Advertisment

ଉତ୍ତର ଲସ୍‌ ବେଗାସ୍‌ ଓ କେନିଆରେ ଆଖିବୁଜା ଗୁଳିମାଡ଼

ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ, ନାବାଳିକା ଗୁରୁତର ସୂଚନା । ଗୁଳିମାଡ଼ ପରେ ଗୁଳି କରି ଜୀବନ ହାରିଲା ଦୁର୍ବୃତ୍ତ ।

ଅଦ୍ୟତନ ହୋଇଛି
Kenya Police Open Fire To Tax Protestor

Firing

Advertisment

ଆମେରିକାରେ ପୁଣି ଆଖିବୁଜା ଗୁଳିମାଡ଼। ରକ୍ତର ହୋଲି ଖେଳିଲା ବନ୍ଧୁକଧାରୀ ଆତତାୟୀ। ଗୁଳିମାଡ଼ରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର ଲସ୍ ବେଗାସରେ ହୋଇଛି ଏହି ଗୁଳିମାଡ଼। ଦୁଇଟି ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପଶି ଆଖିବୁଜା ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଏହାପରେ ଗୁଳି କରି ନିଜେ ଆତ୍ମହତ୍ୟା କରିଛି।

Advertisment

ତାକୁ କାବୁ କରିବା ପାଇଁ ରାତି ସାରା ପୋଲିସ ଅପରେସନ୍ ଚଳାଇଥିଲା । ତେବେ ତାପାଖରେ ପହଞ୍ଚିଲା ବେଳେକୁ ନିଜକୁ ଶେଷ କରି ଦେଇଥିଲା ଦୁର୍ବୃତ୍ତ। ତା ନାଁ ଏରିକ୍ ଆଦମ୍। ବୟସ ୪୭ ବର୍ଷ। ଏହି ଗୁଳିମାଡ଼ରେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ତେବେ ଆଦମ୍ କାହିଁକି ଏମିତି କଲା ସେନେଇ ଖୋଳତାଡ ଚାଲିଛି। 

ଅଧିକ ପଢ଼ନ୍ତୁ: ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଚର୍ଚ୍ଚ ଉପରେ ଆଖିବୁଜା ଗୁଳିମାଡ଼, ୧୫ ପୋଲିସ ନିହତ

Advertisment

ସେହିଭଳି ନୂତନ ଅର୍ଥ ଚିଠାକୁ ବିରୋଧ କରି କେନିଆର ନାଇରୋବିରେ ଆନ୍ଦୋଳନ ବେଳେ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି । ଏହି ଗୁଳିମାଡ଼ରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଦେଶରେ ନୂତନ ଟ୍ୟାକ୍ସ ନିୟମକୁ ଗତ ଦୁଇ ଦିନ ଧରି ଲୋକେ ବିରୋଧ ପ୍ରଦର୍ଶନ କରୁଥିଲେ। ତେବେ ନାଇରୋବି ସ୍ଥିତ ସଂସଦ ଭବନ ଆଗକୁ ବିକ୍ଷୋଭକାରୀ ପଶିବାକୁ ଉଦ୍ୟମ ବେଳେ ସେନା ସେମାନଙ୍କ ଉପରକୁ ପ୍ରଥମେ ପାଣି ମାଡ କରିଥିଲା। ଏହାକୁ ଭୃକ୍ଷେପ ନକରି ଲୋକେ ସଂସଦ ଭବନରେ ପଶିବାକୁ ଉଦ୍ୟମ ବେଳେ ସେନା ଗୁଳି ମାଡ କରିଥିଲା।

ଏଥିରେ ୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ ନାଇରୋବିରେ ହିଂସା ବ୍ୟାପିବା ଆଶଙ୍କ ଥିବାରୁ ସାରା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନାଇରୋବି ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସେନା ପକ୍ଷରୁ ସିଲ କରାଯାଇଛି। 

Advertisment

ଅନ୍ୟପଟେ ଭାରତ ପକ୍ଷରୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ଆଡଭାଇଜାରୀ ପୋଷ୍ଟ କରାଯାଇଛି। ଏଥିରେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ତଥା ଅତ୍ୟାବଶ୍ୟକୀୟ ଆନ୍ଦୋଳନରୁ ଦୂରେଇ ରହିବାକୁ କେନିୟାରେ ଥିବା ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

ଏଥିସହିତ ଭାରତୀୟ ଉଚ୍ଚ ଆୟୋଗ କହିଛନ୍ତି ଯେ କେନିଆରେ ରହୁଥିବା ଭାରତୀୟ ନାଗରିକମାନେ ଅପ୍‌ଡେଟ୍‌ ପାଇଁ ସ୍ଥାନୀୟ ଖବର ଅନୁସରଣ କରିବା ଉଚିତ ଏବଂ ମିଶନର ୱେବସାଇଟ୍ ଓ ସୋସିଆଲ ମିଡିଆ ଉପରେ ନଜର ରଖିବା ଆବଶ୍ୟକ। ତେବେ ଭାରତ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏକ ସରକାରୀ ଆକଳନ ଅନୁଯାୟୀ, ବର୍ତ୍ତମାନ କେନିଆରେ ପ୍ରାୟ ୨୦,୦୦୦ ଭାରତୀୟ ରହୁଛନ୍ତି।

ଅଧିକ ପଢ଼ନ୍ତୁ: ତତଲା ହାୱାକୁ ସମ୍ଭାଳି ପାରୁନି ମଣିଷ: ଆଖିବୁଜିଲେ ୧୩୦୦ ହଜ୍ ଯାତ୍ରୀ

Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ