Advertisment

ଅନ୍ଧାରରେ କିଭ୍, ପାଣି ପାଇଁ ଚାରିଆଡେ ହାହାକାର

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପୁରା ସହର ଥରି ଉଠିଥିଲା।

ଅଦ୍ୟତନ ହୋଇଛି
Russia Ukraine war

Russia Ukraine war

Advertisment

ରୁଷର ଘନ ଘନ ମିଜାଇଲ୍ ମାଡ଼ରେ ଥର ହର ୟୁକ୍ରେନର କ୍ୟାପିଟାଲ୍ ସିଟି କିଭ୍। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଜାଇଲ୍ ଆଟାକ୍ ଯୋଗୁ ୮୦ ପ୍ରତିଶତ ଅଞ୍ଚଳକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ କିଭ୍ ସହର ଏବେ ଅନ୍ଧାରରେ। ଉତ୍ତର ପୂର୍ବ ୟୁକ୍ରେନ୍ରେ ଥିବା ଅନେକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି ରୁଷ।

Advertisment

ଏହା ସହ ଖାରକିଭ, ଚେରକାଶି ପରି ଅଞ୍ଚଳରେ ମଧ୍ୟ ଆକ୍ରମଣ ହୋଇଛି। ଫଳରେ ଏସବୁ ସହରରେ ମଧ୍ୟ ବିଦ୍ୟୁତ ଓ ପାଣି ସଂଯୋଗ ବିଚ୍ଛିନ୍ନ ହୋଇଛି। ବ୍ଲାକ୍ ସିରେ ରୁଷର ଜାହାଜ ଉପରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ଆଣିବାରୁ ଦିନକ ପରେ ରୁଷ ଏଭଳି ଆକ୍ରମଣ କରିଛି।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପୁରା ସହର ଥରି ଉଠିଥିଲା। କିଭ୍‌ର ପାଓ଼୍ବାର ଷ୍ଟେସନ୍ ଉପରେ ଏହି ଆକ୍ରମଣ ହୋଇଥିବାରୁ ପ୍ରାୟ ୩ ଲକ୍ଷ ୫୦ ହଜାର ଆପାର୍ଟମେଣ୍ଟକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି। 

Advertisment
Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ