search operation team rescued a new born baby
ଭୂକଂପ କ୍ଷତିଗ୍ରସ୍ତ ତୁର୍କୀରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସାମ୍ନାକୁ ଆସିଲା ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା। ରଖେ ହରି ତ ମାରେ କିଏ ! ଭଗ୍ନାବଶେଷ ତଳେ ୫ ଦିନ ଚାପି ହୋଇ ରହିବା ପରେ ସୁରକ୍ଷିତ ଉଦ୍ଧାର ହେଲା ନବଜାତ ଶିଶୁ।
ତୁର୍କୀର ହେତେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଭଗ୍ନାବଶେଷ ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍।
ତୁର୍କୀ ଓ ସିରିଆରେ ପ୍ରଳୟଙ୍କାରୀ ଭୂକମ୍ପକୁ ଏତେ ଦିନ ବିତିଯାଇଥିଲେ ବି ହେଲେ ତଥାପି ଉଦ୍ଧାର କାର୍ଯ୍ୟ ସରିନି। ମାଟି ତଳେ ଆହୁରି ବହୁ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରଯାଉଛି । ସମୟ ଯେତେ ବଢୁଛି, ସେମାନଙ୍କର ବଞ୍ଚିଥିବାର ଆଶା ସରି ସରି ଆସୁଛି।
ତେଣୁ ଜୋରଦାର କରାଯାଇଛି ଉଦ୍ଧାର କାର୍ଯ୍ୟ । ବିଶ୍ବର ବିଭିନ୍ନ ଦେଶର ବଛାବଛା ରେସ୍କ୍ୟୁ ଟିମ୍ ଦିନ ଓ ରାତି ୨୪ ଘଣ୍ଟା ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କେବଳ ତୁର୍କୀରେ ୨୪ ହଜାର ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ୫ ଶହ ଟିପିଛି। ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ବ ବ୍ୟାଙ୍କ୍ ଓ ଆମେରିକା ସମେତ ଅନ୍ୟ ଦେଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676194442.jpg)