ଚାହୁଁ ଚାହୁଁ ଜଳିଗଲା ସ୍କୁଲ୍ ବସ୍ ! ଭିତରେ ଥିଲେ ୨୫ ସ୍କୁଲ୍ ପିଲା...

୪୪ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

School Bus

ଥାଇଲାଣ୍ଡରେ ବଡ଼ ଅଘଟଣ, ଜଳିଗଲା ସ୍କୁଲ ବସ୍‌ । ଥାଇଲାଣ୍ତରେ ଥିବା ବ୍ୟାଙ୍କକ୍‌ ଉପକଣ୍ଠରେ ଏକ ବଡ଼ ଧରଣ ବସ୍ ଦୁର୍ଘଟଣା ହୋଇଯାଇଛି । ଯେଉଁଥିରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ବସ୍‌ ଦୁର୍ଘଟଣାରେ ୨୫ ସ୍କୁଲ ପିଲା ଜୀବନ୍ତ ଜଳିଯିବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି ।

୪୪ ଛାତ୍ରଛାତ୍ରୀଙ୍କୁ ଧରି ଯାଉଥିଲା ବସ୍‌ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଆଜି ଦିନ ବେଳେ ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ରେ ନିଆଁ ଲାଗିଯାଇଥିଲା । ରାଜଧାନୀର ଉତ୍ତର ଉପକଣ୍ଠ ପାଥମ୍ ଥାନି ପ୍ରଦେଶରେ ମଧ୍ୟାହ୍ନରେ ନିଆଁ ଲାଗିବା ପରେ ଏହି ବସ୍ କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ଆୟୁଥୟାକୁ ୪୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ।

ଅଧିକ ପଢ଼ନ୍ତୁ: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ୍

ଏନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟ ଜଣେ ମନ୍ତ୍ରୀ କହିଛନ୍ତି, ଘଟଣାର ତଦନ୍ତ ଶେଷ ହୋଇନଥିବାରୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ନିଶ୍ଚିତ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ଶବଗୁଡ଼ିକ ବସ୍‌ ଭିତରେ ପଡ଼ିରହିଥିଲା ।

ତେବେ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଥାଇଲାଣ୍ତ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇ କହିଛନ୍ତି ଯେ ସରକାର ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ । ଏହା ସହ ପୀଡିତଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ଦିଆଯିବ । ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ, ରାସ୍ତାରେ ଅଟକି ରହିଥିବା ବେଳେ ଧୂଆଁ ବାହାରୁଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ମୃତଦେହ ମିଳିଛି ।