ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ 

Rishi sunak is new uk pm

ଭାରତକୁ ୟୁକେରୁ ଦିଓ୍ୱାଲି ଭେଟି। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସ୍‌ରୁ ଓହରିବା ପରେ, ୪୨ ବର୍ଷୀୟ ରିଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍ ପାର୍ଟି।  ରିଷିଙ୍କ ପାଖରେ ୧୩୭ ଦଳୀୟ ସାଂସଦଙ୍କ ସମର୍ଥନ ଥିବା ବେଳେ, ବହୁ ପଛରେ ପଡ଼ିଥିଲେ ପେନି ମରଡଣ୍ଟ। 

ବୋରିସ୍ ଜନସନ ବିରୋଧୀ ଆନ୍ଦୋଳନର ସୂତ୍ରଧର ସାଜି ଚର୍ଚ୍ଚାରେ ଥିବା ଏହି ନେତା, ପ୍ରାୟ ୨ ମାସ ତଳେ ପିଏମ୍ ରେସ୍ରେ ଲିଜ୍ ଟ୍ରସଙ୍କ ଠାରୁ ପରାଜିତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ରିଷି ସୁନକ କିଏ ?

ତେବେ ରିଷି ପୁଣି ନିଜ ସ୍ବପ୍ନର ପଦବୀ ଅଳଙ୍କୃତ କରିବାରେ ସଫଳ ହୋଇଛନ୍ତି। ଟ୍ରସଙ୍କ ଇସ୍ତଫା ପରେ ଅକ୍ଟୋବର ୨୮ରେ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଚର୍ଚ୍ଚା ହେଉଛି ଯେ, ଯେଉଁମାନେ ଭାରତରେ ୨ଶହରୁ ଅଧିକ ବର୍ଷ ଶାସନ କରିଥିଲେ, ଏବେ ସମୟଚକ୍ରରେ ସେମାନେ ଶାସିତ ହେବେ ଜଣେ ଭାରତୀୟଙ୍କ ଦ୍ୱାରା। 

ପୂର୍ବରୁ କନଜରଭେଟିଭ୍ ପାର୍ଟିର ନେତା ଭାବରେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ଲିଜ୍ ଟ୍ରସ୍ । ମାତ୍ର ୪୪ ଦିନ ପରେ ଇସ୍ତଫା ଦେଇଥିଲେ। କ୍ଷମତାରେ ରହିବାର ଦୁଇଟା ମାସ ବି ନପୂରୁଣୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଲିଜ୍ ଟ୍ରସ୍। ଋଣ କରି ଟିକସ୍ କାଟ୍ ଭଳି ତ୍ରୁଟିପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ଦୃଷ୍ଟିରୁ ମିନି ବଜେଟ୍ ଆଗତ ହେବା ପରେ ପରେ ନିଜ ଦଳରୁ ଟ୍ରସଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । 

ଅଧିକ ପଢ଼ନ୍ତୁ: ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା