Advertisment

Saudi Arabia's 'Sleeping Prince': କିଏ ଥିଲେ 'ସ୍ଲିପିଂ ପ୍ରିନ୍ସ', ଯିଏ ୨୦ ବର୍ଷ କୋମାରେ ରହିବା ପରେ ଦୁନିଆରୁ ବିଦାୟ ନେଲେ

ସାଉଦି ଆରବର ରାଜପରିବାରର ସଦସ୍ୟ ପ୍ରିନ୍ସ ଖାଲେଦ୍‌ ବିନ୍‌ ତାଲାଲ୍‌ ଆଲ୍‌ ସାଉଦଙ୍କ ବଡ ପୁଅ ପ୍ରିନ୍ସ ଆଲ୍‌ ଓ୍ଵାଲିଦ୍‌ ବିନ୍‌ ଖାଲେଦ୍‌ ବିନ୍‌ ତାଲାଲ୍‌ ଆଲ୍‌ ସାଉଦ ୨୦ ବର୍ଷ ଧରି କୋମାରେ ରହିବା ପରେ ଆଜି ମୃତ୍ୟୁବରଣ କରିଛନ୍ତି।

ଅଦ୍ୟତନ ହୋଇଛି
Sleeping Prince

Sleeping Prince

Advertisment

ପ୍ରିନ୍ସ ଆଲ୍‌ ଓ୍ଵାଲିଦ୍‌ ବିନ୍‌ ଖାଲେଦ୍‌ ବିନ୍‌ ତାଲାଲ୍‌ ଆଲ୍‌ ସାଉଦ, ଯିଏ କି "ସ୍ଲିପିଂ ପ୍ରିନ୍ସ" ନାମରେ ଜଣାଶୁଣା, ୨୦ ବର୍ଷ ଧରି କୋମାରେ ରହିବା ପରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ୨୦୦୫ ମସିହାରେ ଲଣ୍ଡନରେ ଏକ କାର ଦୁର୍ଘଟଣା ପରେ ସେ କୋମାକୁ ଚାଲି ଯାଇଥିଲେ।

Advertisment

୧୯୯୦ ମସିହା ଏପ୍ରିଲରେ ସାଉଦି ଆରବରେ ଜନ୍ମଗ୍ରହଣ କରିଥିଲେ ପ୍ରିନ୍ସ ଆଲ୍‌ ଓ୍ଵାଲିଦ୍‌। ସେ ପ୍ରମୁଖ ସାଉଦି ରାଜପରିବାରର ସଦସ୍ୟ ତଥା ସବୁଠୁ ଧନୀ ବ୍ୟକ୍ତି ପ୍ରିନ୍ସ ଆଲ୍‌ ଓ୍ଵାଲିଦ୍‌ ବିନ୍‌ ତାଲାଲ୍‌ଙ୍କ ପୁତୁରା ଏବଂ ପ୍ରିନ୍ସ ଖାଲେଦ୍‌ ବିନ୍‌ ତାଲାଲ୍‌ ଆଲ୍‌ ସାଉଦଙ୍କ ବଡ ପୁଅ ଥିଲେ। ୧୫ ବର୍ଷ ବୟସରେ, ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମିଲିଟାରୀ କଲେଜରେ ପାଠ ପଢୁଥିବା ସମୟରେ, ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆଘାତ ପାଇଥିଲେ। ତାଙ୍କର ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିଲା।

ଯୁକ୍ତରାଷ୍ଟ୍ର ଏବଂ ସ୍ପେନର ବିଶେଷଜ୍ଞ ଚିକିତ୍ସକଙ୍କ ଚିକିତ୍ସା ସତ୍ତ୍ୱେ, ସେ କୋମାରୁ ଫେରି ନଥିଲେ। ଦୁର୍ଘଟଣା ପରେ, ତାଙ୍କୁ ରିୟାଦର କିଙ୍ଗ୍ ଆବ୍ଦୁଲାଜିଜ ମେଡିକାଲ ସିଟିକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ପ୍ରାୟ ୨୦ ବର୍ଷ ଧରି ଲାଇଫ୍‌ ସପୋର୍ଟରେ ଚିକିତ୍ସାଧୀନ ଥିଲେ।

Advertisment

ବର୍ଷବର୍ଷ ଧରି, ସେ "ସ୍ଲିପିଂ ପ୍ରିନ୍ସ" ନାମରେ ଜଣାଶୁଣା ଥିଲେ। ସୋସିଆଲ୍ ମିଡିଆରେ ତାଙ୍କର କ୍ୱଚିତ୍‌ ଭିଡିଓ ଦେଖାଦିଏ, ଯେଉଁଥିରେ ତାଙ୍କ ହାତ ଓ ଗୋଡ ହଲାଉଥିଲେ।

ପ୍ରିନ୍ସ ଖାଲେଦ୍‌ ଏକ ବିବୃତିରେ ପୁଅଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରିନ୍ସଙ୍କ ବିୟୋଗରେ ଗ୍ଲୋବାଲ ଇମାମ୍ସ କାଉନସିଲ୍‌ ମଧ୍ୟ ଶୋକବାର୍ତ୍ତା ପ୍ରକାଶ କରିଛି। ଜୁଲାଇ ୨୦ରେ ରିୟାଦର ଇମାମ ତୁର୍କି ବିନ୍‌ ଆବ୍ଦୁଲ୍ଲା ମସଜିଦରେ ଆସର ନମାଜ ପରେ ଅନ୍ତିମ ସଂସ୍କାର ହେବ।

Advertisment

ଅଧିକ ପଢନ୍ତୁ: ଉଡାଣ ଭରିବା ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଥିଲେ ୩୦୦ରୁ ଅଧିକ ଯାତ୍ରୀ

Saudi Arabia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ