/odishatv-khabar/media/post_attachments/uploadimage/library/16_9/16_9_0/fan_1653033407.jpg)
fan
ଫ୍ୟାନ ରୋକିବ ଆତ୍ମହତ୍ୟା । ଦିନକୁ ଦିନ ଦେଶରେ ଆତ୍ମହତ୍ୟା ପରି ଘଟଣା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଏକ ପଙ୍ଖାର ଉଦ୍ଭାବନ ହୋଇଛି । ଆଉ ଏପରି ସ୍ୱତନ୍ତ୍ର ପଙ୍ଖା ତିଆରି କରିଛନ୍ତି ଇନ୍ଦୋରର ଅବସରପ୍ରାପ୍ତ ପ୍ରଫେସର ପିକେ ଚାନ୍ଦେ । ବଜାରରେ ମିଳୁଥିବା ସାଧାରଣ ଫ୍ୟାନରେ ସେ ଏକ ଭିନ୍ନ ପ୍ରକାର ଟେକ୍ନୋଲୋଜିର ପ୍ରୟୋଗ କରି ନୂତନ ଭାବେ ବିକଶିତ କରିଛନ୍ତି ।
ଫ୍ୟାନରେ ଲାଗିଥିବା ରଡକୁ ବଦଳାଇ ଏଥିରେ ଏକ ନୂତନ ପ୍ରକାରର ରଡ ଲଗାଯାଇଛି । ଯାହାକୁ SEEM ସେଫ୍ ଇଜି ଇଫେକେଟିଭ୍ ମେଣ୍ଟେନାନ୍ସ ଟେକନୋଲଜି ବୋଲି କହିଛନ୍ତି ପ୍ରଫେସର ଚାନ୍ଦେ । ଏହା ଦ୍ୱାରା ଯଦି ଜଣେ ପଙ୍ଖାରେ ଝୁଲିବାକୁ ଚେଷ୍ଟା କରେ ତେବେ ଏହି ରଡ ଆପେ ଆପେ ତଳକୁ ଖସି ଆସିବ । ଫଳରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯିବ ।
ମାନିବାକୁ ପଡ଼ିବ ଏହି ପ୍ରଫେସରଙ୍କ ଚିନ୍ତାଧାରାକୁ। ଫ୍ୟାନ୍ ପତାରେ ଯଦି ଅଳନ୍ଧୁ ଲାଗିଲା ସଫା କରିବାକୁ ଆଉ ଚେୟାର ଟେବୁଲ୍ ଉପରେ ଚଢ଼ିବାକୁ ପଡ଼ିବ ନାହିଁ। ଆଉ ଫ୍ୟାନରେ ଅତ୍ମହତ୍ୟା କରିବାକୁ ଚେଷ୍ଟା କଲେ ଏ ଫ୍ୟାନ୍ ତଳକୁ ଖସି ଆସିବ। ଇଏ ହେଉଛନ୍ତି ଇନ୍ଦୋରର ଅବସରପ୍ରାପ୍ତ ପ୍ରଫେସର ପିକେ ଚାନ୍ଦେ #OTVpic.twitter.com/MRyM2QfRqn
— ଓଟିଭି (@otvkhabar) May 20, 2022
ସେହିଭଳି ଏହି ଫ୍ୟାନର ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହାର ସହଜ ରକ୍ଷଣାବେକ୍ଷଣ ବ୍ୟବସ୍ଥା । ଫ୍ୟାନ୍ ଏବଂ ଏହାର ପତାରେ ଯଦି ଅଳନ୍ଧୁ ଲାଗେ, ଏହାକୁ ସହଜରେ ସଫା କରିହେବ । କାରଣ ଏହି ରଡ ଦ୍ୱାରା ଫ୍ୟାନ ପ୍ରାୟ ୫ ଫୁଟ ତଳକୁ ଖସି ଆସିବ ଯାହା ଫଳରେ ସଫା କରିବାକୁ ଆଉ ଚେୟାର କି ଟେବୁଲ୍ ଉପରେ ଚଢିବାକୁ ପଡ଼ିବ ନାହିଁ । ତେବେ ଏହି ଟେକ୍ନୋଲୋଜି ଦ୍ୱାରା ଫ୍ୟାନର କାର୍ଯ୍ୟକ୍ଷମତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)