରି ବୁଝିବ... ଆଉ ଯଦି ଆପଣ କ୍ଳାନ୍ତ ଅନୁଭବ କରନ୍ତି ଘରେ କିଛି କାମ କରିନାହାନ୍ତି ତା’ ବି କରିଦେବ ଏ ନୂଆ ଅତିଥି । ବର୍ତ୍ତମାନ ଏହି ରୋବର୍ଟକୁ ନେଇ ଟେସଲା ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଆଉ ଏହାର ମାଲିକ ଏଲନ୍ ମସ୍କ ଖୁବ୍ ଖୁସି ।

Advertisment

ଏହି ରୋବର୍ଟର ମାଲିକ ଏଲନ ମସ୍କ କହିଛନ୍ତି ଯେ ଏହି ରୋବର୍ଟ ହେଉଛି ସର୍ବଶ୍ରେଷ୍ଠ । ଆଉ ଏହାର ନାଁ ଅପ୍ଟିମସ୍‌ ରଖାଯାଇଛି । ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଏହି ରୋବଟ୍‌କୁ ଡିଜାଇନ୍ କରାଯାଇଛି । ଏହା ସବୁ ପ୍ରକାରର ଘରକାମ କରିପାରିବ । ଘରର ଚା’ କପ୍‌ ଉଠାଇବା ଠାରୁ ଆରମ୍ଭ କରି ଅଳ୍ପ ଓଜନର ବ୍ୟାଗ ମଧ୍ୟ ଉଠାଇ ସଠିକ୍‌ ସ୍ଥାନରେ ରଖିପାରିବ । ଆଉ ଘରେ ରହୁଥିବା ବ୍ୟକ୍ତିଙ୍କୁ ବୋରିଂ ଲାଗିଲେ ତାଙ୍କ ସହ ଗେମ୍‌ ମଧ୍ୟ ଖଳିପାରିବ ଏହି ରୋବର୍ଟ ।

ମସ୍କଙ୍କ ଏହି ରୋବର୍ଟ ଏବେ ବାହାରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଲାଣି । ଲୋକଙ୍କ ସହ କଥା ହେବା ଓ ଲୋକଙ୍କ ସହ କିଛି କାମ କରିବା ଭଳି ଚିତ୍ର ମଧ୍ୟ ସାମ୍ନାକୁ ଆସିଲାଣି । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଟେସ୍ଲା ଫକ୍ଷରୁ ରୋବଟର ମୂଲ୍ୟ ୨୦ ହଜାର ଡଲାରରୁ ୩୦ ହଜାର ଡଲାର ମଧ୍ୟରେ ରଖାଯାଇଛି । ଏହା ବଜାରରେ ଉପଲବ୍ଧ ହେବ । ଖାଲି ଏତିକି ନୁହେଁ ଟେସଲା ପକ୍ଷରୁ ଏକ ନୂଆ କାର୍‌ ବଜାରକୁ ଆସିବାକୁ ଯାଉଛି । ଯାହାକି ବିନା ଡ୍ରାଇଭରରେ ରେଡ୍‌ରେ ଗଡ଼ିବ । ଏହି କାର୍‌ ନାଁ ‘ସାଇବରକାବ୍‌’ ବୋଲି ରଖାଯାଇଛି । ଟେସଲା ପକ୍ଷରୁ ଏହି ଦୁଇଟି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି ।

Advertisment

Robots
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ