search operation team rescued a new born baby
ଭୂକଂପ କ୍ଷତିଗ୍ରସ୍ତ ତୁର୍କୀରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସାମ୍ନାକୁ ଆସିଲା ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା। ରଖେ ହରି ତ ମାରେ କିଏ ! ଭଗ୍ନାବଶେଷ ତଳେ ୫ ଦିନ ଚାପି ହୋଇ ରହିବା ପରେ ସୁରକ୍ଷିତ ଉଦ୍ଧାର ହେଲା ନବଜାତ ଶିଶୁ।
ତୁର୍କୀର ହେତେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଭଗ୍ନାବଶେଷ ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍।
Never give up on hope 💙
@SwissHumAidUnit search-and-rescue team rescued a 6-month-old girl and her mother from the rubble yesterday in #Hatay, #Türkiyepic.twitter.com/qbDrNfDYbp
— UN Humanitarian (@UNOCHA) February 11, 2023
ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଁଥିରେ ଉଦ୍ଧାରକାରୀ ବ୍ୟକ୍ତିଙ୍କର ଏକ ଆଙ୍ଗୁଠିକୁ ଶିଶୁଟି ଜିଭରେ ଚାଟୁ ଥିବା ଦେଖିବାକୁ ମିଳୁଛି। ତେବେ ଭୂକଂପର ୫ ଦିନ ପରେ ଭଗ୍ନାବଶେଷ ତଳୁ ଶିଶୁଟି ଜୀବନ୍ତ ଏବଂ ସୁରକ୍ଷିତ ଉଦ୍ଧାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ତୁର୍କୀ ଓ ସିରିଆରେ ପ୍ରଳୟଙ୍କାରୀ ଭୂକମ୍ପକୁ ଏତେ ଦିନ ବିତିଯାଇଥିଲେ ବି ହେଲେ ତଥାପି ଉଦ୍ଧାର କାର୍ଯ୍ୟ ସରିନି। ମାଟି ତଳେ ଆହୁରି ବହୁ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରଯାଉଛି । ସମୟ ଯେତେ ବଢୁଛି, ସେମାନଙ୍କର ବଞ୍ଚିଥିବାର ଆଶା ସରି ସରି ଆସୁଛି।
ତେଣୁ ଜୋରଦାର କରାଯାଇଛି ଉଦ୍ଧାର କାର୍ଯ୍ୟ । ବିଶ୍ବର ବିଭିନ୍ନ ଦେଶର ବଛାବଛା ରେସ୍କ୍ୟୁ ଟିମ୍ ଦିନ ଓ ରାତି ୨୪ ଘଣ୍ଟା ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କେବଳ ତୁର୍କୀରେ ୨୪ ହଜାର ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ୫ ଶହ ଟିପିଛି। ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ବ ବ୍ୟାଙ୍କ୍ ଓ ଆମେରିକା ସମେତ ଅନ୍ୟ ଦେଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676194442.jpg)