Advertisment

Putin: ଭାରତ ଗସ୍ତରେ ଆସିବେ ପୁଟିନ...ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ସାକ୍ଷାତ

ପୁଟିନଙ୍କ ଏହି ଗସ୍ତ ବିଭନ୍ନ କ୍ଷେତ୍ର ପାଇଁ ରହିଥିବା କୁହାଯାଉଛି । ମୋଦୀଙ୍କ ସହ ସାମରିକ, ଶକ୍ତି, ବାଣିଜ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା କରିବେ ପୁଟିନ୍‌ । ଖାଲି ଏତିକି ନୁହେଁ, ୨୦୩୦କୁ ଦୃଷ୍ଟିରେ ରଖି ନୂଆ ଅର୍ଥନୈତିକ ରୋଡମ୍ୟାପ ପ୍ରସ୍ତୁତ କରିବେ ଏହି ଦୁଇ ଦେଶର ମୁଖିଆ ।

ଅଦ୍ୟତନ ହୋଇଛି
ଭାରତ ଆସିବେ ପୁଟିନ

ଭାରତ ଆସିବେ ପୁଟିନ

Advertisment

ପୁଟିନ୍‌ ଆସିବେ ଭାରତ । ମୋଦିଙ୍କ ସହ ହେବ ସାକ୍ଷତ । କରିବେ ଆଲୋଚନା, ଭାରତ-ରୁଷ ମଧ୍ୟରେ ମଜଭୁତ ହେବ ସଂପର୍କ । ଖୁବ୍‌ଶୀଘ୍ର ପୁଟିନ୍‌ ଭାରତକୁ ଆସିବା ନେଇ ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ସୂଚନା ଦେଇଛନ୍ତି । ଋଷ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଲାରୋଭ କହିଛନ୍ତି, ୟୁକ୍ରେନ ପ୍ରସଙ୍ଗରେ ଭାରତ ଏକ ନିରପେକ୍ଷ ଭୂମିକା ନିର୍ବାହ କରୁଛି।

Advertisment

ଆଲୋଚନା ମାଧ୍ୟମରେ ବିବାଦ ସମାଧାନ ଲାଗି ଅପିଲ କରିଛନ୍ତି ମୋଦି ସରକାର । ଏଥିପାଇଁ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ଋଷ ରାଷ୍ଟ୍ରପତିଙ୍କ ଏହି ଭାରତ ଗସ୍ତ ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ଏକ ଭିଡିଓ ବାର୍ତାରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କରି ପୁଟିନ୍ ଭାରତ ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଋଷ ଗସ୍ତରେ ଯାଇଥିଲେ । ଏବେ ଆମର ପାଳି ବୋଲି କହିଛନ୍ତି ଋଷର ବୈଦେଶିକ ମନ୍ତ୍ରୀ । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏହା ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ୨୦୨୨ ପରଠୁ ଆଉ ଭାରତ ଗସ୍ତରେ ଆସି ନାହାନ୍ତି ରୁଷ ରାଷ୍ଟ୍ରପତି ପୁଟିନ । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ରୁଷ ରାଷ୍ଟ୍ରପତି ମଧ୍ୟ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିଲେ।

Advertisment

ପୁଟିନଙ୍କ ଏହି ଗସ୍ତ ବିଭନ୍ନ କ୍ଷେତ୍ର ପାଇଁ ରହିଥିବା କୁହାଯାଉଛି । ମୋଦୀଙ୍କ ସହ ସାମରିକ, ଶକ୍ତି, ବାଣିଜ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା କରିବେ ପୁଟିନ୍‌ । ଖାଲି ଏତିକି ନୁହେଁ, ୨୦୩୦କୁ ଦୃଷ୍ଟିରେ ରଖି ନୂଆ ଅର୍ଥନୈତିକ ରୋଡମ୍ୟାପ ପ୍ରସ୍ତୁତ କରିବେ ଏହି ଦୁଇ ଦେଶର ମୁଖିଆ ।

Russia-Ukraine Tensions Vladimir Putin PM Modi Russia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ