Russia Ukraine War
ୟୁକ୍ରେନକୁ ଛାରଖାର କରୁଥିବା ଋଷ ଆଜି ପାଳୁଛି ବିଜୟ ଦିବସ। ଏପଟେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଧ୍ୱଂସସ୍ତୁପରେ ପରିଣତ କରିବାରେ ଲାଗିଛି। କିଭ୍, ଖାର୍କିଭ୍ ଏବଂ ଓଡ଼େସାରେ ରୁଷ ପକ୍ଷରୁ ଘନ ଘନ ବୋମା ବର୍ଷଣ କରାଯାଇଛି। ଏପରିକି କିଛି ସ୍କୁଲକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। ଏଥିରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସେପଟେ ଗତକାଲି ଆମେରିକାର ଫାଷ୍ଟ ଲେଡି, ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କ ଅଚାନକ ୟୁକ୍ରେନ ଗସ୍ତ କରି ସେଠାକାର ଫାଷ୍ଟ ଲେଡି ଓଲେନା ଜେଲେନସ୍କିଙ୍କୁ ଭେଟିଥିଲେ। ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ଗସ୍ତ କରି ଜିଲ୍ କହିଥିଲେ, ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।
ଯୁଦ୍ଧ ବନ୍ଦ ହେବା ଦରକାର। ବିଶ୍ୱ ମାତୃ ଦିବସରେ ୟୁକ୍ରେନର ସମସ୍ତ ମାଆ ଓ ଶିଶୁଙ୍କୁ ସମର୍ଥନ କରିବାକୁ ସେ ସେଠାକୁ ଯାଇଥିବା କହିଛନ୍ତି ଜିଲ୍। ତା ପୂର୍ବରୁ ସ୍ଲୋଭାକିଆରେ ଶରଣାର୍ଥୀ ରହିଥିବା ୟୁକ୍ରେନର ମହିଳାଙ୍କ ସହିତ ମଦର୍ସ ଡେ ପାଳନ କରିଥିଲେ ଜିଲ୍।
ସେହିପରି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଇ ମଧ୍ୟ ଗତକାଲି ଅନାଚକ ୟୁକ୍ରେନ ଗସ୍ତ କରିଥିଲେ। ମେ ୯ ତାରିଖ ସୁଦ୍ଧା ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ମିଲିଟାରିକୁ ନିର୍ଦ୍ଦେଶ ଦେଇଥିଲେ ରୁଷିଆର ରାଷ୍ଟ୍ରପତି ପୁତିନ। ମାତ୍ର ଏବେ ଯାଏ ଯୁକ୍ରେନରେ ଦମନଲୀଳା ଜାରି ରଖିଛି ଋଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652069515.jpg)