• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ଫାଶୀ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଭାରତୀୟ ବଂଶୋଦ୍ଭବ (Indian-origin man)ଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ୪୬ ବର୍ଷୀୟ ତଙ୍ଗରାଜୁ ସୁପେୟାଙ୍କୁ ଗତକାଲି ସିଙ୍ଗାପୁର ଚଙ୍ଗି ଜେଲ୍‌ରେ ଫାଶୀ ଦିଆଯାଇଛି । ଏକ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ ଷଡ଼ଯନ୍ତ୍ରରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ ।

ତେବେ ତଙ୍ଗରାଜୁ ସୁପେୟାଙ୍କୁ କ୍ଷମା କରିବା ପାଇଁ ପରିବାର ଲୋକ ସିଙ୍ଗାପୁର ସରକାରଙ୍କ ପାଖରେ ମାମଲା ଦାଏର୍ କରିଥିଲେ । ଜାତୀୟ ମାନବାଧିକାର ଅଫିସ ସମେତ ଅନେକ ଅନ୍ତର୍ଜାତୀୟ ଅନୁଷ୍ଠାନ ତଙ୍ଗରାଜୁଙ୍କୁ ମୃତ୍ୟୁଦଣ୍ଡ ଉପରେ ପୁନର୍ବିଚାର କରିବାପାଇଁ ସିଙ୍ଗାପୁର ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସିଙ୍ଗାପୁର ସରକାର ମୃତ୍ୟୁଦଣ୍ଡ ଉପରେ ପୁନର୍ବିଚାର ନକରି ତଙ୍ଗରାଜୁଙ୍କୁ ଫାଶୀରେ ଝୁଲାଇ ଦେଇଛନ୍ତି ।

ସିଙ୍ଗାପୁରରେ ନିଶାଦ୍ରବ୍ୟ ଏବଂ ନିଶା କାରବାର ବିରୋଧରେ ଅନେକ କଠୋର ନିୟମ ରହିଛି । ସିଙ୍ଗାପୁରରେ ଥିବା ନିୟମ ଅନୁଯାୟୀ ୫୦୦ ଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଥିଲେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ । ତେବେ ସୁପୈୟାଙ୍କ ନିକଟରୁ ୧୦୧୭.୯ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ।

୪୬ ବର୍ଷୀୟ ତଙ୍ଗରାଜୁ ସୁପୈୟା ଗଞ୍ଜେଇ ଚାଲାଣ ମାମଲାରେ ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କ ଠାରୁ ୧ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ୨୦୧୮ରେ ଏହି ମାମଲାରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା । ତେବେ ଏହି ଦଣ୍ଡ କୋହଳ କରିବା ପାଇଁ ତାଙ୍କ ପରିବାର ସମେତ ବିଭିନ୍ନ ମାନବାଧିକାର ସଂସ୍ଥା ଉଦ୍ୟମ କରିଥିଲେ । ହେଲେ ସବୁ ବିଫଳ ହୋଇଛି ।

ଫାଶୀର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି କ୍ଷମା ପିଟିସନକୁ ପ୍ରତ୍ୟାଖ୍ୟାନ କରିବା ପରେ ସୁପୈୟାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହି ପ୍ରସଙ୍ଗରେ ଯେତେବେଳେ ସିଙ୍ଗାପୁର ସରକାରଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା, ସେତେବେଳେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା ।