ଏକାଥରକେ ୮୧ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ, ମହିଳା ଓ ଶିଶୁଙ୍କୁ ହତ୍ୟା ଭଳି ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଏବଂ ଅଲ୍‌କାଏଦା ଓ ଆଇଏସ୍‌ଆଇଏସ୍ ଆତଙ୍କୀ ଅଛନ୍ତି ।

Hang Till Death

ଏକକାଳୀନ ସର୍ବାଧିକ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଲା ସାଉଦି ଆରବ । ହତ୍ୟା ଓ ଆତଙ୍କବାଦ ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୮୧ ଜଣଙ୍କୁ ସାଉଦି ଆରବ ସରକାର ମୃତ୍ୟୁଦଣ୍ଡ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କୁ ହତ୍ୟା ଭଳି ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଏବଂ ଅଲ୍‌କାଏଦା ଓ ଆଇଏସ୍‌ଆଇଏସ୍ ଆତଙ୍କୀ ଅଛନ୍ତି ।

ଦେଶର ଆଧୁନିକ ଇତିହାସରେ ଏହା ସର୍ବାଧିକ ଦୋଷୀଙ୍କୁ ଏକକାଳୀନ ମୃତ୍ୟୁଦଣ୍ଡ ବୋଲି କୁହାଯାଉଛି । ଏହା ପୂର୍ବରୁ ୧୯୮୦ ମସିହାରେ ମକ୍କା ମସ୍‌ଜିଦ୍‌ କବ୍‌ଜା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୬୩ ଜଣଙ୍କ ମୁଣ୍ଡକାଟ ହୋଇଥିଲା । ଏହାପରେ ୨୦୧୬ରେ ୪୭ ଜଣଙ୍କୁ ଓ ୨୦୧୯ରେ ୩୭ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା ସାଉଦି ଆରବ ।