Advertisment

କରୋନା ପରେ ପୁଣି ଦକ୍ଷିଣ ଆଫ୍ରିକାରେ ହାହାକାର୍; ବେଘର ହେଲେ ୪୦ ହଜାର ଲୋକ

କରୋନା ପରେ ଏବେ ଦକ୍ଷିଣ ଆଫ୍ରିକାରେ ପୁଣି ହାହାକାର ପରିସ୍ଥିତି । ୪ ହଜାର ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବା ସହ ୧୩ ହଜାର ୫୦୦ଟି ଘର କ୍ଷତିଗ୍ରସ୍ତ ଓ ୪୦ ହଜାର ଲୋକ ବେଘର ହୋଇଯାଇଛନ୍ତି ।

author-image
Otv Khabar Bureau
South Africa flood death toll missing number rescue operation photos

South Africa flood death toll missing number rescue operation photos

କରୋନା ପରେ ଏବେ ଦକ୍ଷିଣ ଆଫ୍ରିକାରେ ପୁଣି ହାହାକାର ପରିସ୍ଥିତି । ଅନେକ ଦିନ ଧରି ଏହିପରି ପରିସ୍ଥିତି ଲାଗି ରହିଛି । ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ ନାଟାଲ (KwaZulu-Natal) ଓ ଡୁରବାନ୍‌ (Durban) ଅଞ୍ଚଳରେ ବନ୍ୟାରେ ପ୍ରାୟ ୪୪୩ ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଏହାସହ ପ୍ରାୟ ୪ ହଜାର ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବା ସହ ୧୩ ହଜାର ୫୦୦ଟି ଘର କ୍ଷତିଗ୍ରସ୍ତ ଓ ୪୦ ହଜାର ଲୋକ ବେଘର ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଏହାସହ ୫୮ଟି ଡାକ୍ତରଖାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Advertisment

ବାତ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ଲଗାତାର ଭାବେ ପ୍ରବଳ ବର୍ଷା ହୋଇଥିବାରୁ ଏଠାକାର ରାସ୍ତାଘାଟ, ସ୍କୁଲ, ସରକାରୀ ପାଚେରୀ ତଥା ବିଦ୍ୟୁତ୍ ଆଦି ବିଭିନ୍ନ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି ।

ପାଣିପାଗ ବିଭାଗ ଅନୁସାରେ, ଆଗାମୀ ଦିନରେ ମଧ୍ୟ ଦକ୍ଷିଣ ଆଫ୍ରିକାର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ସ୍ୱାସ୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବନ୍ୟାର ପ୍ରଭାବ ପରେ ଜୀବିତ ଥିବା ଲୋକଙ୍କୁ ଖୋଜିପାଇବା କଷ୍ଟକର ହୋଇପଡିବ । କାରଣ ବନ୍ୟାର ପ୍ରଭାବ ଯୋଗଁଉ ବର୍ତ୍ତମାନ ସୁଦ୍ଧା ୬୩ ଜଣ ଲୋକ ନିଖୋଜ ଅଛନ୍ତି ।

Advertisment
 South Africa flood death toll missing number rescue operation photos(ବାତ୍ୟା ପ୍ରଭାବିତ ଅଞ୍ଚଳ)

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସହର ଡୁରବାନ୍‌ରେ ହୋଇଥିବା ବନ୍ୟା ସବୁକିଛି ନଷ୍ଟ କରିଦେଇଛି । ଏମିତିକି ଏହା ପ୍ରଭାବରେ ସ୍କୁଲ୍‌, ରାସ୍ତାଘାଟ ଓ ଘରଦ୍ୱାର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ପ୍ରାୟ ୪ ହଜାର ଉଦ୍ଧାରକାରୀ ତଥା ଲୋକଙ୍କୁ ନିୟୋଜିତ କରାଯାଇଛି ।

South Africa flood death toll missing number rescue operation photos(ବାତ୍ୟା ପ୍ରଭାବିତ ଅଞ୍ଚଳ)

ଏନେଇ ବନ୍ୟା ପ୍ରଭାବିତ ଲୋକେ କହିଛନ୍ତି ଯେ, ସେ କେବେ ହେଲେ ତାଙ୍କ ଜୀବନକାଳରେ ଏହିପରି ଭୟଙ୍କର ବନ୍ୟା ଦେଖିନଥିଲେ । ବନ୍ୟାର କରାଳ ରୂପକୁ ଦେଖି କ୍ଷୟକ୍ଷତିର ଅନୁମାନ କରାଯାଉଛି । ହେଲେ ଏବେ କେବଳ ଲୋକଙ୍କ ଜୀନ ବଞ୍ଚାଇବା ଉଦ୍ୟମ କରାଯାଉଛି ।

South Africa flood death toll missing number rescue operation photos(ବାତ୍ୟା ପ୍ରଭାବିତ ଅଞ୍ଚଳ)

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କା ୬୮ ମିଲିୟନ୍‌ ଡଲାର ଜରୁରୀକାଳୀନ ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତୀତ ଆଫ୍ରିକାର ଫୁଟ୍‌ବଲ୍ ପରିସଙ୍ଘ(Confederation of African Football)ର ମୁଖ୍ୟ ପାର୍ଟିକ୍‌ ମୋଟ୍‌ସେପି ୨.୦ ଡଲାର ସହାୟତା କରିବାର ଘୋଷଣା କରିଛନ୍ତି ।

South Africa Flood
Advertisment
Advertisment