Advertisment

American Dream disrupted By Trump: ଧୂଳିସାତ୍ ହୋଇଯିବ 'ଆମେରିକାନ୍ ଡ୍ରିମ୍'!, ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାରେ ଭାରତୀୟ

ଆମେରିକା ରାଷ୍ଟ୍ରପତି ଭାବେ ଦ୍ବିତୀୟ ଇନିଂସ ଆରମ୍ଭ କରୁକରୁ, ପ୍ରଥମ ଦିନରେ ବର୍ଥରାଇଟ୍ ସିଟିଜେନସିପ୍ ବା ଜନ୍ମଗତ ନାଗରିକତ୍ବ ଅଧିକାର ଆଇନରେ ସଂଶୋଧନ କରିଥିଲେ ଡୋନାଲ୍ଡ ଟ୍ରମ୍ପ୍। ଫେବ୍ରୁଆରୀ ୨୦ ପରେ ଆମେରିକାରେ ଜନ୍ମିତ ଶିଶୁଙ୍କୁ ଆପେ ଆପେ ଆମେରିକାର ନାଗରିକତ୍ବ ମିଳିବନି ବୋଲି ଏକ୍ଜିକ୍ୟୁଟିଭ୍ ଅର୍ଡର୍ ସାଇନ୍ କରିଥିଲେ ଟ୍ରମ୍ପ।

ଅଦ୍ୟତନ ହୋଇଛି
undefined

trump

Advertisment

ଆମେରିକାରାଷ୍ଟ୍ରପତି ଭାବେ ଦ୍ବିତୀୟ ଇନିଂସ ଆରମ୍ଭ କରୁକରୁ, ପ୍ରଥମ ଦିନରେ ବର୍ଥରାଇଟ୍ ସିଟିଜେନସିପ୍ ବା ଜନ୍ମଗତ ନାଗରିକତ୍ବ ଅଧିକାର ଆଇନରେ ସଂଶୋଧନ କରିଥିଲେ ଡୋନାଲ୍ଡ ଟ୍ରମ୍ପ୍। ଫେବ୍ରୁଆରୀ ୨୦ ପରେ ଆମେରିକାରେ ଜନ୍ମିତ ଶିଶୁଙ୍କୁ ଆପେ ଆପେ ଆମେରିକାର ନାଗରିକତ୍ବ ମିଳିବନି ବୋଲି ଏକ୍ଜିକ୍ୟୁଟିଭ୍ ଅର୍ଡର୍ ସାଇନ୍ କରିଥିଲେ ଟ୍ରମ୍ପ। ଏହି ନିଷ୍ପତ୍ତି ପରେ, ପ୍ରବାସୀ ଭାରତୀୟଙ୍କ ସମେତ ଅଗଣିତ ପ୍ରବାସୀ ଦଂପତିଙ୍କ ମଧ୍ୟରେ ଦେଖାଦେଇଥିଲା ଅନିଶ୍ଚିତତା। ତେବେ ଟ୍ରମ୍ପଙ୍କ ଏହି ବିବାଦୀୟ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ସହ ଏହା ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇଛନ୍ତି ଆମେରିକାର ଏକ କୋର୍ଟ।

Advertisment

ୟୁଏସ୍ ଡିଷ୍ଟ୍ରିକ୍ଟ ଜଜ୍ ୮୪ ବର୍ଷୀୟ ଜନ୍ କଫେନର୍ ଏହି ୧୪ ଦିନିଆ ରହିତାଦେଶ ଲଗାଇଛନ୍ତି। ଏଥିସହ ବାର୍ ସଦସ୍ୟମାନେ କିଭଳି ଏକ ସ୍ବରରେ ଏଭଳି ନିର୍ଦ୍ଦେଶକୁ ସାମ୍ବିଧାନିକ କହିପାରୁଛନ୍ତି ବୋଲି ଭର୍ତ୍ସନା କରିଥିଲେ। ୨୨ଟି ଷ୍ଟେଟ୍, ଏକାଧିକ ଆଟର୍ଣ୍ଣି ଜେନେରାଲ୍ ଓ ବହୁ ସାମାଜିକ ସଂଗଠନ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ବିରୋଧରେ ୬ଟି ମାମଲା ଦାୟର କରିଥିଲେ। ଅନ୍ୟପକ୍ଷରେ କୋର୍ଟଙ୍କ ଏହି ରୋକ୍ ବିରୋଧରେ ପୁଣି ଅପିଲ୍ କରିବେ ବୋଲି କହିଛନ୍ତି ଟ୍ରମ୍ପ୍।

ନବଜାତର ନାଗରିକତ୍ୱ ପାଇଁ ଭାରତ ସମେତ ବିଶ୍ବର ଅଧିକାଂଶ ଦେଶରେ ଲାଗୁ ହୁଏ 'ରାଇଟ୍ ଅଫ୍ ବ୍ଲଡ୍' ନିୟମ। ଅର୍ଥାତ୍ ବାପା ମାଆ ଯେଉଁ ଦେଶର, ଶିଶୁ ବି ସେଇ ଦେଶର। ହେଲେ ଆମେରିକା ସମେତ ଏଭଳି ୩୩ଟି ଦେଶ ରହିଛି, ଯେଉଁଠି 'ରାଇଟ୍ ଅଫ୍ ସଏଲ୍' ଆଧାରରେ ମିଳେ ନାଗରିକତ୍ୱ । ଅର୍ଥାତ୍ ବାପା ମାଆ ଯେଉଁଠାର ହୋଇଥାନ୍ତୁ ନା କାହିଁକି, ଦେଶ ଭିତରେ ଜନ୍ମିତ ଶିଶୁଙ୍କୁ ଆପେ ଆପେ ମିଳିପାରେ ସେହି ଦେଶର ନାଗରିକତ୍ୱ ।

Advertisment

ଗୃହଯୁଦ୍ଧ ପରେ କ୍ରୀତଦାସମାନଙ୍କ ଶିଶୁଙ୍କୁ ନାଗରିକତା ଦେବା ଉଦ୍ଦେଶ୍ୟରେ ୧୮୬୮ରେ ୧୪ତମ ସମ୍ବିଧାନ ସଂଶୋଧନ କରଥିଲା ଆମେରିକା। ଆଉ ଏହି ନିୟମକୁ ବଦଳାଇବାକୁ ଏକ୍ଜିକ୍ୟୁଟିଭ୍ ଅର୍ଡର୍ ସ୍ବାକ୍ଷର କରିଛନ୍ତି ଟ୍ରମ୍ପ୍। ନୂଆ ନିୟମ ଲାଗୁ ହେଲେ, ନବଜାତ ଶିଶୁକୁ ଆମେରିକୀୟ ନାଗରିକତ୍ୱ ମିଳିବା ପାଇଁ ବାପା ମାଆଙ୍କ ମଧ୍ୟରୁ ଅତିକମ୍ ରେ ଜଣେ ଆମେରିକାର ସ୍ଥାୟୀ ନାଗରିକ ହୋଇଥିବା ଦରକାର।

ଅଧିକ ପଢ଼ନ୍ତୁ: ବୁର୍ଜ ଖଲିଫା ବି ପଛରେ ପଡିବ, ବିଶ୍ବର ଉଚ୍ଚତମ ବିଲ୍ଡିଂ ନିର୍ମାଣ କରୁଛି ସାଉଦି ଆରବ

Advertisment

ଆମେରିକାରେ ଏବେ ୫୪ ଲକ୍ଷ ଭାରତୀୟ ରହୁଛନ୍ତି, ଯାହାକି ଆମେରିକା ଜନସଂଖ୍ୟାର ୧.୪୭ ପ୍ରତିଶତ। ତେବେ ବର୍ଥରାଇଟ ସିଟିଜେନସିପ ନିୟମରେ ସଂଶୋଧନ H-1B, H-4 ଆଦି ଅସ୍ଥାୟୀ ଭିସାରେ ରହୁଥିବା ପ୍ରବାସୀଙ୍କୁ ପ୍ରଭାବିତ କରିବ। ତେଣୁ ଆମେରିକାରେ ପିଲା ଜନ୍ମ କରି ସେମାନଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ଦେବାକୁ ଲକ୍ଷ୍ୟ ରଖିଥିବା ପ୍ରବାସୀ ଦଂପତିଙ୍କୁ ଚିନ୍ତାରେ ପକାଇଛି। ଆମେରିକାରେ ପିଲା ଜନ୍ମକରି ସେମାନଙ୍କ ଲାଳନପାଳନ ଓ ପାଠପଢ଼ା ବାହାନାରେ ସେଠାରେ ନିଜେ ଜୀବନ କାଟିବାର ସ୍ବପ୍ନ ଦେଖୁଥିବା ଦଂପତି ବି ଏବେ ଛାନିଆ।

ଏହି ଉପାୟରେ ଆମେରିକାରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ମେକ୍ସିକୀୟ ଓ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ ବୋଲି କୁହାଯାଉଛି। ତେଣୁ ମାଆ ଓ ଶିଶୁର ସ୍ବାସ୍ଥ୍ୟକୁ ଭ୍ରୁକ୍ଷେପ ନକରି, ଫେବୃଆରୀ ୨୦ ପୂର୍ବରୁ ଯେନତେନ ତରବରିଆ ଭାବେ ସି-ସେକ୍ସନ ପ୍ରସବ କରାଇବାକୁ ବିଭିନ୍ନ ହସ୍ପିଟାଲରେ ଭିଡ଼ ଲାଗିଥିବା ଖବର ସାମ୍ନାକୁ ଆସୁଛି। ଖାଲି ଏତିକି ନୁହେଁ, ଟ୍ରମ୍ପଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଆମେରିକାରେ ବାର୍ଷିକ ଦେଢ଼ ଲକ୍ଷ ନବଜାତ ନାଗରିକତ୍ୱ ହରାଇବେ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଚେନ୍ନାଇ ହାଇକୋର୍ଟ କହିଲେ, ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ହ୍ୟାଣ୍ଡସେକ ଯୌନ ଶୋଷଣ

Donald Trump H1B Visa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ