Advertisment

Russia-Ukraine Peace Talks: ଯୁଦ୍ଧବିରତି ପାଇଁ ଋଷ ରଖିଲା ଏମିତି ସର୍ତ୍ତ; ୟୁକ୍ରେନ ମାନିବାକୁ ନାରାଜ

ତୁର୍କୀର ଇସ୍ତାନବୁଲରେ ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ବୈଠକ ବସିଛି । ଏହି ବୈଠକରେ ଋଷ ୟୁକ୍ରେନକୁ ୪ଟି ଅଞ୍ଚଳରୁ ଦଖଲ ପ୍ରତ୍ୟାହାର କରିବାକୁ ଦାବି ରଖିଥିଲା । ହେଲେ ଋଷର ଦାବିକୁ ମାନିନଥିଲା ୟୁକ୍ରେନ ।

ଅଦ୍ୟତନ ହୋଇଛି
Russia-Ukraine peace talks

Russia-Ukraine peace talks

Advertisment

ଉତ୍ତେଜନା ସତ୍ତ୍ବେ ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା । ତୁର୍କୀରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ବୈଠକ ବସିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଏହା ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଶାନ୍ତି ଆଲୋଚନା। ଦୁଇ ଦେଶର ପ୍ରତିନିଧିମଣ୍ଡଳୀ ମଧ୍ୟରେ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ, ଉଭୟ ପକ୍ଷ ଯୁଦ୍ଧରେ ମୃତ ୬୦୦୦ ସୈନିକଙ୍କ ମୃତଦେହ ଆଦାନ ପ୍ରଦାନ କରିବାକୁ ରାଜି ହୋଇଛନ୍ତି। ହେଲେ ୩ ବର୍ଷ ଧରି ଜାରି ରହିଥିବା ଯୁଦ୍ଧ ଶେଷ କରିବାକୁ କୌଣସି ସହମତି ହୋଇନି । ବିନା ସର୍ତ୍ତରେ ଅସ୍ତ୍ରବିରତ ପାଇଁ ଋଷ୍ ଅରାଜି ।

Advertisment

ଇସ୍ତାନବୁଲରେ ଚାଲିଥିବା ଏହି ଆଲୋଚନା ଚକ୍ରରେ ୟୁକ୍ରେନ ଦଖଲ କରିଥିବା ଅଞ୍ଚଳ ଫେରାଇବା ପାଇଁ ସର୍ତ୍ତ ରଖିଥିଲା ଋଷ । ହେଲେ ଋଷର ଏହି ସର୍ତ୍ତରେ ରାଜି ହୋଇନାହିଁ ୟୁକ୍ରେନ । ୟୁକ୍ରେନ ଦଖଲ କରିଥିବା ଚାରିଟି ଅଞ୍ଚଳ ଡୋନେତସ୍କ, ଲୁଙ୍ଗାସ୍କ, ଜାପୋରିଜଝିଆ ଏବଂ ଖେରସନ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ୟୁକ୍ରେନକୁ କହିଥିଲା ଋଷ । ହେଲେ ୟୁକ୍ରେନ ଏଥିରେ ରାଜି ହୋଇନଥିଲା । 

ଅଧିକ ପଢନ୍ତୁ: ପଞ୍ଚମ ମହିଳା ଭାବେ ଜାତିସଂଘ ସାଧାରଣ ପରିଷଦର ନୂଆ ଅଧ୍ୟକ୍ଷ ହେଲେ ଏନାଲେନା ବେୟରବକ

Advertisment

ଋଷ ଅନ୍ୟପଟେ ନାଟୋ ମେମ୍ବରସିପ ପାଇଁ ମଧ୍ୟ ୟୁକ୍ରେନର ସ୍ପଷ୍ଟତା ପ୍ରକାଶ ପାଇନାହିଁ । ଜେଲେନସ୍କି ନାଟୋର ସଦସ୍ୟ ହେବା ପାଇଁ ଦାବି କରିଥିଲେ । ଯାହାକୁ ଦୃଢ ବିରୋଧ କରିଛି ଋଷ । ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିତ ଭାବେ ଅସ୍ତ୍ରବିରତି ପାଇଁ ଆଲୋଚନା କରିବା ପ୍ରସ୍ତାବ ଦେଇଛନ୍ତି ତୁର୍କୀର ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ ।

ଯଦିଓ ଏଭଳି ବୈଠକ ପୁନଃ କରିବାକୁ ଏଡାଇ ଯାଇଛନ୍ତି ପୁଟିନ, କିନ୍ତୁ ଜେଲେନସ୍କି ଏକ ବୈଠକ ପୁଣି ଥରେ କରିବା ପାଇଁ ରାଜି ହୋଇଛନ୍ତି । ସେ କହିଛନ୍ତି ଆମେ ଆମେରିକାର କଠୋର ପଦକ୍ଷେପକୁ ଅପେକ୍ଷା କରିଛୁ । ଆମେରିକା ଋଷ ଉପରେ କଟକଣା ଲଗାଇଲେ ହିଁ ଋଷ ପଛକୁ ହଟିବ ବୋଲି ଜେଲେନସ୍କି କହିଛନ୍ତି । ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ, ସେ ମସ୍କୋକୁ ଯୁଦ୍ଧବିରତି ପାଇଁ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା ମସ୍କୋ । କେବଳ ଦୁଇରୁ ତିନି ଦିନ ପାଇଁ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା ମସ୍କୋ ।

Advertisment

ଅଧିକ ପଢନ୍ତୁ: ଆଲ୍ପସ ପର୍ବତମାଳାର ବରଫ ତଳେ ନିଶ୍ଚିହ୍ନ ହୋଇଗଲା ପୂରା ଗାଁ, ଦେଖନ୍ତୁ ଭାଇରାଲ ଭିଡିଓ

Russia Russian President Vladimir Putin Ukraine Ukraine President Volodymyr Zelenskyy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ