modi putin
ହାତରେ ହାତ ମିଶାଇଲେ, ହସି ହସି କଥା ହେଲେ । ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି, ଜିନପିଙ୍ଗ ଓ ପୁଟିନଙ୍କ ବନ୍ଧୁତା । ଚୀନର ତିଆନଜିନ୍ରେ ଆୟୋଜିତ SCO ସମ୍ମିଳନୀରେ ଦେଖିବାକୁ ମିଳିଛି ମହାଶକ୍ତିଙ୍କ ଏ ମହାମିଳନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବିରୋଧରେ ଏକାଠି ହୋଇଛନ୍ତି ଚୀନ୍, ଋଷିଆ ଓ ଭାରତ । ମୋଦିଙ୍କ ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ବନ୍ଧୁତାର ଏ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଆମେରିକାର ଦାଦାଗିରି ଚଳିବନି କି ଟ୍ରମ୍ପଙ୍କ ଧମକ କାମ ଦେବନି । SCO ମଞ୍ଚରୁ ତିନି ମହାଶକ୍ତିଙ୍କ ମହାମିଳନ ଆମେରିକାକୁ ଦେଇଛି କଡା ସନ୍ଦେଶ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକଚାଟିଆ ବାଣିଜ୍ୟ ନୀତିକୁ ଉଚିତ୍ ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି, ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ଋଷ୍ ରାଷ୍ଟ୍ରପତି ପୁଟିନ ହାତ ମିଶାଇଛନ୍ତି । ୩ ବିଶ୍ୱ ନେତା ହାତ ମିଶାଇ ହସି ହସି କଥା ହେବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ରାଷ୍ଟ୍ରପତି ଜିନପିଙ୍ଗ୍ ବି କହିଛନ୍ତି, ମୋଦିଙ୍କ ସହ ମିଶି ସେ ବହୁତ ଖୁସି । ଡ୍ରାଗନ ଓ ହାତୀ ଏକାଠି ହେବା ଉଚିତ୍ । ବିବାଦ ବଦଳରେ ବିକାଶକୁ ଗୁରୁତ୍ୱ ଏବଂ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ବି ସହମତ ହୋଇଛନ୍ତି ଦୁଇ ବିଶ୍ୱ ନେତା ।
ତେବେ SCO ସମ୍ମିଳନୀ ଏପରି ସମୟରେ ହୋଇଛି ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଭାରତ ଋଷ୍ ତେଲ କ୍ରୟକୁ ବିରୋଧ କରି ଏହି ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । କିନ୍ତୁ ଭାରତ ଟ୍ରମ୍ପଙ୍କ ଟାରିଫ୍କୁ ଖାତିର୍ କରିନି କି ଡରେନି । ଓଲଟା ଏହାର ମୁହଁତୋଡ ଜବାବ ଦେବାକୁ ପୂରା ତୟାର ହୋଇଛି । ଆମେରିକା ଉପରୁ ନିର୍ଭରତା କମାଇ ଋଷ୍ ଓ ଚୀନ୍ ଭଳି ବଡ଼ ବଜାରଗୁଡିକ ସହ ସହଯୋଗିତା ବଢାଉଛି ଭାରତ । SCO ସମ୍ମିଳନୀ ଭାରତ, ଚୀନ ଓ ଋଷ୍ ବନ୍ଧୁତାର ଏ ଚିତ୍ର ଆମେରିକା ପାଇଁ କଡ଼ା ଜବାବ ନିଶ୍ଚୟ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi_putin_1756723625.jpg)