Advertisment

ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ଅସ୍ଥିରତା, ଇସ୍ରାଏଲ୍ ଉପରେ ଲେବାନନର ରକେଟ୍ ମାଡ଼

ଦକ୍ଷିଣ ଲେବାନନରୁ ହିଜବୁଲ୍ଲାହ ପକ୍ଷରୁ ଇସ୍ରାଏଲର ଉତ୍ତରରେ ଥିବା ବେତ ହିଲେଲ୍ ଇଲାକାରେ ବିଳମ୍ବିତ ରାତିରେ ତୁହାକୁ ତୁହା ରକେଡ୍ ମାଡ଼ କରିଛି।

Attack on Israel

Attack on Israel

Advertisment

ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା । ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ୍ ଓ ଲେବାନନ୍ । ଇସ୍ରାଏଲ୍ ଉପରେ ଘନ ଘନ ମିସାଇଲ୍ ଓ ରକେଟ୍ ମାଡ଼ କଲା ଲେବାନନ । ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ଲେବାନନରୁ ହିଜବୁଲ୍ଲାହ ପକ୍ଷରୁ ଇସ୍ରାଏଲର ଉତ୍ତରରେ ଥିବା ବେତ ହିଲେଲ୍ ଇଲାକାରେ ବିଳମ୍ବିତ ରାତିରେ ତୁହାକୁ ତୁହା ରକେଡ୍ ମାଡ଼ କରିଛି।

Advertisment

ରକେଟ୍ ମାଡ଼ ପରେ ଇସ୍ରାଏଲର ଆଇରନ୍ ଡୋମ୍ ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇଥିଲା । ମିସାଇଲକୁ ପ୍ରତିହତ କରିଥିଲା ଏୟାର ଡିଫେନ୍ସ ସିଷ୍ଟମ୍। ରକେଟ୍ ମାଡ଼ରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ସେପଟେ ଏହି ଘଟଣା ପରେ ନିଜ ଦେଶର ନାଗରିକଙ୍କୁ ଲେବାନନ୍ ଛାଡ଼ିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଆଡଭାଇଜରୀ ଜାରି କରିଛନ୍ତି । ଇସ୍ରାଏଲ ବେରୁତରେ ହିଜବୁଲ୍ଲାହ କମାଣ୍ଡର ଫୌଦ ଶୁକ୍ରଙ୍କୁ ହତ୍ୟା କରିବା ପରେ ଟେନସନ୍ ବଢ଼ିଛି। ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ଦୁଇ ଦେଶ।

Attack Israel Lebanon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ