Advertisment

ଆମେରିକାରେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼: ୨୧ ଛାତ୍ରଛାତ୍ରୀ ମୃତ

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଟେକ୍ସାସ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Shooting in Texas Elementary School

Shooting in Texas Elementary School

Advertisment

ଆମେରିକା ଟେକ୍ସାସ୍‌ରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ। ଗୁଳିକାଣ୍ଡରେ ୨୧ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟେକ୍ସାସ୍‌ରେ ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ହୋଇଛି। ଜଣେ ୧୮ ବର୍ଷୀୟ ଯୁବକର ଗୁଳିମାଡ଼ରେ ୨୧ ଜଣ ଛାତ୍ରଛାତ୍ରୀ ଏବଂ ୨ ଶିକ୍ଷକଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତ ଛାତ୍ରଛାତ୍ରୀ ୭ରୁ ୧୦ ବର୍ଷର ହୋଇଥିବା ଜଣାପଡିଛି।ଏ ନେଇ ଟେକ୍ସାସ୍ ଗଭର୍ଣ୍ଣର ସୂଚନା ଦେଇଛନ୍ତି ପୋଲିସର କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ଯୁବକର ମଧ୍ୟ ମୃତ୍ୟୁ ହୋଇଛି। 

Advertisment

ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଟେକ୍ସାସ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି। ଗୁଳିକାଣ୍ଡରେ ୧୮ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆମେରିକାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରି ରଖାଯାଇଛି।

Advertisment

ଗୁଳିକାଣ୍ଡ ସଂପର୍କରେ ଜାଣିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଟେକ୍ସାସ୍ ଗଭର୍ଣ୍ଣରଙ୍କ ସହ କଥା ହୋଇଛନ୍ତି। ଟେକ୍ସାସ୍ ଗଭର୍ଣ୍ଣରଙ୍କ କହିବା ଅନୁଯାୟୀ ୨୦୧୨ ସ୍ୟାଣ୍ଡିହୁକ୍ ସ୍କୁଲ୍ ଫାୟରିଂ ପରଠାରୁ ଏହା ସବୁଠୁ ବଡ଼ ଗୁଳିକାଣ୍ଡ ଘଟଣା। ସ୍ୟାଣ୍ଡିହୁକ୍ ସ୍କୁଲ୍ ଫାୟରିଂରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା।

Advertisment
Texas Firing In School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ