Advertisment

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ : ମେଡିକାଲ ପରିସରରେ ଗୁଳିମାଡ଼ କଲା ଆତତାୟୀ, ୪ ମୃତ

ଓକ୍ଲାହୋମାରର ତୁଲସା ସହର ସ୍ଥିତ ସିଟି ଫ୍ରାନ୍ସିସ୍ ହସ୍ପିଟାଲରେ ଗତକାଲି ଘଟିଛି ଏପରି ନାରକୀୟ କାଣ୍ଡ

author-image
Prangyan Parimita
ଅଦ୍ୟତନ ହୋଇଛି
Oklahoma hospital shooting

Oklahoma hospital shooting

ଆମେରିକାରେ ପୁଣି ଗର୍ଜିଛି ବନ୍ଧୁକ, ଜୀବନ ହାରିଲେ ଚାରି ଜଣ । ବୁଧବାର ଦିନ ଓକ୍ଲାହୋମାର ତୁଲସା ସ୍ଥିତ ଏକ ମେଡିକାଲ ପରିସରରେ ଆତତାୟୀର ଗୁଳିମାଡ଼ରେ ୪ଜଣ ସଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ସଂପୃକ୍ତ ଯୁବକର ମଧ୍ୟ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Advertisment

ପୋଲିସର ସୂଚନା ଅନୁସାରେ ସେଣ୍ଟ ଫ୍ରାନସିସ୍ ହସ୍ପିଟାଲର ଦ୍ୱିତୀୟ ମହଲରେ ଗତକାଲି ଜଣେ ଯୁବକ ବନ୍ଧୁକ ଧରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ସୁରକ୍ଷା କର୍ମୀ ତୁରନ୍ତ ଉକ୍ତ ଦୁର୍ବୃତ୍ତର ପିଛା କରିଥିଲେ । ମାତ୍ର ଯୁବକର ଅତର୍କିତ ଗୁଳିମାଡରେ ୪ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଅନ୍ୟପଟେ ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣରେ ଘଟଣାସ୍ଥଳରେ ହିଁ ଦୁର୍ବୃତ୍ତଜଣକ ଆଖି ବୁଜିଥିବା ଜଣାଯାଇଛି । ତେବେ ତାଙ୍କ ପରିଚୟ ମିଳିପାରିନି ।

ଫ୍ରାନସିସ୍ ହସ୍ପିଟାଲରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହେଉଥିବାରୁ ପୁଲିସ୍‌ ପ୍ରତି ମହଲା ଯାଞ୍ଚ କରୁଛି। ଏହି ହସ୍ପିଟାଲକୁ ଖାଲି କରି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏଥିସହ ହସ୍ପିଟାଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

Advertisment

ଗୁଳିମାଡ଼ ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦୁଃଖପ୍ରକାଶ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ସପ୍ତାହରେ ଟେକାକ୍ସର ଏକ ସ୍କୁଲରେ ୧୮ ବର୍ଷୀୟ ଯୁବକର ଗୁଳିମାଡରେ ୨୧ଜଣଙ୍କର ପ୍ରାଣହାନୀ ହୋଇଥିଲା ।

Oklahoma Hospital Shooting
Advertisment
Advertisment