Advertisment

ରନୀଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍‌ସଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ । ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ ।

Ranil Wickremesinghe

Ranil Wickremesinghe

Advertisment

ରନୀଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ । ୟୁନାଇଟେଡ ନେସନାଲ ପାର୍ଟି ନେତା ହେଉଛନ୍ତି ରନୀଲ ବିକ୍ରମସିଂଘେ । ୨ ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକ୍ଷେ । ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ପରେ ପଦ ଛାଡ଼ିଥିଲେ ମହିନ୍ଦା । ରନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Advertisment

ସେ ପୂର୍ବରୁ ୫ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି । ଏବେ ତାଙ୍କୁ ରାଷ୍ଟ୍ରପତି ଗୋଟବାୟା ରାଜପକ୍‌ସ ପୁଣି ପ୍ରଧାନମନ୍ତ୍ରୀ କରିବେ । ଶପଥ ପାଠ ପରେ ବିକ୍ରମସିଂହ କଲମ୍ବୋରେ ଥିବା ଗୋଟିଏ ମନ୍ଦିରକୁ ଯିବେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ।

Advertisment

ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍‌ସଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ । ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ । ରାଜପକ୍ଷଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍‌ସ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି । ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ପାଇଁ ରାଜପକ୍‌ସଙ୍କୁ ଦାୟୀ କରାଯାଉଛି । ତାଙ୍କ ସମର୍ଥକମାନେ ସରକାରଙ୍କୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିବାରୁ ସ୍ଥିତି ଭୟଙ୍କର ହୋଇଥିଲା ବୋଲି ଅଭିଯୋଗ ହୋଇଛି । ଏହାର ତଦନ୍ତ ନ ସରିବା ଯାଏ ରାଜପକ୍‌ସ କିମ୍ବା ତାଙ୍କ ପରିବାର ଶ୍ରୀଲଙ୍କା ଛାଡ଼ି ପାରିବେ ନାହିଁ ବୋଲି ଫୋର୍ଟ ମାଜିଷ୍ଟ୍ରେଟଙ୍କ କୋର୍ଟ କହିଛନ୍ତି । ରାଜପକ୍‌ସଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ଦେଶର ଏଜି ହିଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତଦନ୍ତ ବେଳେ ତାଙ୍କର ଉପସ୍ଥିତି ଜରୁରୀ । ଏଥିପାଇଁ ଏଜି ରାଜପକ୍‌ସଙ୍କ ବିଦେଶ ଯାତ୍ରା ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ ।

ସେପଟେ ଏବେ ବି ଜଳୁଛି ଶ୍ରୀଲଙ୍କା, କିନ୍ତୁ ଗାଦି ଛାଡିବେନି ରାଷ୍ଟ୍ରପତି ଗୋଟାବାୟା । ଏହି ସପ୍ତାହରେ ହିଁ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ । ଶ୍ରୀଲଙ୍କାରେ ଦୀର୍ଘଦିନର ଅସ୍ଥିରତା ଭିତରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକସା ।

Advertisment

ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ହିଂସାକାଣ୍ଡ ଲାଗି ରହିଛି । ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଯାଇଛି ତିନି ସେନା । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସ୍ଥଳସେନା, ବାୟୁସେନା ଏବଂ ନୌସେନା ସଜାଗ ରହିଛି । ରାଜଧାନୀ କଲମ୍ବୋରେ ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି । ସ୍ପେଶାଲ ଆର୍ମି ଫୋର୍ସ କମ୍ବାଟ୍ ରାଇଡର୍ସ ପାଟ୍ରୋଲିଂ କରୁଛି । ସରକାର ବିରୋଧୀ ହିଂସାତ୍ମକ ଆନ୍ଦୋଳନ ଉପରେ କଡା ନଜର ରଖାଯାଇଛି ।

ସୂଚନାଯୋଗ୍ୟ, ହିଂସାରେ ଜଣେ ସରକାରୀ ଦଳର ସାଂସଦ ଅତୁକୋରାଲାଙ୍କ ମୃତ୍ୟୁ ଘଟିଛି । ଦିନକ ଭିତରେ ସାଂସଦଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଶହରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ।

Ranil Wickremesinghe Sri Lanka PM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ