Putin
ଟ୍ରମ୍ପ ଟାରିଫ୍ ବିବାଦ ଭିତରେ ଭାରତ ଆସିବାକୁ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଆମନ୍ତ୍ରଣ କରିଛନ୍ତି ମୋଦି । ଆଉ ସେପଟେ ଅଗଷ୍ଟ ୧୫ତାରିଖରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ଚୁକ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା ।
୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ୍। ଆଉ ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଉଭୟ ନେତା ୟୁକ୍ରେନ ଯୁଦ୍ଧ, ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ ।
ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି । ଆମେ ଆମର ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ଅଗ୍ରଗତି ସମୀକ୍ଷା କରିଛୁ । ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ପୁଟିନଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି ମୋଦି। ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋଠାରେ ପୁଟିନଙ୍କୁ ସାକ୍ଷାତ କରିଥିଲେ।
ରୁଷିଆର ସିକ୍ୟୁରିଟି କାଉନସିଲର ସେକ୍ରେଟାରୀ ସର୍ଗେଇ ଶୋଇଗୁ ଗୁରୁବାର ଭାରତୀୟ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିଛନ୍ତି। ମସ୍କୋରେ ହୋଇଥିବା ଏହି ବୈଠକରେ ଶୋଇଗୁ ଉଭୟ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ବ୍ୟାପକ ଭାବେ ମଜବୁତ କରିବା ଉପରେ ଜୋର ଦେଇଛନ୍ତି।
ଶୋଇଗୁ କହିଛନ୍ତି ଯେ ଭାରତ ସହ ସମ୍ପର୍କକୁ ମଜବୁତ କରିବା ରୁଷିଆ ପାଇଁ ସର୍ବୋଚ୍ଚ ଅଗ୍ରାଧିକାର। ସେ ଡୋଭାଲଙ୍କ ସହ ସାକ୍ଷାତ ମାଧ୍ୟମରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ପୂର୍ବରୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଥିବା ଶୋଇଗୁ ଡୋଭାଲଙ୍କ ସହ ବୈଠକ ସମୟରେ ଆମେରିକାର ମୁକାବିଲା ପାଇଁ ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିବାର ସଙ୍କେତ ଦେଇଛନ୍ତି।
ସେ ଭାରତ ସହ ନିଜ ଦେଶର ମଜବୁତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରଶଂସା କରି କହିଛନ୍ତି ଯେ ଏକ ନୂଆ, ନିଷ୍ପକ୍ଷ ଓ ସ୍ଥାୟୀ ବିଶ୍ୱ ବ୍ୟବସ୍ଥା ଗଢ଼ି ଉଠିବା ଉଚିତ। ବିଶ୍ୱରୁ ଆମେରିକୀୟ ଦାଦାଗିରିର ମୁକାବିଲା ପାଇଁ ଏକ ଉପାୟ ଖୋଜିବାକୁ ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Putin_1754717914.jpg)