Advertisment

India Pakistan Conflict Escalation: ଏଲ୍‌ଓସି ନିକଟରେ ୪୨ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ...ବଢୁଛି ଉତ୍ତେଜନା

ପହଲଗାମ ଆକ୍ରମଣ ପରେ ପାକିସ୍ତାନରେ ଖାଦ୍ୟ ଦର ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଚାଉଳ, ତେଲ, ଅଣ୍ଡା, ଚିକେନ, ମଟନର ଦର ବୃଦ୍ଧି ପାଇଛି। ଏହା ସହିତ ଫଳ ଓ ପନିପରିବାର ଦାମ ମଧ୍ୟ ଅସାଧାରଣ ଭାବେ ବୃଦ୍ଧି ପାଇଛି। ତଥାପି ପାକିସ୍ତାନର ମୁହଁତୋଡ଼ କମୁନି।

ଅଦ୍ୟତନ ହୋଇଛି
ଅଡୁଆରେ ପାକିସ୍ତାନ

ଅଡୁଆରେ ପାକିସ୍ତାନ

Advertisment

ଭାରତର ନରମ ମନୋଭାବ ପାଇଁ ପାକିସ୍ତାନ ବାରମ୍ବାର ଭାରତରେ ଆତଙ୍କବାଦୀ ଆକ୍ରମଣ କରୁଛି। ଭାରତର ସରଳତାର ସୁଯୋଗ ଦେଇ ବନ୍ଧୁତା ପାଇଁ ହାତ ବଢ଼ାଇ ପଛରେ ଛୁରୀ ଭୂଷିଛି। ଏମିତି ଥରେ ନୁହେଁ, ବାରମ୍ବାର କରିଛି। ତଥାପି ଭାରତ ସବୁ ସହିଛି। ଜମ୍ମୁ ଓ କଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟଙ୍କୁ ଗୁଳି କରି ପାକିସ୍ତାନ ପ୍ରତିଟି ଭାରତୀୟଙ୍କୁ ପୁଣି ଥରେ ତତେଇ ଦେଇଛି। ଫଳରେ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା, ସୀମାନ୍ତ ବନ୍ଦ କରିବା ଏବଂ ବାଣିଜ୍ୟ ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛି।

Advertisment

ପାକିସ୍ତାନ ମଧ୍ୟ ଭାରତୀୟଙ୍କ ପାଇଁ କିଛିଟା କଟକଣା କରିଛି। ଏପରି ପରିସ୍ଥିତିରେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ଆମେରିକା, ରୁଷିଆ ଏବଂ ଚାଇନା ରାଷ୍ଟ୍ରଗୁଡ଼ିକ ଭାରତକୁ ସମର୍ଥନ କରିବେ । ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ବୋଲି ଜାଣି ବି ପାକିସ୍ତାନ ଭାରତ ସହିତ ଏପରି ନାରକୀୟ କାଣ୍ଡ ଘଟାଇଲା। ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଅସ୍ତ୍ର ସମ୍ପନ୍ନ ଦେଶ। କିନ୍ତୁ ଯୁଦ୍ଧ ହେଲେ ପାକିସ୍ତାନ ହିଁ ଅଧିକ କ୍ଷତି ସହିବ। ଅବଶ୍ୟ ଯୁଦ୍ଧ ନ ହେବା ପାଇଁ ବିଶ୍ବ ରାଷ୍ଟ୍ର ସମୂହ ମଧ୍ୟସ୍ଥି କରିବେ।

‘ପାଣିରେ କଟକଣା କଲେ, ଭାରତୀୟଙ୍କ ରକ୍ତ ନିଗାଡ଼ିଦେବୁ’

ଭାରତ ପାକିସ୍ତାନକୁ ପାଣି କଟକଣା କରିବା ପରେ ପାକିସ୍ତାନ ପ୍ରତିହିଂସାରେ ଜଳୁଛି। ଭାରତର କଟକଣା ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଆକ୍ରମଣାତ୍ମକ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ସିନ୍ଧୁ ଆମର ଏବଂ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ନ ହେଲେ, ଭାରତୀୟଙ୍କ ରକ୍ତ ନିଗାଡ଼ିବାକୁ ଆମକୁ ବେଶୀ ସମୟ ଲାଗିବନି।

Advertisment

ସିନ୍ଧୁ ଜଳ ଚୁକ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଐତିହାସିକ ଚୁକ୍ତି । ଭାରତ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ୧୯୬୦ରେ ସ୍ବାକ୍ଷରିତ ସିନ୍ଧୁ ଜଳ ଚୁକ୍ତିର ପୁନଃବିଚାର ପ୍ରକ୍ରିୟା ଆରମ୍ଭ କରିଛି। ସମ୍ଭବତଃ ଏହା ଦୁଇଦେଶର ସମ୍ପର୍କକୁ ସୁଧାରିବାରେ ଚେଷ୍ଟା କରୁଥିଲା। ପାକିସ୍ତାନ ବାରମ୍ବାର ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରି ଦେଖାଇଦେବାକୁ ଚାହେଁ ଯେ, ପାକିସ୍ତାନ ହିଁ ଆତଙ୍କବାଦୀଙ୍କୁ ପାଳିପୋଷି ମଣିଷ କରିଛି। ଏପରି କି ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀ କହିବାକୁ ବି ପଛାଉ ନାହିଁ। ଭାରତ ସବୁ ସମୟରେ ଏକ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହିଁଛି। ଯାହାର ପରିଣାମ ଶେଷରେ ଧୋକା ହିଁ ପାଇଛି।

ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ, ଜାଣନ୍ତୁ କ’ଣ ଏହି ଚୁକ୍ତି

ଭାରତରେ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ଓ ଏହାର ସହାୟକ ନଦୀଗୁଡିକର ଜଳ ବଣ୍ଟନକୁ ନେଇ ୧୯୬୦ ସେପ୍ଟେମ୍ବର ୧୯ରେ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ୍‌ ଖାନ୍‌ କରାଚୀରେ ସିନ୍ଧୁ ଜଳ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଦୀର୍ଘ ୯ ବର୍ଷ ଧରି ଏଥିଲାଗି ଦୁଇ ଦେଶ ଆଲୋଚନା କରାଯାଇଥିଲା। ସେ ସମୟରେ ଏହାକୁ ନେଇ ବହୁ ବିତର୍କ ହୋଇଥିଲା। ଏପରିକି ବିଶ୍ୱ ବ୍ୟାଙ୍କ୍‌ ମଧ୍ୟସ୍ଥତାରେ ତାହା ଚୂଡାନ୍ତ ରୂପ ନେଇଥିଲା।

Advertisment

ସିନ୍ଧୁ ନଦୀ ପ୍ରଣାଳୀରେ ମୋଟ ୬ଟି ନଦୀ ସାମିଲ । ସେଥିମଧ୍ୟରେ ସିନ୍ଧୁ, ସତ୍‌ଲେଜ, ଝେଲମ୍‌, ଚିନାବ, ରାବି ଓ ବ୍ୟାସ ସାମିଲ । ଏହି ଚୁକ୍ତି ଅନୁସାରେ, ଭାରତ ସିନ୍ଧୁ ନଦୀ ପ୍ରଣାଳୀର କେବଳ ୨୦ ପ୍ରତିଶତ ପାଣି ହିଁ ବ୍ୟବହାର କରିପାରିବ । ବାକି ୮୦ ପ୍ରତିଶତ ପାଣି ପାକିସ୍ତାନକୁ ଦେଇଥାଏ । ଏକ ଆକଳନ ଅନୁସାରେ ପ୍ରାୟ ୨୧ କୋଟିରୁ ଅଧିକ ପାକିସ୍ତାନୀ ଏହି ପାଣି ଉପରେ ନିର୍ଭରଶୀଳ । ଏପରି କି ଅଧିକାଂଶ ଏହି ପାଣି ସାହାଯ୍ୟରେ ଚାଷବାସ କରି ଗୁଜରାଣ ମେଣ୍ଟାଇଥାନ୍ତି। ତେଣୁ ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନରେଖା ବୋଲି କୁହାଯାଇଥାଏ। ପାକିସ୍ତାନ କେବଳ ମିଛ କହି ଲୋକଙ୍କୁ ଭୂଆଁ ବୁଲାଉଛି। କହୁଛି- ସିନ୍ଧୁ ନଦୀର ପାଣି ଆମର। ସମୟ ହିଁ ଏହାର ଉତ୍ତର ଦେବ।

ପାକିସ୍ତାନରେ ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ପହଲଗାମ ଆକ୍ରମଣ ପରେ ପାକିସ୍ତାନରେ ଖାଦ୍ୟ ଦର ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଚାଉଳ, ତେଲ, ଅଣ୍ଡା, ଚିକେନ, ମଟନର ଦର ବୃଦ୍ଧି ପାଇଛି। ଏହା ସହିତ ଫଳ ଓ ପନିପରିବାର ଦାମ ମଧ୍ୟ ଅସାଧାରଣ ଭାବେ ବୃଦ୍ଧି ପାଇଛି। ତଥାପି ପାକିସ୍ତାନର ମୁହଁତୋଡ଼ କମୁନି। ପାକିସ୍ତାନରେ ଅଧିକାଂଶ ସମୟରେ ଖାଦ୍ୟ ସଙ୍କଟ ଦେଖାଦେଇଥାଏ। ୨୦୨୩ରେ ଦେଶରେ ଗହମ ଓ ଅଟା ଦର ମଧ୍ୟ ଆଶାତୀତ ବୃଦ୍ଧି ପାଇଥିଲା। ତେବେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେବା ଦ୍ୱାରା ପାକିସ୍ତାନର କୃଷି ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଏହାର ପ୍ରଭାବ ଆଗାମୀ ଦିନରେ ଜଣାପଡ଼ିବ।

ପୂର୍ବରୁ କେଉଁଠି ହୋଇଥିଲା ଆକ୍ରମଣ

-୨୦୨୪ ନଭେମ୍ବର ୪ରେ ଶ୍ରୀନଗର ଲାଲ ଚୌକରେ ଗ୍ରେନେଡ୍ ମାଡ : ୧୪ ଆହତ
-୨୦୨୪ ଜୁଲାଇ ୯ରେ କାଠୁଆରେ ଆକ୍ରମଣ : ୫ ମୃତ
-୨୦୨୩ ଜାନୁଆରୀ ୧ରେ ରଜୌରୀରେ ଲୋକଙ୍କ ଉପରେ ଆକ୍ରମଣ : ୪ ମୃତ
-୨୦୨୩ ଏପ୍ରିଲ ୨୦ରେ ପୁଞ୍ଚରେ ଯବାନଙ୍କ ଗାଡିକୁ ଆକ୍ରମଣ : ୫ ମୃତ
-୨୦୨୩ ଡିସେମ୍ବର ୨୧ରେ ରଜୌରୀରେ ଆଇଡି ବିସ୍ଫୋରଣ : ୫ ମୃତ
-୨୦୨୨ ଅଗଷ୍ଟ ୧୧ରେ ରଜୌରୀରେ ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

୪୨ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ

ଏଲଓସି ନିକଟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ୪୨ ଟେରୋରିଷ୍ଟ ଲଞ୍ଚ ପ୍ୟାଡ୍‌ ଆକ୍ଟିଭ ରହିଛି। ଏହି ଲଞ୍ଚପ୍ୟାଡ୍‌ରେ ୧୧୦ରୁ ୧୩୦ ଆତଙ୍କୀ ରହିଛନ୍ତି। କେବଳ କାଶ୍ମୀର ଘାଟିରେ ୭୦ରୁ ୭୫ ଆତଙ୍କୀ ଏବଂ ଜାମ୍ମୁ ରଜୌରୀରେ ୬୦ରୁ ୬୫ ଆତଙ୍କୀ ସକ୍ରିୟ ରହିଥିବା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଭାରତୀୟ ସୁରକ୍ଷାବଳ ପ୍ରତି ୫ ଦିନରେ ଜଣେ ଆତଙ୍କୀକୁ ମାରୁଛି। ସବୁ ସତ୍ତ୍ବେ ବି ପାକିସ୍ତାନ ତାର ଖୋଇ ଛାଡ଼ୁନାହିଁ। କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ। ତଥାପି ପାକିସ୍ତାନ କାଶ୍ମୀରକୁ ନେବାକୁ ଏତେ ନାଟ କରୁଛି।

ଦୁଇ ରାଷ୍ଟ୍ର ମୁଖ୍ୟ ବଦଲା ନେବାକୁ ପ୍ରସ୍ତୁତ

ପହଲଗାମ ଆକ୍ରମଣ ପରେ ସବୁ ଦିଗରୁ ଚାପ ବୃଦ୍ଧି ପାଇବା ପରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ପାକ୍‌ ସେନାକୁ ସମ୍ବୋଧିତ କରିଛନ୍ତି। ତାଙ୍କ ବିରୋଧରେ ଲଗାଯାଇଥିବା ଆତଙ୍କବାଦ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହିତ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି। ଆମର ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ଆମେ ପାକିସ୍ତାନର ପ୍ରତ୍ୟେକ ଇଞ୍ଚ ଭୂମିକୁ ସୁରକ୍ଷା ଦେବୁ। ଶାନ୍ତି ଆମର ପ୍ରାଥମିକତା, କିନ୍ତୁ କେହି ଏହାକୁ ଆମର ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ। ମୋଦୀ ମଧ୍ୟ କହିଛନ୍ତି- ଭାରତୀୟଙ୍କୁ ଯେଉଁଭଳି ଭାବେ ହତ୍ୟା କରିଛ, ତାହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇରହିଥାଅ। ଆମ ଲୋକଙ୍କୁ ଯେଉଁଭଳି ଭାବେ ହତ୍ୟା କରିଛନ୍ତି, ତାହାର ଜବାବ ଦେବାକୁ ଆମେ ପ୍ରସ୍ତୁତ।

ବର୍ତ୍ତମାନ ସମୟରେ ଭାରତ ସରକାର ଓ ତିନି ସେନାର ମୁଖ୍ୟଙ୍କ ସହିତ ଲଗାତାର ବୈଠକ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ଘନ ଘନ ବୈଠକ ହେଉଛି । ପାକିସ୍ତାନ ବିରୋଧରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋଦୀ ଇସାରା ଦେଇସାରିଛନ୍ତି। କୌଣସି ଦେଶ ଯୁଦ୍ଧ ଲଢ଼ିଲେ ତା’ର ବଡ଼ ଶକ୍ତି ହେଉଛି ନୌସେନା । ଭାରତୀୟ ନୌସେନା ଆରବ ସାଗରରେ ନିଜର ଯୁଦ୍ଧପୋତ ଗୁଡ଼ିକୁ ମୁତୟନ ଯଦି କରେ, ତେବେ ଏହି ସ୍ଥିତିରେ ପାକିସ୍ତାନକୁ ବଡ଼ ଝଟକା ଲାଗିବ । ପଡ଼ୋଶୀ ଦେଶକୁ ସଠିକ୍ ସମୟରେ ଇନ୍ଧନ ମିଳିବ ନାହିଁ, ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ରପ୍ତାନୀରେ ବାଧା ସୃଷ୍ଟି ହେବ ବୋଲି ବଜାର ବିଶ୍ଲେଷକ ମତ ଦେଇଛନ୍ତି।

Email id : : serveforthenation@gmail.com

LoC India Pakistan Relationship India Pakistan Gunfight Indus Waters Treaty India Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ