russian-film-the-challenge
ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନକୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ । ତେବେ ଜାଣିଛନ୍ତି କି, ମହାକାଶରେ ପ୍ରଥମ ଥର ପାଇଁ ଫିଲ୍ମ ସୁଟିଂ କରିବାକୁ ପାଦ ବଢ଼ାଇସାରିଛି ରୁଷ୍ ।
ମହାକାଶରେ ଶୁଭିବ ଲାଇଟ-କ୍ୟାମେରା-ଆକ୍ସନ । ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିବେ ଅଭିନେତା ଓ ଅଭିନେତ୍ରୀ । ମହାକାଶରେ ନିର୍ମାଣ ହେବ ପ୍ରଥମ ଫିଚର୍ ଫିଲ୍ମ ଦ ଚ୍ୟାଲେଞ୍ଜ୍ । ଏହାର ସୁଟିଂ ଲାଗି ରୁଷୀୟ ଫିଲ୍ମ କ୍ରୁ ମହାକାଶକୁ ଯାତ୍ରା କରିଛନ୍ତି । କାଜାଖାସ୍ତାନ, ବାଇକୋନରରୁ ସୋୟୁଜ MS-19 ମହାକାଶଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି ଫିଲ୍ମ The Challengeର ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତ୍ରୀ ।
ଏହି ଚଳଚ୍ଚିତ୍ରର କାହାଣୀ ଅନ୍ତରୀକ୍ଷ ଯାତ୍ରୀଙ୍କୁ ସ୍ପେସ୍ ଷ୍ଟେସନରେ ସହାୟତା ଯୋଗାଇଥିବା ଜଣେ ଡାକ୍ତରଙ୍କ ଉପରେ ଆଧାରିତ । ତେଣୁ ସେଠାରେ ହିଁ, ଅର୍ଥାତ୍ ସତସତିକା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ହିଁ ଫିଲ୍ମର କିଛି ଅଂଶ ସୁଟ୍ କରିବାକୁ ଯୋଜନା କରିଥିଲେ ରୁଷୀୟ ଫିଲ୍ମ ନିର୍ଦ୍ଦେଶକ କିମ୍ ସିପେନକୋ ।
Also Read
ସେ ନିଜେ ଅଭିନେତ୍ରୀ ୟୁଲିଆ ପେରେସିଡ୍ ଏବଂ ଭେଟେରାନ ମହାକାଶଚାରୀ ଆନଣ୍ଟେନ୍ ସାପ୍ଲେରୋଭଙ୍କ ସହ ସେଠାକୁ ଯାଇଛନ୍ତି । ସେଠାରେ ଏମାନେ ୧୨ ଦିନ ରହିବେ । ପୂର୍ବରୁ ସ୍ପେସ୍ ଏକ୍ସ ମାଲିକ ଇଲନ୍ ମସ୍କ ହଲିଉଡ୍ ସୁପର୍ଷ୍ଟାର୍ ଟମ୍ କ୍ରୁଜଙ୍କୁ ନେଇ ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଘୋଷଣା କରିଥିବା ବେଳେ, ରୁଷ ଏହି ରେସରେ ଆଗେଇ ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)