Advertisment

ରୁଷୀୟ ରାଷ୍ଟ୍ରଦୂତଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।

ଅଦ୍ୟତନ ହୋଇଛି
Russia’s ambassador to Poland

Russia’s ambassador to Poland

Advertisment

ପୋଲାଣ୍ଡରେ ରୁଷୀୟ ରାଷ୍ଟ୍ରଦୂତଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ । ଗୋଟିଏ ପଟେ ମସ୍କୋରେ ପୁତିନ ବିଜୟ ଦିବସ ପାଳୁଥିବା ବେଳେ, ଅନ୍ୟପଟେ ପୋଲାଣ୍ଡରେ ଅପଦସ୍ତ ହୋଇଛନ୍ତି ରୁଷୀୟ ରାଷ୍ଟ୍ରଦୂତ। ଓ୍ୱାର୍ସରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ଆନ୍ଦ୍ରିଭଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଛନ୍ତି ଆନ୍ଦୋଳନକାରୀ। ଘଟଣା ଘଟିଛି ଓ୍ୱାର୍ସରେ ଥିବା ସୋଭିଏତ୍ ଓ୍ୱାର୍ ମେମୋରିଆଲ୍ ନିକଟରେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।

Advertisment

ଏହି ଉପଲକ୍ଷେ ଓ୍ୱାର୍ସ ସ୍ଥିତ ସୋଭିଏତ୍ ମିଲିଟାରୀ ସିମେଟାରୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଯାଇଥିଲେ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ଆନ୍ଦ୍ରିଭ୍। ତେବେ ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରୁଥିବା ପୋଲାଣ୍ଡର କିଛି ସାମାଜିକ କର୍ମୀ ତାଙ୍କୁ ଘେରିଯାଇ ହତ୍ୟାକାରୀ ବୋଲି ନାରାବାଜି କରିବା ସହିତ ୟୁକ୍ରେନ୍ ପତାକା ଉଡ଼ାଇଥିଲେ। ଏହି ସମୟରେ କିଛି ବିକ୍ଷୋଭକାରୀ ତାଙ୍କ ଉପରକୁ ନାଲି ରଙ୍ଗ ଫୋପାଡ଼ିଥିବା ଦେଖିବାକୁ ମିଳୁଛି। ଏହି ଘଟଣାକୁ ଆକ୍ରମଣ ଦର୍ଶାଇ ତୀବ୍ର ନିନ୍ଦା କରିଛି ରୁଷ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ।

Advertisment

ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ। ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ। ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକୀ ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନରେ ଲଢୁଥିବା ବାର୍ତ୍ତା ଦେଇଛନ୍ତି।

ଏହି ଅବସରରେ ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ସେ କହିଛନ୍ତି। ସୈନ୍ୟମାନଙ୍କ ବୀରତ୍ୱକୁ ବି ଉଚ୍ଚ ପ୍ରଂଶସା କରିଛନ୍ତି। ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା, ହେଲେ ସେଭଳି କିଛି ବଡ ଘୋଷଣା କରିନାହାନ୍ତି ପୁଟିନ୍।  ତାସହ ନାଟୋ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା। ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

Advertisment
Russia Ukraine Crisis Ukraine Crisis Ukraine Russia War Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ