Advertisment

ତେଲ ଉପରେ କଟକଣା ଲଗାଇଲେ ମୁଖାର୍ମୀ ହେବ: ଋଷ ଉପପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଛି।

Russia Ukraine War

Russia Ukraine War

Advertisment

ମୁଁ ଭୟଭୀତ ନୁହେଁ, ମୁଁ ଲୁଚିନାହିଁ। ଆମେ ଯୁଦ୍ଧ ଜିତିବୁ। ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନର ତ୍ରୟୋଦଶ ଦିନରେ ଭିଡିଓ ମେସେଜ୍ ଜାରି କରି ଏଭଳି ଦୃଢୋକ୍ତି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନସ୍କି। ତାଙ୍କୁ ହତ୍ୟା ଲାଗି ୩ ଥର ଉଦ୍ୟମ ହୋଇ ସାରିଥିବା ଖବର ମଧ୍ୟରେ ସେ ରହୁଥିବା କିଭ୍ ବ୍ୟାଙ୍କୋଭା ଷ୍ଟ୍ରିଟ୍‌ର ଠିକଣା ମଧ୍ୟ ଜଣାଇଛନ୍ତି। ସେପଟେ କୁଷ୍ ସେନା ରାଜଧାନୀ କିଭ୍ ଆଡକୁ ବେଶୀ ଅଗ୍ରସର ହୋଇପାରିନଥିବା ଖବର ମିଳିଛି।

Advertisment

ୟୁକ୍ରେନ ସୈନ୍ୟ ଜୋରଦାର ଢଙ୍ଗରେ ରୁଷି ସୈନ୍ୟଙ୍କ ମୁକାବିଲା କରୁଥିବା କୁହାଯାଉଛି। ୟୁକ୍ରେନର ପାଲଟା ଆକ୍ରମଣରେ ୧୨ ହଜାର ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି କିଭ୍। ସେହିପରି ୩୦୩ ରୁଷୀୟ ଟ୍ୟାଙ୍କ୍ ଧ୍ୱଂସ କରି ଦିଆଯାଇଥିବା ବେଳେ ୪୮ ଫାଇଟର ଜେଟ୍ ଓ ୮୦ ଲଢୁଆ ହେଲିକପ୍ଟରକୁ  ବି ଖସାଇ ଦେଇଥିବା କହିଛି ୟୁକ୍ରେନ।

ଖାରକିଭ୍ ନିକଟରେ ଲଢେଇରେ ରୁଷ୍ ସେନାରେ ଆଉ ଜଣେ ବଡ଼ ଅଫିସର ମେଜର ଜେନେରାଲ ବିଟାଲୀ ଜେରାସିମୋଭଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ ଗୁଇନ୍ଦା ସଂସ୍ଥା କହିଛି। ଯୁଦ୍ଧ ଆରମ୍ଭରେ ରୁଷ ସେନାର ଆଉ ଜଣେ ମେଜର ଜେନେରାଲ ଆନ୍ଦ୍ରେଇ ସୁଖୋଭେସ୍କିଙ୍କ ମୃତ୍ୟୁ ହୋଇଥିଲା। ରାଜଧାନୀ କିଭ୍ ସମେତ କାରକିଭ୍, ମାରିଓପୁଲ ଓ ସୁମି ଆଦି ସହରର ବେସାମିରକ ଅଞ୍ଚଳରେ ଋଷିଆ ପକ୍ଷରୁ ବିମାନ ଆକ୍ରମଣ ଜାରି ରହିଥିବା ଅଭିଯୋଗ ଆଣିଛି ୟୁକ୍ରେନ।

Advertisment

ଆପାର୍ଟମେଣ୍ଟ, ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଆଦି ଉପରେ ବଡ଼ ବଡ଼ ବୋମା ପକାଯାଉଥିବା କହିଛି ୟୁକ୍ରେନ। କିଭ୍‌ରେ ଗତକାଲି ହୋଇଥିବା ବିମାନ ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ଝିଟୋମିର ଅଞ୍ଚଳରେ ଥିବା ଦୁଇଟି ତେଲ ଡିପୋ ହୁତୁ ହୁତୁ ଜଳୁଥିବା ଦେଖିବାକୁ ମିଳିଛି। ଆରୋପ ପ୍ରତ୍ୟାରୋପ ଭିତରେ ୫ ସହର କିଭ୍, ଖାରକିଭ୍, ସୁମି, ଚିର୍ଣ୍ଣିଭ ଓ ମାରିଓପୁଲରେ ଫସିଥିବା ନାଗରିକଙ୍କୁ ଉଦ୍ଧାର ଲାଗି ଅସ୍ତ୍ର ବିରତି ଘୋଷଣା କରିଛି ରୁଷ୍।

ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତାରେ ବିଶେଷ ଅଗ୍ରଗତି ହୋଇନଥିଲେ ମଧ୍ୟ ହ୍ୟୁମାନଟେରିଆନ କରିଡର ମାଧ୍ୟମରେ ଲୋକଙ୍କୁ ଉଦ୍ଧାର ନେଇ ଉକ୍ଷୟ ପକ୍ଷ ରାଜି ହୋଇଥିଲେ। ତେଣେ ଯୁଦ୍ଧ ବନ୍ଦ ନେଇ ଗୁରୁବାର ତୁର୍କିରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା ହେବ।

Advertisment

ତେଣେ ଆମେରିକା ଓ ୟୁରୋପୀୟ ସହଯୋଗୀ ରୁଷ୍ ତେଲ ଉପରେ କଟକଣା ଲଗାଇ ପାରନ୍ତି ବୋଲି ବୈଦେଶିକ ସଚିବ ଆଣ୍ଟୋନି ବ୍ଲିକେନ୍‌ ସୂଚନା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଛି। ତେବେ ଏଭଳି ପଦକ୍ଷେପ ୟୁରୋପ ପାଇଁ ମୁଖାର୍ମୀ ହେବ ବୋଲି କହିଛନ୍ତି ଋଷ ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର ନୋଭାକ୍। ଋଷ ତେଲ ବନ୍ଦ କଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩ ଶହ ଡଲାର ଟପିଯିବ ବୋଲି ନୋଭାକ ଚେତାଇ ଦେଇଛନ୍ତି।

War Russia-Ukraine Conflict
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ