• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଙ୍ଗାଳ ଅବସ୍ଥାରେ ପଡୋଶୀ ଦେଶ । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ । କାଗଜ କିଣିବାକୁ ଅକ୍ଷମ ହେବାରୁ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଏଥିପାଇଁ ପରୀକ୍ଷା ବାତିଲ କରାଯାଇଛି । ତେବେ ପରୀକ୍ଷା କେବେ ହେବ ସେନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ । ବାହାର ଦେଶରୁ କାଗଜ କିଣିବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି । ସୋମବାର ଠାରୁ ସ୍କୁଲ ପିଲାଙ୍କର ଟର୍ମ ପରୀକ୍ଷା ହେବାକୁ ଥିଲା, କିନ୍ତୁ ଦେଶରେ କାଗଜର ଅଭାବ ହେତୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

୧୯୪୮ ମସିହାରେ ସ୍ୱାଧୀନତା ପରେ ଏହା ଶ୍ରୀଲଙ୍କା ସରକାର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ପଶ୍ଚିମୀ ପ୍ରଦେଶର ଶିକ୍ଷା ବିଭାଗ ଅନୁସାରେ, ଦେଶରେ ବୈଦେଶିକ ମୁଦ୍ରା ଅଭାବ ହେତୁ କାଗଜ ଏବଂ ସାହି ବାହାରୁ ଆମଦାନୀ କରାଯାଇପାରୁ ନାହିଁ । ଏହି କାରଣରୁ କୌଣସି ବିଦ୍ୟାଳୟରେ ପରୀକ୍ଷା ହୋଇପାରୁ ନାହିଁ । ପ୍ରିନ୍ସିପାଲ ଏସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ସେମାନେ ନିରୁପାୟ ।

ପ୍ରଭାବିତ ହେବେ ଦୁଇ ତୃତୀୟାଂଶ ଛାତ୍ର

ସରକାରଙ୍କ ବାହାର ଦେଶରୁ କାଗଜ ମଗାଇବାରେ ଅକ୍ଷମ ଥିବାରୁ ଦେଶର ଦୁଇ ତୃତୀୟାଂଶ ଛାତ୍ର ପ୍ରଭାବିତ ହେବେ । ଏକ ଆକଳନ ଅନୁସାରେ, ଶ୍ରୀଲଙ୍କାରେ ୪.୫ମିଲିୟନ ସ୍କୁଲ ଛାତ୍ର ଅଛନ୍ତି । ଶ୍ରୀଲଙ୍କାରେ ଟର୍ମ ଟେଷ୍ଟ ଏକ ପ୍ରକାର ଫାଇନାଲ ପରୀକ୍ଷା । ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେ କି ନାହିଁ, ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଦ୍ୱାରା ସ୍ଥିର କରାଯାଇଥାଏ । ଏହା ହେଉଛି ବର୍ଷର ଶେଷ ପରୀକ୍ଷା ।

ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାରର ଏତେ ଅଭାବ ଦେଖାଦେଇଛି ଯେ ଜରୁରୀ ଆମଦାନୀ ପାଇଁ ମଧ୍ୟ ଟଙ୍କା ଉଠାଯାଇପାରିବ ନାହିଁ । ଗତ କିଛି ଦିନ ହେବ ଦେଶର ଅର୍ଥନୈତିକ ସଙ୍କଟ ଯୋଗୁଁ ଅତ୍ୟାବଶ୍ୟକ ଖାଦ୍ୟ, ଇନ୍ଧନ ଏବଂ ଫାର୍ମାସିଟିକାଲ୍ସର ଆମଦାନୀ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହି ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଶ୍ରୀଲଙ୍କାର ସବୁଠାରୁ ବଡ ମଡ଼ ମହାଜନ ବୋଲାଉଥିବା ଚୀନକୁ ଅନୁରୋଧ କରିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।