ବୟସ ୩୦ରେ ୪୭ ଛୁଆର ବାପା, ଆଉ ୧୦ ଜନ୍ମ ଅପେକ୍ଷାରେ ! ଡେଟିଂ କରିବାକୁ ପସନ୍ଦ କରୁନାହାନ୍ତି ମହିଳା

କେଲ୍ ଗାର୍ଡି ନାମକ ଏହି ବ୍ୟକ୍ତି ଆମେରିକାର କାଲିଫର୍ନିଆରେ ରହୁଛନ୍ତି । ତାଙ୍କର ବୟସ ମାତ୍ର ୩୦ । କେଲ ଦାବି କରିଛନ୍ତି ଯେ, ସେ ଖୁବ୍‌ଶୀଘ୍ର ୫୭ ସନ୍ତାନର ବାୟୋଲୋଜିକାଲ ପିତା ହେବାକୁ ଯାଉଛନ୍ତି ।

kyle Gordy

ଅଜବ ! ଆଶ୍ଚର୍ଯ୍ୟ ! ମାତ୍ର ୩୦ ବର୍ଷ ବୟସରେ ୪୭ ଛୁଆଙ୍କର ବାପା ! ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ, ସେ ୪୭ଟି ସନ୍ତାନର ପିତା ହୋଇସାରିଛନ୍ତି । ଏମିତିକି ଖୁବ୍‌ଶୀଘ୍ର ଆହୁରି ୧୦ଟି ସନ୍ତାନର ପିତା ହେବାକୁ ଯାଉଛନ୍ତି । ତେବେ ଏହାରି ଭିତରେ ସେ ନିଜର ଦୁଃଖ ଓ ଯନ୍ତ୍ରଣା ମଧ୍ୟ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ଦ୍ୱାରା ତାଙ୍କର ଡେଟିଂ ଜୀବନକୁ ଖୁବ୍‌ ମାତ୍ରାରେ ପ୍ରଭାବିତ ହୋଇଛି । ସୂଚନାଯୋଗ୍ୟ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସ୍ପର୍ମ ଡୋନର ।

କେଲ୍ ଗାର୍ଡି ନାମକ ଏହି ବ୍ୟକ୍ତି ଆମେରିକାର କାଲିଫର୍ନିଆରେ ରହୁଛନ୍ତି । ତାଙ୍କର ବୟସ ମାତ୍ର ୩୦ । କେଲ ଦାବି କରିଛନ୍ତି ଯେ, ସେ ଖୁବ୍‌ଶୀଘ୍ର ୫୭ ସନ୍ତାନର ବାୟୋଲୋଜିକାଲ ପିତା ହେବାକୁ ଯାଉଛନ୍ତି ।

‘ଦ ମିରର’ର ରିପୋର୍ଟ ଅନୁଯାୟୀ, କେଲ ଗାର୍ଡି ଏପର୍ଯ୍ୟନ୍ତ ୪୭ରୁ ଅଧିକ ପିଲାଙ୍କ ପିତା ହୋଇସାରିଛନ୍ତି । କେଲ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ତାଙ୍କର ଡେଟିଂ ଲାଇଫ୍‌ ସାଧାରଣ ଭାବେ ଥିଲା । ସେ ଅନେକ ଲୋକଙ୍କୁ ଡେଟ୍‌ କରିଥିଲେ । କିନ୍ତୁ ସେ କାହା ସହିତ ବି ଦୀର୍ଘ ସମୟ ଧରି ରିଲେସନ୍‌ସିପ୍‌ରେ ରହିନାହାନ୍ତି ।

ଇନଷ୍ଟାଗ୍ରାମରେ ମେସେଜ୍‌ ଆସିବା ଆରମ୍ଭ ହେଲା

କେଲ୍ ଏବେ ସାମାନ୍ୟ ଦୁଃଖି ଅଛନ୍ତି । ସେ କହିଛନ୍ତି, ଏବେ ମହିଳାମାନେ ତାଙ୍କ ସହ ସେତେବେଳେ କଥା ହେଉଛନ୍ତି ଯେତେବେଳେ ସେମାନଙ୍କର ଛୁଆ ଦରକାର ହୋଇଥାଏ । କେଲ ଏହା ମଧ୍ୟ କହିଛନ୍ତି ଯେ, ସେ ସ୍ପର୍ମ ଦାନ କରିବା ପରେ ଅନେକ ଗର୍ଭଧାରଣ ସଫଳ ହୋଇଥିଲା । ଏହା ପରେ ମହିଳାମାନେ ତାଙ୍କୁ ଇନଷ୍ଟାଗ୍ରାମରେ ଖୁବ୍‌ ମେସେଜ୍ କରିବା ଆରମ୍ଭ କଲେ ।

କେଲ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର କୌଣସି ଧାରଣା ନଥିଲା ଯେ ଏତେ ସଂଖ୍ୟକ ମହିଳା ଏହି କାର୍ଯ୍ୟରେ ଆଗ୍ରହ ଦେଖାଇବେ । କାରଣ କେଲ୍‌ ଭାବୁଥିଲେ ଯେ, ସେମାନଙ୍କ ମଧ୍ୟରୁ ଅନେକ ଧନୀ ପରିବାରର ହୋଇଥିବେ ଏବଂ ସ୍ପର୍ମ ବ୍ୟାଙ୍କରୁ ସ୍ପର୍ମ କିଣିପାରିବେ ।

 

ମହିଳାମାନେ 'ବାୟୋଲୋଜିକାଲ ପିତା' ଦେଖିବାକୁ ଚାହୁଁଥିଲେ

ଅନେକ ମହିଳା କେଲ୍‌ଙ୍କୁ କହିଥିଲେ ଯେ, ସେମାନେ ନିଜ ସନ୍ତାନର ‘ବାୟୋଲୋଜିକାଲ ପିତା'ଙ୍କୁ ଦେଖିବାକୁ ଚାହୁଁଛନ୍ତି । କେଲ ଆହୁରି ମଧ୍ୟ କହିଛନ୍ତି, ଦୁର୍ଭାଗ୍ୟବଶତଃ, ଏବେ କୌଣସି ମହିଳା ମୋ ସହ ଡେଟ୍‌ କରିବାକୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ଏହାରି ଭିତରେ ଏମିତି କିଛି ମହିଳାଙ୍କ ସଂସ୍ପର୍ଷରେ କେଲ୍‌ ଆସିଥିଲେ, ଯେତେବେଳେ କି ସେ ଭାବିଥିଲେ ସେହିମାନଙ୍କ ସହ ରିଲେସନ୍‌ସିପ୍‌ ଆଗକୁ ଯିବ । ହେଲେ ସେମାନଙ୍କ ସହ ମଧ୍ୟ ରିଲେସନ୍‌ସିପ୍‌ ଅଧିକ ଦିନ ତିଷ୍ଠି ନଥିଲା ।